Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଏଥର ୭୦୦କୋଟି ଟଙ୍କାର ବଜେଟ୍‌ ପ୍ରସ୍ତୁତ କରିବାକୁ ବିଏମସିର ଯୋଜନା : ଆରମ୍ଭ ହୋଇଛି ପ୍ରି ବଜେଟ୍‌ କାମ

26/02/2020 at 5:28 PM

ଭୁବନେଶ୍ବର ୨୬/୨: ଏଥର ୭୦୦କୋଟିର ବଜେଟ୍‌ ପ୍ରସ୍ତୁତ କରିବ ଭୁବନେଶ୍ବର ମହାନଗର ନିଗମ । ଓଡ଼ିଶା ମ୍ୟୁନିସିପାଲ୍‌ ନିୟମ ୧୩୮ ଅନୁଯାୟୀ ପ୍ରି ବଜେଟ୍‌ କାମ ଆରମ୍ଭ ହୋଇଛି । ସେହିଭଳି ମ୍ୟୁନିସିପାଲ୍‌ ନିୟମ ୨୮ ଓ ୨୯ ଅନୁସାରେ ବିଏମସି ଅଂଚଳରେ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ବିଏମସି କମିଶନର ।ତେବେ ଏହାକୁ ନେଇ ନିଜ ନିଜ ଢ଼ଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ କର୍ପୋରେଟର ।

ଏଥର ୭୦୦କୋଟି ଟଙ୍କାର ବଜେଟ୍‌ ପ୍ରସ୍ତୁତ କରିବାକୁ ଯୋଜନା କରିଛି ଭୁବନେଶ୍ବର ମହାନଗର ନିଗମ । ଏଥିରେ ସହରବାସୀଙ୍କ ଆବଶ୍ୟକତାକୁ ଅଧିକ ଫୋକସ୍‌ କରାଯିବ ବୋଲି କହିଛନ୍ତି ବିଏମସି କମିଶନର । ଏଥି ସହ ଓ୍ବାର୍ଡ଼ ଅଫିସ ଗୁଡ଼ିକର ଭିତ୍ତିଭୂମି ବିକାଶ, ରାସ୍ତାଘାଟର ନିର୍ମାଣ, ଆଲୋକୀକରଣ, ପାର୍କ ଗୁଡ଼ିକର ରକ୍ଷଣାବେକ୍ଷଣ, ସହରରେ ଭିତରେ ଥିବା ଜଳାଶୟ ଗୁଡ଼ିକରେ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ବାରା ମାଛଚାଷକୁ ଅଧିକ ଗୁରୁତ୍ବ ଦିଆଯାଇଛି । ମାର୍ଚ୍ଚ ୧୫ ସୁଦ୍ଧା ଭୁବନେଶ୍ବର ମହାନଗର ନିଗମର ସବୁ ବିଭାଗକୁ ସେମାନଙ୍କ ବ୍ୟୟ ବରାଦ ତଥ୍ୟ ଦେବାକୁ କୁହାଯାଇଛି ।

ଓଡ଼ିଶା ମ୍ୟୁନିସିପାଲ ନିୟମ ୧୩୮ ଅନୁଯାୟୀ ବିଏମସି ତା’ର ପ୍ରି ବଜେଟ୍‌ କାମ ଆରମ୍ଭ କରିଛି । ତେବେ ବର୍ଷେ ହେଲାଣି ବିଏମସିରେ ନିର୍ବାଚନ ପ୍ରତିନିଧି ନଥିବା ବେଳେ ବିଏମସି ବଜେଟ୍‌ରେ କରାଯାଉଥିବା ବିଭିନ୍ନ ଯୋଜନା କେମିତି ଲୋକଙ୍କ ପାଖରେ ପହଞ୍ଚିବ ବୋଲି ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ କର୍ପୋରେଟର ।

ଗଲାବର୍ଷ ଅପେକ୍ଷା ବିଏମସି ବଜେଟ୍‌ରେ ଏଥର ପାଖାପାଖି ଅଢ଼େଇଶହ କୋଟି ଟଙ୍କା ବଢ଼ିଛି । ଗତ ବର୍ଷ ୪୬୧କୋଟି ଟଙ୍କାର ବଜେଟ୍‌ କରାଯାଇଥିବା ବେଳେ ଏଥର ଏହାର ପରିମାଣ ୭୦୦କୋଟି ଛୁଇଁଛି ।

   Related Posts