Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଭୁବନେଶ୍ବରରେ ଟିକାଦାନ କେନ୍ଦ୍ର ବୃଦ୍ଧି ପାଇଁ ବିଏମସିର ଯୋଜନା, ଆହାର କେନ୍ଦ୍ର ପାଇଁ ନୂଆ ଏସଓପି

28/04/2021 at 7:29 AM

ଭୁବନେଶ୍ୱର ୨୮।୦୪: ଭୁବନେଶ୍ୱରରେ ବୃଦ୍ଧି ହେବ ଟିକାଦାନ କେନ୍ଦ୍ର । ମେ’ ୧ରୁ ୧୮ବର୍ଷରୁ ଅଧିକ ବୟସ୍କଙ୍କୁ ଟିକାକରଣ ଆରମ୍ଭ ହେବାକୁ ଥିବା ବେଳେ ଭୁବନେଶ୍ବରରେ ଟିକାକରଣ କେନ୍ଦ୍ର ବଢ଼ାଇବାକୁ ଯୋଜନା କରିଛି ବିଏମସି । ସଂଖ୍ୟାକୁ ଦେଖି ଭିଡ଼ ଏଡ଼ାଇବାକୁ ଏଭଳି ବ୍ୟବସ୍ଥା କରାଯିବ । ଦୁଇଟି ବର୍ଗରେ ଲୋକଙ୍କୁ ଭାଗ କରି ଅଲଗା ଅଲଗା ସମୟରେ ଟିକା ଦେବାର ସୁବିଧା କରାଗଲେ ସୁବିଧା ହୋଇପାରିବ ବୋଲି କୁହାଯାଉଛି ।

ସେହିଭଳି ରାଜଧାନୀରେ ଥିବା ଆହାର କେନ୍ଦ୍ରଗୁଡ଼ିକ ପାଇଁ ନୂଆ ଗାଇଡଲାଇନ୍ କରିବ ଭୁବନେଶ୍ବର ମହାନଗର ନିଗମ । ଆଗକୁ ଦିନ ୩ଟା ପର୍ଯ୍ୟନ୍ତ ଆହାର କେନ୍ଦ୍ର ଗୁଡ଼ିକ ଖୋଲା ରଖିବାକୁ ଯୋଜନା ହୋଇଥିବା ବେଳେ କେନ୍ଦ୍ରକୁ ଆସୁଥିବା ଲୋକେ କିଭଳି ସାମାଜିକ ଦୂରତା ଅବଲମ୍ବନ କରିପାରିବେ ସେଥିପ୍ରତି ଧ୍ୟାନ ଦିଆଯିବ ।

ସେହିପରି  ଭୁବନେଶ୍ୱରରେ କୋଭିଡ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏଥିପାଇଁ ବେଡ଼ ସଂଖ୍ୟା ବୃଦ୍ଧି କରାଯାଇଛି । ହସ୍ପିଟାଲରେ ବେଡ଼ ସଂଖ୍ୟା ୩ ହଜାର ରହିଛି । ୪୦୦ ଆଇସି ୟୁ ବେଡ଼ ଅଛି ଏବଂ ୭୦୦ ଏସ ଦି ୟୁ ବେଡ଼ ରହିଛି। ସବୁ ବେଡ଼ ପାଇଁ ଅମ୍ଳଜାନର ବ୍ୟବସ୍ଥା କରାଯାଇଛି। ପାଇପ ଲାଇନ ଯୋଗେ ନଚେତ ସିଲିଣ୍ଡର ଜରିଆରେ ଦିଆଯିବାର ବ୍ୟବସ୍ଥା ରହିଛି। ଭୁବନେଶ୍ବରରେ ଅକ୍ସିଜେନ୍ କୁ ନେଇ କିଛି ସମସ୍ୟା ନାହିଁ । ଏହା ଛଡା 1929 କୋଭିଡ ହେଲ୍ପଳାଇନ ନମ୍ବର କୁ ଆହୁରି ତ୍ୱରାନ୍ୱିତ କାରାଯାଉଛି।

   Related Posts