Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

କୋଭିଡ଼ ନିୟମକୁ ନେଇ ବିଏମ୍‌ସି କଠୋର : କଟକଣା ଭାଙ୍ଗିଲେ ଆଦାୟ ହେବ ଫାଇନ୍, ସିଲ୍‌ ହେବ ଅଫିସ୍

19/07/2021 at 11:28 AM

ଭୁବନେଶ୍ୱର ୧୯।୦୭: କୋଭିଡ଼ କଟକଣା ଭାଙ୍ଗିଲେ ହେବ କାର୍ଯ୍ୟାନୁଷ୍ଠାନ । ମୋଟ ଅଙ୍କର ଫାଇନ୍‌ ଆଦାୟ ସହ ଆବଶ୍ୟକ ପଡିଲେ ସଂପୃକ୍ତ ଅନୁଷ୍ଠାନକୁ ସିଲ୍‌ କରାଯିବ । ସୋମବାର ଠାରୁ ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ପୂର୍ଣ୍ମମାତ୍ରାରେ ଖୋଲିବା ପୂର୍ବରୁ ଏପର ସତର୍କ କରାଇଛି ବିଏମ୍‌ସି। ପୋଲିସ ଏବଂ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଅଚାନକ କାର୍ଯ୍ୟାଳୟରେ ଚଢାଉ କରିବ । ଯଦି କେହି କୋଭିଡ଼ ନିୟମ ଉଲ୍ଲଂଘନ କରନ୍ତି । ତେବେ ତୁରନ୍ତ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।  

କରୋନା କଟକଣା ପାଇଁ ରାଜ୍ୟ ସରକାର ବିଭିନ୍ନ ସରକାରୀ ଏବଂ ବେସରକାରୀ କାର୍ଯ୍ୟଳାୟ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । କିଛି ସରକାରୀ ଅନୁଷ୍ଠାନ ବନ୍ଦ ଥିବା ବେଳେ ଆଉ କିଛି ଅନୁଷ୍ଠାନ ମାନଙ୍କରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ୍‌ କାର୍ଯ୍ୟପାଇଁ ନିର୍ଦ୍ଦେଶ ଦେଇଥିଲେ । କରୋନା ଦ୍ୱିତୀୟ ଲହରୀ ସାମାନ୍ୟ ଧିମା ପଡିବା ପରେ ସୋମବାରୁ ଠାରୁ ସମସ୍ତ ସରକାରୀ ଅଫିସ ଖୋଲିବାକୁ ଯାଉଛି । ପୂର୍ଣ୍ଣମାତ୍ରାରେ ଅଫିସ ଚାଲିବା ସହ ଦ୍ୱିତୀୟ ଡୋଜ ନେଇଥିବା କର୍ମଚାରୀ ଅଫିସ ଆସିବା ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିୟମ ଜାରି କରାଯାଇଛି । ସୋମବାରଠାରୁ  ରାଜଧାନୀରେ ପ୍ରାୟ ସମସ୍ତ ଅଫିସ ଖୋଲିଛି । ତେବେ  ସବୁ ସରକାରୀ ଏବଂ ବେସରକାରୀ ଅଫିସରେ କର୍ମଚାରୀ ମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିବା ସହ ସାନିଟାଇଜରରେ ହାତ ସଫା କରିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ପାଇଁ ନିର୍ଦ୍ଦେଶ ଦେଇଛି ବିଏମ୍‌ସି ।

ଏହା ସହ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟରେ କୋଭିଡ ନିୟମକୁ କଡାକଡି ପାଳନ କରିବା ଚେତାଇ ଦିଆଯାଇଛି । ବିଏମ୍‌ସି ଏନ୍‌ଫୋର୍ସମେଣ୍ଟ ଟିମ୍‌ ଏବଂ କମିଶନରେଟ ପୁଲିସକୁ ନେଇ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି । ଏହି ଟିମ୍‌ ସୋମବାର ଠାରୁ ବିଭିନ୍ନ କାର୍ଯ୍ୟାଳୟରେ ଅଚାନକ ଚଢଉ କରିବା ସହ କଟକଣା ଭାଙ୍ଗୁଥିବା କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବ । ଏହା ସହ ଆବଶ୍ୟକ ପଡ଼ିଲେ ସଂପୃକ୍ତ କାର୍ଯ୍ୟାଳୟକୁ ସିଲ୍‌ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି । ଅଧିକାଂଶ କାର୍ଯ୍ୟାଳୟରେ ନିୟମ ଭଙ୍ଗ କରାଯାଉଥିବା ବେଳେ ଏପରି ପଦକ୍ଷେପ ନେଇଛି ବିଏମ୍‌ସି । ଏହା ସହ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ସଂକ୍ରାମକ ରୋଗ ଆଇନ୍‌ ଭାଗ ୨(୧) ଅନୁଯାୟୀ ଦୃଢ ପଦକ୍ଷୋପ ନେବା ପାଇଁ ବିଏମ୍‌ସି ପକ୍ଷରୁ କୁହାଯାଇଛି ।

ସେହିପରି କୌଣସିଠାରେ ନିୟମର ବାରମ୍ବାର ଉଲ୍ଲଙ୍ଘନ କରିବା ଦୃଷ୍ଟିକୁ ଆସିଲେ ସେ କ୍ଷେତ୍ରରେ ଆବଶ୍ୟକୀୟ ପଦକ୍ଷେପ ସାଙ୍ଗକୁ ସଂପୃକ୍ତ କାର୍ଯ୍ୟାଳକୁ ସିଲ୍‌ କରାଯିବ । ସୋମବାରଠାରୁ ଓଡିଶା ସରକାରଙ୍କର ସମସ୍ତ କାର୍ଯ୍ୟାଳୟରେ ସଂପୂର୍ଣ୍ଣ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଥିବା ବେଳେ କୋଭିଡ୍‌ ନିୟମର କଡ଼ା ଅନୁପାଳନକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଯଦି କୌଣସି କାର୍ଯ୍ୟାଳୟରେ କୋଭିଡ୍‌ ସଂକ୍ରମଣର ପ୍ରମାଣ ମିଳିଲା ତେବେ ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗର ପ୍ରବର୍ତ୍ତିତ ନିୟମ ଅନୁଯାୟୀ ପଦକ୍ଷେପ ନିଆଯିବ ଏବଂ ସଂପୃକ୍ତ ମୁଖ୍ୟ କାର୍ଯ୍ୟାଳୟକୁ ସୂଚନା ଦିଆଯିବ

   Related Posts