Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ସଂକ୍ରମଣକୁ ଚେକ୍ ଦେବାକୁ ବିଏମସିର ପ୍ରସ୍ତୁତି: ଆଜିଠୁ ଖୋଲିବ ଆଦିତ୍ୟ ଅଶ୍ୱିନୀ କୋଭିଡ ହସ୍ପିଟାଲ

14/04/2021 at 9:38 AM

ଭୁବନେଶ୍ୱର ୧୪/୦୪: ରାଜଧାନୀରେ ବ୍ୟାପିବାରେ ଲାଗିଛି ସଂକ୍ରମଣ । ଆଉ ଦ୍ରୁତ ସଂକ୍ରମଣକୁ ବ୍ରେକ୍ ଦେବାକୁ ଆକ୍ସନ ମୁଡରେ ବିଏମସି । ଏହାକୁ ଦୃଷ୍ଟିରେ ରଖି ବିଏମ୍‌ସି ପକ୍ଷରୁ ବଡ଼ ପଦକ୍ଷେପମାନ ନିଆଯାଉଛି । ଏହି ପରିପ୍ରେକ୍ଷୀରେ ଆଜିଠାରୁ ଖୋଲିବ ଆଦିତ୍ୟ ଅଶ୍ୱିନୀ କୋଭିଡ ହସ୍ପିଟାଲ । ଆଇସିୟୁ ସହ ମୋଟ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପୁନଃ କାର୍ଯ୍ୟକ୍ଷମ ହେବ ।

ସେହିଭଳି ସମ୍ କୋଭିଡ ହସ୍ପିଟାଲର ଶଯ୍ୟା ସଂଖ୍ୟାକୁ ୨୫୦ରୁ ୫୦୦କୁ ବୃଦ୍ଧି କରାଯାଇଛି । ପଟିଆ ୬୦ ଓ ଡୁମୁଡୁମାରେ ୪୫ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ଖୋଲିବାକୁ ନିଷ୍ପତ୍ତି ହୋଇଛି । ଏହା ପୂର୍ବରୁ ଘାଟିକିଆ, ଗଜପତିନଗର ଓ କିଟରେ ୩ ଟି OYO ହୋଟେଲରେ 40ଟି ଶଯ୍ୟା ବିଶିଷ୍ଟ ଦେୟ ଯୁକ୍ତ ସଂଗରୋଧ ଗୃହ କରାଯାଇଛି । ବାଣୀବିହାରରେ ଶତାଧିକ ଛାତ୍ର ଓ କର୍ମଚାରୀଙ୍କ ଟେଷ୍ଟିଂ କରାଯାଇଛି । ତେବେ ଓୟୁଏଟି ୪ନମ୍ବର ଛାତ୍ରାବାସରେ ୪ ଛାତ୍ର ପଜିଟିଭ ଚିହ୍ନଟ ପରେ ଅନ୍ୟ ଅନ୍ତେବାସୀଙ୍କ ସମେତ କର୍ମଚାରୀଙ୍କ ଟେଷ୍ଟିଂ କରିବାକୁ ନିଷ୍ପତ୍ତି ନିଆଯାଇଛି । ଦରକାର ପଡିଲେ ଶିକ୍ଷାନୁଷ୍ଠାନକୁ ସିଲ୍ କରିବାକୁ ମଧ୍ୟ ବିଏମସି ଯୋଜନା କରିଛି ।

   Related Posts