ବିଡିଏ ଅଧ୍ୟକ୍ଷ ହେଲେ ଭୁବନେଶ୍ବର ମେୟର ଅନନ୍ତ ନାରାୟଣ ଜେନା

Published By : Prameya-News7 Bureau | March 07, 2019 IST

ଭୁବନେଶ୍ବର ୭|୩ : ବିଏମସି ମେୟର ଅନନ୍ତ ନାରାୟଣ ଜେନାଙ୍କୁ ବିଡିଏର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଡିଏ ଅଧ୍ୟକ୍ଷ ଭାବରେ ଅନନ୍ତ ନାରାୟଣ ଜେନାଙ୍କୁ ନିଯୁକ୍ତି ଦେଇଛନ୍ତି। ଅନନ୍ତ ଦୁଇ ଦୁଇ ଥର ଭୁବନେଶ୍ବରର ମେୟର ପଦରେ ରହିଛନ୍ତି । ଚଳିତ ଥର ଅନନ୍ତ ନାରାୟଣ ଜେନା ଭୁବନେଶ୍ବର ମଧ୍ୟ ଆସନରୁ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ତେବେ ନିର୍ବାଚନ ପୂର୍ବରୁ ତାଙ୍କୁ ବିଡିଏ ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରିବା ପଛର କାରଣ କଣ ତାହା ସ୍ପଷ୍ଟ ହେଉନାହିଁ । ସମ୍ଭବତଃ ଅନନ୍ତ ଜେନାଙ୍କୁ ଟିକଟ୍ ନଦେବା ପାଇଁ ଏଭଳି ଥଇଥାନ କରାଯାଇଥିବା ଆଲୋଚନା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.