Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ହୋଟେଲ୍ ଓ ରେଷ୍ଟୁରାଣ୍ଟକୁ BMCର କଡା ନିର୍ଦ୍ଦେଶ, ୭ ଦିନ ଭିତରେ ଦୋକାନ ସମ୍ମୁଖରେ ଲଗାଅ ଫୁଡ୍ ସେଫ୍ଟି ସାର୍ଟିଫିକେଟ୍

21/01/2021 at 1:22 PM

ଭୁବନେଶ୍ବର ୨୧।୧: ରାଜଧାନୀରେ ଥିବା ହୋଟେଲ ଓ ରେଷ୍ଟୁରାଣ୍ଟକୁ କଡା ନିର୍ଦ୍ଦେଶ ଦେଇଛି ଭୁବନେଶ୍ବର ମହାନଗର ନିଗମ । ୭ ଦିନ ଭିତରେ ଫୁଡ୍ ସେଫ୍ଟି ସାର୍ଟିଫିକେଟ୍ ଦୋକାନ ସମ୍ମୁଖରେ ଲଗାଇବା ପାଇଁ ବିଏମସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ଦୋକାନୀ ନିୟମ ନ ପାଳନ କରନ୍ତି ତେବେ କଡା ଆଭିମୁଖ୍ୟ ନିଆଯିବ ବୋଲି ନୋଟିସ୍ ରେ ଦର୍ଶାଯାଇଛି । ମୋଟା ଅଙ୍କର ଫାଇନ୍ ଆଦାୟ କରାଯିବ ସହ ସମ୍ପୃକ୍ତ ଦୋକାନୀଙ୍କ ନାଁରେ ବିଏମସି ମାମଲା ରୁଜ୍ଜୁ କରିବ ।

ଉଲ୍ଲେଖଯୋଗ୍ୟ ଯେ, ଭୁବନେଶ୍ବରରେ ଛତୁ ଫୁଟିଲା ଭଳି ହୋଟେଲ ଓ ରେଷ୍ଟୁରାଣ୍ଟ ଖୋଲିଛି । ସବୁ ହୋଟେଲ ଓ ରେଷ୍ଟୁରାଣ୍ଟ ଫୁଡ୍ ସେଫ୍ଟି ସାର୍ଟିଫିକେଟ୍ ହାସଲ କରିନଥିବା ବେଳେ କିଛି ଏହାର ଗାଇଡ୍ ଲାଇନ୍ ପାଳନ କରୁନାହାନ୍ତି । କିଛି ସ୍ଥାନରେ ନିମ୍ନ ମାନର ଖାଦ୍ୟ ସହ ବାସି ଖାଦ୍ୟ ମଧ୍ୟ ଲୋକଙ୍କୁ ପରସା ଯାଉଛି । ତେବେ କିଛି ଲାଭଖୋର ବ୍ୟବସାୟୀମାନେ ବିନା ଫୁଡ୍ ସେଫ୍ଟି ସାର୍ଟିଫିକେଟ୍ ରେ ହୋଟେଲ ଓ ରେଷ୍ଟୁରାଣ୍ଟ ଖୋଲିବା ସହ ବେଶ୍ ଲାଭବାନ୍ ହେଉଛନ୍ତି । ସେହି ହୋଟେଲ ଓ ରେଷ୍ଟୁରାଣ୍ଟଗୁଡିକରେ ନିମ୍ନମାନର ଖାଦ୍ୟ ତଥା ବାସି ଖାଦ୍ୟ ଲୋକଙ୍କୁ ଦିଆଯାଉଥିବା ନେଇ ମଧ୍ୟ ବିଭିନ୍ନ ସମୟରେ ଅଭିଯୋଗ ହେଉଛି । ତେଣୁ ବିଏମସି ପକ୍ଷରୁ ଏଭଳି କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

   Related Posts