Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରବାଟୀରେ ହେବନି ଭାରତ-ଓ୍ଵେଷ୍ଟଇଣ୍ଡିଜ ଟି-୨୦ ମ୍ୟାଚ୍, ଦର୍ଶକ ନିରାଶ
  • ||
  • ଆଇପିଏଲ ନିଲାମୀ ତାଲିକାରୁ କ୍ରିସ୍ ଗେଲ୍‌ଙ୍କ ସମେତ ଏହି ଖେଳାଳି ବାହାର
  • ||
  • Syed Modi International: ଫାଇନାଲ୍‌ରେ ପହଞ୍ଚିଲେ ପିଭି ସିନ୍ଧୁ, ମାଲଭିକାଙ୍କ ସହ ଟାଇଟଲ୍‌ ମୁକାବିଲା
  • ||
  • IPLରେ ଜଲଓ୍ବା ଦେଖାଇବେ ଶ୍ରୀସନ୍ତ, ନିଲାମୀ ପାଇଁ ବେସ୍‌ ପ୍ରାଇସ୍ ରହିଛି ୫୦ ଲକ୍ଷ ଟଙ୍କା
  • ||
  • ଜାମ୍ମୁ କାଶ୍ମୀରରେ ଭାରତୀୟ ସେନା ପକ୍ଷରୁ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ସଫା, ସର୍ଚ୍ଚ ଅପରେସନ ଜାରି
  • ||
  • ୟେମେନ ଗଣହତ୍ୟାକୁ ନିନ୍ଦା କଲା ଜାତିସଂଘ, ସାଉଦିର ବିମାନ ଆକ୍ରମଣରେ ନିହତ ହୋଇଥିଲେ ୭୦ ବିଦ୍ରୋହୀ
  • ||
  • ସୋର : ଟ୍ରକ୍ ସହ ଧକ୍କା ହୋଇ ନୟନଜୋରିକୁ ଓଲଟିଲା ବସ୍, ୫ ଜଣଙ୍କ ମୃତ୍ୟୁ, କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ
  • ||
  • ଭଦ୍ରକରେ ବିଜେପିକୁ ଝଟ୍‌କା, ଦଳ ଛାଡିଲେ ଶତାଧିକ ବରିଷ୍ଠ ନେତା ଓ କର୍ମୀ
  • ||
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||

କୋଭିଡ୍‌ ଛାଟ: ଯାଞ୍ଚ ପରେ ୧୦ ହସ୍ପିଟାଲକୁ ବିଏମ୍‌ସିର ନୋଟିସ୍‌, ୨୪ ଘଣ୍ଟାରେ ଜବାବ ତଲବ

25/06/2020 at 6:31 PM

ଭୁବନେଶ୍ବର୨୫/୬: ୧୦ଟି ହସ୍ପିଟାଲକୁ ବିଏମସିର ନୋଟିସ୍‌। କୋଭିଡ-୧୯ ନିୟମ ଉଲ୍ଲଂଘନ ନେଇ ୧୦ ହସ୍ପିଟାଲକୁ ନୋଟିସ୍‌ ଦିଆଯାଇଛି। ୨୪ ଘଣ୍ଟାରେ ରିପୋର୍ଟ ଦେବାକୁ ଏହି ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମୟ ଭିତରେ ରିପୋର୍ଟ ନ ଦେଲେ ହେବ କାର୍ଯ୍ୟାନୁଷ୍ଠାନ। ବିଏମସି କମିଶନର ୧୦ ହସ୍ପିଟାଲକୁ ୨୪ ଘଣ୍ଟାର ମହଲତ ଦିଆଯାଇଛି। ୨୪ ଘଣ୍ଟାରେ ନୋଟିସ୍‌ର ଉତ୍ତର ଉତ୍ତର ନରଖିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।

କାଲି ମଞ୍ଚେଶ୍ଵରରେ ଥିବା BLUE WHELE ମେଡିକାଲ କୋଭିଡ-୧୯ ନିୟମକୁ ଉଲଂଘନ କରିବା ପରେ ମେଡିକାଲକୁ ସମ୍ପୂର୍ଣ୍ଣ ସିଲ୍‌ କରିଥିଲା ବିଏମସି ।  ଗୁରୁବାର କୋଭିଡ ନିୟମ ପାଳନ କରୁଛନ୍ତି କି ନାହିଁ ରାଜଧାନୀର କିଛି ହସ୍ପିଟାଲ ସେ ନେଇ ବିଏମସି ପକ୍ଷରୁ ବହୁ ହସ୍ପିଟାଲରେ ଯାଞ୍ଚ କରାଯାଇଥିଲା।

ଠିକ୍ ଭାବରେ ସାନିଟାଇଜ ହେଉଛି କି ନାହିଁ, ସାମାଜିକ ଦୂରତା, ମାସ୍କ , ମେଡିକାଲକୁ ପ୍ରବେଶ କରିବା ବେଳେ ସ୍କାନିଂ ହେଉଛି କି ନାହିଁ ତା ସହ ଅଳ୍ପ କର୍ମଚାରୀଙ୍କୁ ନେଇ ଡ୍ୟୁଟି ହେଉଛି କି ନାହିଁ, ଏ ସବୁ ଦେଖିଥିଲେ ବିଏମସି କର୍ମଚାରୀ। ଆପୋଲ, କଳିଙ୍ଗ, ଉସ୍ତି, କର, ନୀଳାଚଳ, ରୁଚିକା, କେୟାର, ମୋହନ ଡାଇବେଟିସ୍ ସେଣ୍ଟର ଭଳି ୧୦ଟି ମେଡିକାଲରେ ଯାଞ୍ଚ କରାଯାଇଛି ।

ବିଏମସିରେ ୩ଟି ଜୋନ୍‌ ପକ୍ଷରୁ ପୋଲିସ ସହଯୋଗରେ ଏହି ଯାଞ୍ଚ କରାଯାଇଛି।  ଯାଞ୍ଚ ପ୍ରକ୍ରିୟା ପାଇଁ ସବୁ ଜୋନ୍‌ରେ ବିଏମସିର କର୍ମଚାରୀ ନିୟୋଜିତ ହୋଇଥିଲେ । ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀ   ମେଡିକାଲରେ ସମସ୍ତେ ସାମାଜିକ ଦୂରତା ବଜାୟ ରଖୁଛନ୍ତି କି ନାହିଁ, ମାସ୍କ ପିନ୍ଧୁଛନ୍ତି କି ନାହିଁ, ଏସବୁର ଯାଞ୍ଚ କରିଥିଲେ। ଆଗକୁ ମଧ୍ୟ ଏ ଯାଞ୍ଚ ଜାରି ରହିବ ଯଦି କୌଣସି ମେଡିକାଲ କୋଭିଡ ୧୯ ନିୟମକୁ ଉଲଂଘନ କରୁଥିବା ସେ ମେଡିକାଲ ଉପରେ କାର୍ଯ୍ୟାନୁଷ୍ଠାନ ନେବ ବିଏମସି ।

   Related Posts