Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ହାଟ ଓ ବଜାରରେ ବିଏମ୍‌ସିର କଟକଣା, ସାମାଜିକ ଦୂରତା ଓ ମାସ୍କ ନପିନ୍ଧିଲେ ଦୋକାନ‌ ହେବ ସିଲ୍‌

19/04/2021 at 12:13 PM

ଭୁବନେଶ୍ୱର ୧୯।୦୪: ବଢୁଛି କରୋନା ସଂକ୍ରମଣ । ଯାହାକୁ ଦୃଷ୍ଟିରେ ରଖି କିଛି କଟକଣା ଜାରି କରିଛି ବିଏମ୍‌ସି । ସଂକ୍ରମଣ ରୋକିବାକୁ ପୂର୍ବବର୍ଷର ରଣକୌଶଳ ଆପଣାଇଛି ବିଏମ୍‌ସି । ଯଦି କେହି କଟକଣା ନମାନ୍ତି, ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଆଜିଠାରୁ ହାଟ ଓ ବଜାରରେ ବିକେନ୍ଦ୍ରୀକରଣ ଲାଗୁ ହେବ କଟକଣା । ଏହି ସବୁ ସ୍ଥାନରେ ମାନିବାକୁ ପଡିବ ସମାଜିକ ଦୂରତା । ମୁହଁରେ ମାସ୍କ ନଥିଲେ ସିଲ୍‌ ହେବ ଦୋକାନ । ଖାସ୍‌ କରି ଡୁମୁଡୁମା, ପଟିଆ, ଡମଣା, ୟୁନିଟ-୪, ୟୁନିଟ -୧, ୟୁନିଟ-୨ ସମେତ ବିଭିନ୍ନ ସ୍ଥାନରେ ଥିବା ମାର୍କେଟରେ କଡାକଡି କରାଯିବ କଟକଣା । ସମସ୍ତ ଜୋନାଲ ଡେପୁଟି କମିଶନରଙ୍କୁ ନିର୍ଦେଶ ଦେଲେ ବିଏମସି କମିଶନର ।

ସେହିପରି ଆଜିଠାରୁ ନୀଳାଚଳ ଓ ହାଇଟେକ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଥିବା ବେଳେ  ବ୍ଲୁ ହ୍ୱିଲ୍‌ କୋଭିଡ଼ ହସ୍ପିଟାଲ ମଙ୍ଗଳବାର ଠାରୁ କାର୍ଯ୍ୟକ୍ଷମ ହେବ ।  ଏହାପରେ ଖୁବଶୀଘ୍ର ସ୍ପର୍ଶ ଓ କିମ୍‌ସ କୋଭିଡ଼ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ । କିମ୍‌ସ କୋଭିଡ଼ ହସ୍ପିଟାଲରେ ପ୍ରସ୍ତୁତ ହେବ ୫ଶହ ଶଯ୍ୟା ବିଶିଷ୍ଟ କୋଭିଡ଼ ହସ୍ପିଟାଲ ।

   Related Posts