Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

କରେନା ପାଇଁ BMCର ପଦକ୍ଷେପ : ଘରେ ପହଞ୍ଚିବ ଅତ୍ୟାବଶ୍ୟକ ସାମଗ୍ରୀ, ୨୮ଟି ଷ୍ଟୋର ଏବଂ ମଲ୍‌କୁ ନେଇ ତିଆରି ହୋଇଛି ପୁଲ୍

27/03/2020 at 8:58 AM

ଭୁବନେଶ୍ବର ୨୭।୩: କରୋନା ସଂକ୍ରମଣକୁ ରୋକିବାକୁ ସାରା ଦେଶକୁ ଲକ୍ ଡାଉନ୍ କରାଯାଇଛି । ରାଜ୍ୟରେ ଲକ୍ ଡାଉନ୍ ପ୍ରଭାବ ଦେଖିବାକୁ ମିଳିଛି । ଏହି ଲକ୍ ଡାଉନ୍ ସମୟରେ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଥିବା ବେଳେ କିଛି ଲୋକ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ଆଳରେ ବାହାରେ ବୁଲୁଥିବାର ପରିଲକ୍ଷିତ ହୋଇଛି । ଏହାକୁ ରୋକିବା ପାଇଁ ବିଏମସି ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳିଛି । ଏଭଳି ସ୍ଥିତିରେ ହୋମ୍ ଡେଲିଭରି ସୁବିଧା ଆରମ୍ଭ କରାଯାଇଥିବା ଜଣାପଡିଛି ।

ଲକ୍ ଡାଉନ୍ ବେଳେ ସାମାଜିକ ଦୂରତାକୁ ବଜାୟ ରଖିବା ପାଇଁ ବିଏମସି ପକ୍ଷରୁ ରିଲାଏନ୍ସ ଫ୍ରେଶ, ବିଗ୍ ବଜାର, ବିଶାଲ ମେଗା ମାର୍ଟ ଏବଂ ଆଧାର ଫ୍ରେଶର ୨୮ଟି ଷ୍ଟୋର ଏବଂ ଆଉଟଲେଟକୁ ହୋମ୍ ଡେଲିଭରି ପାଇଁ ଅନୁମତି ଦିଆଯାଇଥିବା ନେଇ ସୂଚନା ମିଳିଛି । ବିଏମସି ପକ୍ଷରୁ ସେହି ଷ୍ଟୋରଗୁଡିକର ଯୋଗାଯୋଗ ବ୍ୟକ୍ତିଙ୍କ ହ୍ବାଟସ ଆପ୍ ନମ୍ବରର ତାଲିକା ମଧ୍ୟ ପ୍ରଦାନ କରିଥିବା ଜଣାପଡଛି ।

ହୋମ୍ ଡେଲିଭରି ପାଇବାକୁ ହେଲେ ଜଣେ ବ୍ୟକ୍ତିଙ୍କୁ ତାଲିକା, ଆବଶ୍ୟକୀୟ ଦ୍ରବ୍ୟର ପରିମାଣ ଏବଂ ସ୍ଥାନୀୟ ଠିକଣା ସଂପୃକ୍ତ ବ୍ୟକ୍ତିଙ୍କ ହ୍ବାଟସଆପ୍ ନମ୍ବରକୁ ପଠାଇବାକୁ ପଡିବ | ଲୋକମାନଙ୍କୁ ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ହୋମ୍ ସାମଗ୍ରୀ ଯୋଗାଇ ଦିଆଯିବ । ତେବେ ଏହି ଡେଲିଭରି ନେଇ କୌଣସି ଫୋନ୍ କଲ୍ ଗ୍ରହଣ କରାଯିବନାହିଁ | ସାମଗ୍ରୀ ପାଇବା ପରେ ବିଲ୍ ଅନୁଯାୟୀ ଟଙ୍କା ପେମେଣ୍ଟ କରିପାରିବେ ।

   Related Posts