କୋଭିଡ୍ ସମ୍ପର୍କିତ ଭାଇରାଲ ଫୋନ ରେକର୍ଡିଂରେ ମିଛ ଓ ମନଗଢା ତଥ୍ୟ : ଭୁଲ ଖବର ପ୍ରସାରଣ ପାଇଁ ଏକ ଓଡିଆ ଟିଭି ଚ୍ୟାନେଲକୁ ନୋଟିସ ପଠାଇଲା ବିଏମସି, ଥାନାରେ ମାମଲା

Published By : Prameya-News7 Bureau | August 07, 2020 IST

ଭୁବନେଶ୍ୱର,୦୭|୦୮:  ମିଥ୍ୟା, ଅଯୁକ୍ତିକର ତଥା ଉଦ୍ଦେଶ୍ୟ ପ୍ରଣୋଦିତ ଖବର ପ୍ରସାରଣ ଲାଗି ଏକ ଓଡିଆ ଚ୍ୟାନେଲ(News7 ନୁହେଁ)କୁ ନୋଟିସ୍ ପଠାଇଛି ବିଏମସି । ଏହାସହ ସଂପୃକ୍ତ ଟିଭି କର୍ତ୍ତୃପକ୍ଷଙ୍କ ନାଁରେ ଥାନାରେ ମଧ୍ୟ ଏଫଆଇଆର ହୋଇଛି । ବିଏମସି ପକ୍ଷରୁ ଜାରି ଏକ ପ୍ରେସ ରିଲିଜ ଅନୁଯାୟୀ, ଗତ ୬ ତାରିଖରେ ସଂପୃକ୍ତ ଓଡିଆ ଟିଭି ଚ୍ୟାନେଲରେ ୨ଜଣ  ବ୍ୟକ୍ତିଙ୍କ ଭାଇରାଲ ଫୋନ୍ ରେକର୍ଡିଂ ସମ୍ପର୍କିତ ଏକ ଖବର ପ୍ରସାରଣ କରାଯାଇଥିଲା । ଯେଉଁଥିରେ କରୋନା ସମ୍ବନ୍ଧୀୟ ଅନେକ ପ୍ରସଙ୍ଗ ଉପରେ ୨ଜଣ ବ୍ୟକ୍ତି କଥା ହେଉଥିଲେ । ଏପରିକି ନାନା ଅଭିଯୋଗ ମଧ୍ୟ କରୁଥିଲେ । ଏହି ସମସ୍ତ ଅଭିଯୋଗକୁ ମିଛ ବୋଲି ଦର୍ଶାଇଛନ୍ତି ଭୁବନେଶ୍ୱର ଉନ୍ନୟନ କମିଶନ ବା ବିଏମସି । ସଂପୃକ୍ତ ଟିଭି ଚ୍ୟାନେଲ ଜାଣିଶୁଣି ମିଛ ଖବର ପ୍ରସାରଣ କରୁଛି ବୋଲି ବିଏମସି ପ୍ରେସ ବିଜ୍ଞପ୍ତିରେ ଦର୍ଶାଇଛି ।

{"id":311187,"width":600,"height":829,"sizeSlug":"large"}

ଖବର ପ୍ରସାରଣ ହୋଇଥିଲା ଯେ, ପ୍ରତି କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ କେନ୍ଦ୍ର ସରକାର ଯେଉଁ ଦେଡଲକ୍ଷରୁ ୨ଲକ୍ଷ ଟଙ୍କା ଦେଉଛନ୍ତି । ଏପରିକି କେତେକ ହସ୍ପିଟାଲକୁ ଦୈନିକ ୧୦୦ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରିବାକୁ ଟାର୍ଗେଟ୍ ଦିଆଯାଇଛି । ଆହୁରି ମଧ୍ୟ କରୋନା ପଜିଟିଭ୍ ନଥିଲେ ମଧ୍ୟ ସମ୍, କିମସ, ହାଇଟେକ୍ ଆଦି ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ଏପରି କୁଆଡେ ବିଏମସି ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏପରି ଖବରକୁ ମିଛ ବୋଲି କହିଛି ବିଏମସି ।

ବିଏମସି କହିଛି ଯେ, ନିକଟରେ ଏକ ଓଡିଆ ଟିଭି ଚ୍ୟାନେଲ ଅନେକ ମିଛ ଓ ଭୁଲ ଖବର ପ୍ରସାରଣ କରିଛି । କିଛିଦିନ ତଳେ ଏହି ଚ୍ୟାନେଲ କହିଥିଲା ଯେ ଜଣେ ଗରିବ ବସ୍ତି ଲୋକକୁ କରୋନା ହୋଇନଥିଲେ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ବିଏମସି ଏହା ଉପରେ ପ୍ରତିକ୍ରିୟା ରଖି ସମସ୍ତ ତଥ୍ୟ ଓ ପ୍ରମାଣ ସୋସିଆଲ ମିଡିଆରେ ସେୟାର କରିଥିଲା । ଯେତେବେଳେ ସାରା ଓଡିଶା କରୋନା ମୁକାବିଲା କରୁଛି ସେହି ସମୟରେ ସେହି ଟିଭି ଚ୍ୟାନେଲ ଭୁଲ ଖବର ପରିବେଷଣ କରୁଛି । ଏପରିକି ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରୁଛି । ଏନଡିମିଏ ଓ ରାଜ୍ୟ ସରକାର କରୋନା ସମ୍ବନ୍ଧୀୟ କୌଣସି ଭୁଲ ଖବର ପ୍ରସାରଣ ନକରିବାକୁ ଗାଇଡଲାଇନ୍ ଜାରି କରିଛନ୍ତି ।

ବିଏମସି ଆହୁରି କହିଛି ଯେ, କରୋନା ମୁକାବିଲା କ୍ଷେତ୍ରରେ କୋଭିଡ ଯୋଦ୍ଧାମାନେ ସମସ୍ତ ଚେଷ୍ଟା ଚଳାଇଛନ୍ତି । ଏପରି ଭୁଲ ଖବର କରୋନା ଯୋଦ୍ଧାଙ୍କ ମନୋବଳ ହ୍ରାସ କରୁଛି । ଏହାସହ ବିଏମସି ପକ୍ଷରୁ ସଂପୃକ୍ତ ଓଡିଆ ଟିଭି ଚ୍ୟାନେଲକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଏପରିକି ସେହି ଟିଭି ଚ୍ୟାନେଲ ବିରୋଧରେ ଥାନାରେ ମଧ୍ୟ ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.