ବିଏମସିର କରୋନା ମୁକାବିଲା ଅଭିଯାନ : ଘର ଘର ବୁଲିବେ ଭଲ୍ୟୁଣ୍ଟିୟର, ବାଣ୍ଟିବେ କିଟ୍, କରିବେ ସଚେତନ

Published By : Prameya-News7 Bureau | June 09, 2020 IST

ଭୁବନେଶ୍ୱର, ୦୯|୦୬: ବିଏମସିର ପ୍ରତି ୱ।ର୍ଡ଼କୁ ଯିବେ ସ୍ୱେଚ୍ଛାସେବୀ । ସାମାଜିକ ଦୂରତ୍ୱ କଥା ଲେ।କଙ୍କୁ ବୁଝାଇବେ । ମାସ୍କ, ସାନିଟାଇଜର ଏବଂ ଭିଟାମିନ୍ ସି ବଟିକା ଦେବେ । ଜୋନାଲ ଡ଼େପୁଟି କମିଶନରମାନେ ଏହାର ତଦାରଖ କରିବେ ।

ଭୁବନେଶ୍ୱରରେ କରୋନା ସଚେତନତା ଲାଗି ନିୟୋଜିତ ହେବେ ବାଇଶି ଶହରୁ ଅଧିକ ଭଲ୍ୟୁଣ୍ଟିୟର ବା ସ୍ୱେଚ୍ଛାସେବୀ ଏବଂ ମେଣ୍ଟର । ପ୍ରତି ୱାର୍ଡ଼ରେ ୨୫ ସ୍ୱେଚ୍ଛାସେବୀ ଏବଂ ତାଙ୍କୁ ଗାଇଡ଼ କରିବାକୁ ୫ ଜଣ ମେଣ୍ଟରଙ୍କୁ ଦାୟିତ୍ୱ ଦିଆଯାଇଛି । ଏହାକୁ ପରିଚାଳନା କରିବା ପାଇଁ ବିଏମସି ଏକ କମିଟି ଗଠନ କରିଛି । କମିଟିରେ ତିନୋଟି ଜୋନାଲ୍ ଡ଼େପୁଟି କମିଶନର ଦାୟିତ୍ବରେ ରହିବେ । ଲୋକଙ୍କୁ କେମିତି ସାମାଜିକ ଦୁରତ୍ୱରେ ବିଷୟରେ ବୁଝାଇବେ ତାକୁ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଯେଉଁ ସ୍ୱେଚ୍ଛାସେବୀମାନେ ଲେ।କଙ୍କ ଗହଣକୁ ଯାଇ ସାମାଜିକ ଦୁରତ୍ୱ କଥା ବୁଝାଇବେ, ମାସ୍କ ବାଣ୍ଟିବେ ସେମାନଙ୍କୁ ମଙ୍ଗଳବାର ବିଏମସି ସହିଦ ନଗର କଲ୍ୟାଣ ମଣ୍ଡପରେ ଟ୍ରେନିଂ ଦିଆଯାଇଛି । ପ୍ରତ୍ୟେକ ୱ।ର୍ଡ଼ର କିଛି ମାନ୍ୟଗଣ ବ୍ୟକ୍ତିଙ୍କୁ ମେଣ୍ଟର ଭାବେ ନିଯୁକ୍ତି ଦିଆଯାଇଛି ।

ମଙ୍ଗଳବାର ସାଉଥ୍ ଜୋନ୍ ର ୨୮, ୨୯,୩୫,୩୬ ଓ୍ୱାର୍ଡ  ସହିତ ଅନ୍ୟ ଜୋନର ସ୍ୱେଚ୍ଛାସେବୀମାନଙ୍କୁ ଟ୍ରେନିଂ ଦିଆଯାଇଛି । ଟ୍ରେନିଂ ପାଇଥିବା ସ୍ୱେଚ୍ଛାସେବୀଙ୍କୁ ଗେ।ଟିଏ କିଟ୍ ଦିଆଯାଇଛି । ଯେଉଁଥିରେ ୫୦ଟି ମାସ୍କ, ସାନିଟାଇଜର, ଭିଟାମିନ୍ ସି ବଟିକା ରହିଛି । ଯେଉଁଠି ଗହଳି ହେଉଛି ବା ଗହଳି କରାଯାଉଛି ସେଠାକୁ ଯାଇ ଲୋକଙ୍କ ସାମାଜିକ ଦୂରତ୍ୱ ବିଷୟରେ ବୁଝାଇବେ । ୱ।ର୍ଡ଼ର ହାଲଚାଲ ବିଏମସିକୁ ଜଣାଇବେ ।

କରୋନା ମୁକାବିଲା ଲାଗି ସବୁଠୁ ବଡ଼ ଅସ୍ତ୍ର ହେଉଛି ସାମାଜିକ ଦୂରତା ରକ୍ଷା କରିବା । ଯାହା ଉପରେ ବିଏମସି ସବୁଠାରୁ ଅଧିକ ଫେ।କସ କରୁଛି । ସଟ ଡ଼ାଉନ୍ ବେଳେ ଠିକ୍ ଠାକ୍ ରହୁଛି କିନ୍ତୁ ଲକ ଡ଼ାଉନ୍ ବେଳେ ଲେ।କମାନେ ସାମାଜିକ ଦୂରତ୍ବକୁ ମାନୁ ନାହାନ୍ତି । ତେଣୁ ଏହି ଭଲେଣ୍ଟିଅର ମାନେ ବିଏମସିର ବାର୍ତାକୁ ଲେ।କଙ୍କ ପାଖରେ ପହଞ୍ଚାଇବା ଦିଗରେ ଭଳ କାମ କରିବେ ବୋଲି ବିଏମସି ଆଶା କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.