ଫିକା ପଡ଼ିବ ନୂଆ ବର୍ଷ ସେଲିବ୍ରେସନ୍ : ନାଇଟ୍ ଲକଡାଉନ୍ ପାଇଁ ଚାଲିଛି ପ୍ରସ୍ତୁତି

Published By : Prameya-News7 Bureau | December 19, 2020 IST

ମୁମ୍ବାଇ ୧୯/୧୨ : ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଏକ କୋଟି ପାର କରିଛି। ସଂକ୍ରମଣ ମାମଲା ହ୍ରାସ ପାଇଛି ନିଶ୍ଚୟ କିନ୍ତୁ ସଙ୍କଟ ଏବେ ମଧ୍ୟ ରହିଛି। ବଡ ଦିନ ଓ ନୂଆ ବର୍ଷ ପାଖେଇ ଆସିଲାଣି। ବଡ ଦିନ ଓ ନୂଆ ବର୍ଷରେ ଲୋକେ ଏକାଠି ମିଶି ଉତ୍ସବ ପାଳନ କରନ୍ତି। ବଡ ଦିନ ଓ ନୂଆ ବର୍ଷକୁ ଦୃଷ୍ଟିରେ ରଖି ମୁମ୍ବାଇରେ ପୁଣି ନାଇଟ୍ ଲକଡାଉନ୍ ଲାଗୁ କରିବାକୁ ପ୍ରସ୍ତୁତି ଚାଲିଛି।

କରୋନା ମାମଲା ବୃଦ୍ଧି ପାଇବା ଆଶଙ୍କାରେ ମହାରାଷ୍ଟ୍ର ସରକାର ଏବେଠାରୁ ଅଣ୍ଟା ଭିଡିଛନ୍ତି। ବୃହନ ମୁମ୍ବାଇ ମହାନଗରପାଳିକା ମୁମ୍ବାଇରେ ପୁଣିଥରେ ନାଇଟ୍ ଲକଡାଉନ୍ ପାଇଁ ପ୍ରସ୍ତୁତ ହେଉଛନ୍ତି। ବଡ ଦିନ ଓ ନୂଆ ବର୍ଷ ସମୟରେ ବହୁ ସଂଖ୍ୟାରେ ଲୋକେ ନାଇଟ୍ କ୍ଲବ୍ ଓ ରେସ୍ତୋରାଁରେ ବିଳମ୍ବିତ ରାତି ଯାଏଁ ଉତ୍ସବ ପାଳନ କରିଥାନ୍ତି। ରାସ୍ତାମାନଙ୍କରେ ମଧ୍ୟ ଲୋକଙ୍କ ଭିଡ ହୋଇଥାଏ। ସେଥିପାଇଁ ବିଏମସି ରାଜ୍ୟ ସରକାରଙ୍କ ସହ ମିଶି ପୁଣିଥରେ ନାଇଟ୍ ଲକଡାଉନ୍ ଲାଗୁ କରିବାକୁ ପ୍ରସ୍ତୁତି କରୁଛି।

{"id":379558,"sizeSlug":"large","linkDestination":"none"}

ସୂଚନା ଅନୁଯାୟୀ, ନାଇଟ୍ କର୍ଫ୍ୟୁ ଭଳି ନାଇଟ୍ ଲକଡାଉନ୍ ପାଇଁ ମଧ୍ୟ ନିୟମ ପ୍ରସ୍ତୁତ ହେଉଛି। ରାତିରେ କାହାକୁ ବାହାରକୁ ଯିବା ପାଇଁ ଅନୁମତି ଦିଆଯିବ ନାହିଁ। ମହାରାଷ୍ଟ୍ରରେ ଶୁକ୍ରବାର ଦିନ ୩ ହଜାର ୯୯୪ ନୂଆ କରୋନା ମାମଲା ସାମ୍ନାକୁ ଆସିବା ପରେ ସଂକ୍ରମିତଙ୍କ ସଂଖ୍ୟା ୧୮ ଲକ୍ଷ ୮୮ ହଜାର ୭୬୭ରେ ପହଞ୍ଚିଛି। ମୁମ୍ବାଇରେ ଶୁକ୍ରବାର ଦିନ ୬୪୨ କରୋନା ମାମଲା ସାମ୍ନାକୁ ଆସିଥିଲା। ମୁମ୍ବାଇରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୨ ଲକ୍ଷ ୮୫ ହଜାର ୬୩୨ ହୋଇଛି। ୧୦ ହଜାର ୯୭୦ ଜଣଙ୍କ ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟାରେ ମୁମ୍ବାଇରେ ୯ଜଣଙ୍କ ମୃତ୍ୟୁ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.