Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, ବୁଧବାର ମୁଖ୍ଯ ଅଭିଯୁକ୍ତ ବିବନର ହେବ ଟିଆଇ ପରେଡ
  • ||
  • ଭୁବନେଶ୍ବର : ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, ମୁଖ୍ଯ ଅଭିଯୁକ୍ତ ବିବନକୁ ୨ ଦିନିଆ ରିମାଣ୍ଡରେ ନେବ ସିବିଆଇ
  • ||
  • ଆଠଗଡ : ଟାୟାର ଫାଟି ଓଲଟିଲା ଟ୍ରକ୍, ଡ୍ରାଇଭର ଆହତ
  • ||
  • ବାଲେଶ୍ବର : ସୋସିଆଲ୍ ମିଡିଆରେ ସ୍ତ୍ରୀର ଉଲଗ୍ନ ଫଟୋ : ସ୍ବାମୀକୁ ଗିରଫ କରି ଦଫା ଲଗାଇଛି ପୋଲିସ, ଅଭିଯୁକ୍ତ କହୁଛି- ମୁଁ ଅପଲୋଡ୍ କରିନି
  • ||
  • ନୂଆପଡା : ୫ ଡକାୟତ ଗିରଫ, ଲୁଟ୍ ହୋଇଥିବା ଟଙ୍କା ସହ ଅଳଙ୍କାର ଜବତ
  • ||
  • ଭୁବନେଶ୍ବର : ୧୦ ବରିଷ୍ଠ ଅଧିକାରୀଙ୍କୁ ୧୦ ଜିଲ୍ଲା ଦାୟିତ୍ବ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୭ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୪ କୋଭିଡ୍ ପଜିଟିଭ୍, ୩୩୭୩୫୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ଭିସୁଟ୍‌ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ରିପୋର୍ଟ ଥିଲା ଭୁଲ୍, ଆଣ୍ଟିଜେନ୍ କିଟ୍ ଖରାପରୁ ୨୫ଜଣଙ୍କର ରିପୋର୍ଟ ଆସିଥିଲା ପଜିଟିଭ୍
  • ||
  • କୋରାପୁଟ : ଜବତ ହେଲା ୭ କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ୍, ୩ ଅଟକ
  • ||

ଲକ୍ଷଣ ନଥିଲେ ଘରେ ରହି ଚିକିତ୍ସିତ ହେବେ କରୋନା ସଂକ୍ରମିତ, ବିଏମସି ଜାରି କଲା ନୂଆ ଏସଓପି

11/07/2020 at 8:21 AM

ଭୁବନେଶ୍ୱର, ୧୧|୦୭:   କରୋନା ଆକ୍ରାନ୍ତ ହୋଇଛନ୍ତି କିନ୍ତୁ ଲକ୍ଷଣ ନାହିଁ ବା ଆଂଶିକ ଲକ୍ଷଣ ଅଛି, ଏଭଳି କ୍ଷେତ୍ରରେ ଆଉ ହସ୍ପିଟାଲ ନିଆଯିବନି । ଆକ୍ରାନ୍ତ ନିଜ ଘରେ ହୋମ୍‌ ଆଇସୋଲେସନ୍‌ରେ ରହି ଚିକିତ୍ସା ହେବେ । ଏ ନେଇ ବିଏମ୍‌ସି ନୂଆ ଏସ୍‌ଓପି ବା ନିର୍ଦ୍ଦେଶନାମା ଜାରି କରିଛି । ସହରର ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା ବଢୁଥିବାରୁ ବିଏମ୍‌ସି ଏହି ପଦକ୍ଷେପ ନେଇଛି ।

ଏସ୍‌ଓପି ଅନୁସାରେ, ବସ୍ତି ଅଞ୍ଚଳକୁ ବାଦ୍‌ ଦେଇ ବାକି ଅଞ୍ଚଳରେ ଏହି ନୂଆ ଏସ୍‌ଓପି ଲାଗୁ ହେବ । କୌଣସି ଆକ୍ରାନ୍ତଙ୍କ ଲକ୍ଷଣ ନଥିଲେ ବା ଆଂଶିକ ଲକ୍ଷଣ ଥିଲେ ତାଙ୍କୁ ଘରେ ରହିବାକୁ ଅନୁମତି ଦିଆଯିିବ । ତେବେ ଏଥିପାଇଁ ନିଜ ଘରେ ହୋମ୍‌ ଆଇସୋଲେସନ୍‌ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ଥିବା ଆବଶ୍ୟକ । ତେବେ କରୋନାର ଚିକିତ୍ସା କରୁଥିବା ଡାକ୍ତର ରୋଗୀକୁ ଯାଞ୍ଚ ପରେ ଲକ୍ଷଣହୀନ ବା ଆଂଶିକ ଲକ୍ଷଣ ଥିବା ପ୍ରମାଣପତ୍ର ଦେବା ପରେ ହିଁ ତାଙ୍କୁ ଘରେ ରହିବାକୁ ଅନୁମତି ମିଳିପାରିବ।

ଆକ୍ରାନ୍ତ ବ୍ୟକ୍ତି ହୋମ୍‌ ଆଇସୋଲେସନ୍‌ରେ ରହିବେ ଓ ତାଙ୍କ ପୂରା ପରିବାର ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବେ। ଏଥିପାଇଁ ଆବଶ୍ୟକ ସୁବିଧା ଅଛି କି ନା, ତାକୁ ଯାଞ୍ଚ ପରେ ରହିବାକୁ ସର୍ତ୍ତମୂଳକ ଅନୁମତି ମିଳିବ। ଆକ୍ରାନ୍ତଙ୍କ ଚିକିତ୍ସା ଦାୟିତ୍ୱରେ ଜଣେ କେୟାର ଗେଭର୍‌ ରହିବେ। କୋଭିଡ୍‌ ହସ୍ପିଟାଲ ସହ ଯୋଗାଯୋଗରେ ରହି କେୟାର ଗିଭର୍‌ ୨୪ଘଣ୍ଟିଆ ରୋଗୀଙ୍କ ଚିକିତ୍ସା ଦାୟିତ୍ୱ ବୁଝିବେ। ଆକ୍ରାନ୍ତ ମଧ୍ୟ ନିଜ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ନିୟମିତ ବିଏମ୍‌ସିକୁ ଅବଗତ କରିବେ । ତେବେ କରୋନାରେ ଆକ୍ରାନ୍ତ ହୋଇଥିବା ଏଚ୍‌ଆଇଭି, କ୍ୟାନସର ଓ କୌଣସି ଅଙ୍ଗ ପ୍ରତିରୋପଣ ପରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ହୋମ୍‌ ଆଇସୋଲେସନ୍‌ରେ ରହିବାକୁ ଅନୁମତି ଦିଆଯିିବନି । ସେହିଭଳି ଉଚ୍ଚ ରକ୍ତଚାପ, ଡାଇବେଟିସ୍‌, ହୃଦ୍‌ରୋଗ, ଫୁସଫୁସ୍‌, ବୃକକ୍‌ ଓ ଯକୃତ ଜନିତ ରୋଗରେ ଆକ୍ରାନ୍ତ ୬୦ବର୍ଷ ବୟସରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ କରୋନା ହେଲେ ଘରେ ରହି ଚିକିତ୍ସା ପାଇଁ ଅନୁମତି ଦିଆଯିବନି ।

କରୋନା ଆକ୍ରାନ୍ତଙ୍କ ହୋମ୍‌ ଆଇସୋଲେସନ୍‌ ବା ଘରେ ରହି ଚିକିତ୍ସା ପାଇଁ ବିଏମ୍‌ସି ବିସ୍ତୃତ ଗାଇଡଲାଇନ୍‌ ଆଣିଛି। କରୋନା ପଜିଟିଭ୍‌ ଆସିବା ପରେ କଣ୍ଟାକ୍ଟ ଟ୍ରେସିଂ ବେଳେ ବିଏମ୍‌ସି ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ବୁଝିବ। ଘରେ ରହିବେ ଚିକିତ୍ସା ହେବେ କି ହସ୍ପିଟାଲ ଯିବେ ବୋଲି ପଚାରିବା ପରେ ବିଏମ୍‌ସି ପକ୍ଷରୁ ପଦକ୍ଷେପ ନିଆଯିବ। ହୋମ୍‌ ଆଇସୋଲେସନ୍‌ରେ ରହିବାକୁ ଇଚ୍ଛା କଲେ ବିଏମ୍‌ସିର ସଂପୃକ୍ତ ଜୋନ୍‌ରେ ଥିବା ରାପିଡ୍‌ ରେସପନ୍ସ ଟିମ୍‌ ତାଙ୍କ ଘରକୁ ଯାଞ୍ଚ କରିବାକୁ ଯିବେ। ଜଣେ ଆୟୁଷ ଡାକ୍ତରଙ୍କ ନେୃତୃତ୍ୱରେ ଏହି ଟିମ୍‌ ତାଙ୍କ ଘରକୁ ଯାଇ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସହ ହୋମ୍‌ ଆଇସୋଲେସନ୍‌ ପାଇଁ ଆବଶ୍ୟକ ସ୍ୱତନ୍ତ୍ର କୋଠରୀ, ଶୌଚାଳୟ ଓ ଅନ୍ୟ ସୁବିଧା ଅଛି କି ନା, ତାକୁ ଅନୁଧ୍ୟାନ କରିବ।ହୋମ୍‌ ଆଇସୋଲେସନ୍‌ ପାଇଁ ସମସ୍ତ ସୁବିଧା ଥିଲେ ଆରଆରଟି ଟିମ୍‌ ବିଏମ୍‌ସି ନୋଡାଲ ଅଫିସରଙ୍କୁ ଏହା ଜଣାଇବ। ଆକ୍ରାନ୍ତଙ୍କ ଦାୟିତ୍ୱରେ ପରିବାରରୁ ଜଣେ କେୟାର ଗିଭର ଭାବେ ନିୟୋଜିତ ହେବେ। ସମସ୍ତ ନିୟମକୁ କଡାକଡି ଭାବେ ମାନିବା ସର୍ତ୍ତରେ ତାଙ୍କୁ ଘରେ ରହିବାକୁ ଅନୁମତି ଦିଆଯିିବ। ନୋଡାଲ ଅଫିସରଙ୍କ ଅନୁମତି ମିଳିବା ପରେ ଘର ବାହାରେ ଏକ ସ୍ୱତନ୍ତ୍ର ଷ୍ଟିକର୍‌ ଲଗାଯିବ। ଆକ୍ରାନ୍ତ ଓ ତାଙ୍କ ପରିବାରକୁ ନୈତିକ ସାହସ ଦେବାକୁ ପାଖ ପଡୋଶୀଙ୍କୁ ବିଏମ୍‌ସି ପକ୍ଷରୁ ଏକ ଅପିଲ୍‌ ଲେଟର୍‌ ବା ଅନୁରୋଧପତ୍ର ବଣ୍ଟାଯିବ।

ହୋମ୍‌ ଆଇସୋଲେସନ୍‌ରେ ରହୁଥିବା ଆକ୍ରାନ୍ତ ଓ ତାଙ୍କ ପରିବାର ପାଖକୁ ୧୯୨୯ ପକ୍ଷରୁ ନିୟମିତ ଫୋନ୍‌ ଯିବ। ସେମାନେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରିବେ। ଯଦି କୌଣସି ସମୟରେ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ବିଗିଡିଲା ବା କୌଣସି ଲକ୍ଷଣ ଦେଖା ଦେଲା ତାଙ୍କ ପରିବାର ଲୋକେ ତୁରନ୍ତ ୧୯୨୯କୁ ଫୋନ୍‌ କରିବେ। ଏଡିୟୁପିଏଚ୍‌ଓଙ୍କୁ ୯୯୩୭୫୪୯୯୩୨ଙ୍କୁ ଯୋଗାଯୋଗ କରି ଆକ୍ରାନ୍ତଙ୍କୁ କୋଭିଡ୍‌ ହସ୍ପିଟାଲକୁ ନେଇପାରିବେ। ତେବେ ଡାକ୍ତରଙ୍କ ପରାମର୍ଶ ପରେ ଆକ୍ରାନ୍ତଙ୍କ ଦାୟିତ୍ୱରେ ଥିବା କେୟାର ଗିଭର୍‌ ଓ ତାଙ୍କ ପରିବାର ସଦସ୍ୟଙ୍କୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଖାଇବେ ବୋଲି ବିଏମ୍‌ସି ପକ୍ଷରୁ ଜାରି ଏସ୍‌ଓପିରେ କୁହାଯାଇଛି।

   Related Posts