ଆରମ୍ଭ ହେଲା ଭଷାଣି ଉତ୍ସବ : ରାଜଧାନୀର ଶହ ଶହ ମେଢ଼ ଏବେ କୁଆଖାଇ ନଦୀ ମୁହାଁ

Published By : Prameya-News7 Bureau | September 05, 2019 IST

ଭୁବନେଶ୍ବର ୫/୯: ସରିଲା ଗଜାନନଙ୍କ ପୁଜା।  ଆରମ୍ଭ ହେଲା ଭଷାଣି ପର୍ବ ।ତେବେ ରାଜଧାନି ବାସିଙ୍କ ଭଷାଣି ଦେଖିଲେ ମନେ ହୁଏ ସତରେ ପ୍ରଦଉଷଣକୁ ନେଇ କେତେ ସଚେତନ ଏହି ଶିକ୍ଷିତ ଜନସାଧାରଣ ।ସେପଟେ ବିଏମସି ମଦ୍ୟ କିଛି ପଛରେ ନାହିଁ  ।ନା କେହି କର୍ମଚାରି ନା ସଚତନତା ପୋଷ୍ଟର ।କାମ ତୁଲାଇବାକୁ  ହଜାର ହଜାର ଛୋଟ ବଡ ମୁର୍ତିଲାଗି ମାତ୍ର ଦୁଇଟି ପୋଖରି । ଆଉ ଗୋଟିଏ ଦିନରେ ପୋଖରି ପାଣିର ଅବସ୍ଥା ଯାହା ସେଥିରୁ ଆଗକୁ ଏଥିରେ କେତେ ମୁର୍ତି ବିଷର୍ଜନ ହୋଇପାରିବେ ସେ ମଧ୍ୟ ସନ୍ଦେହ ।

{"id":153603}

ସରିଲା ଗଣେଷ ପୁଜା ,ଏବେ ଆରମ୍ଭ ହେଲା ଭଷାଣି ଉତ୍ସବ । ତେଣୁ ବିଏମସି ପକ୍ଷରୁ କୁଆଖାଇ ନଦି କୁଳରେ ହୋଇଛି ଅସ୍ଥାୟି ପୋଖରି । କିନ୍ତୁ କିଏ ନଦି ଉପରୁ ତ କିଏ ପାଣି ଭିତରେ ପଶି ନଦି ମଧ୍ୟରେ କଲାଣି ମୁର୍ତି ବିସର୍ଜନ । ରାଜଧାନିର ସ​‌ଚେତନ ଓ ଶିକ୍ଷିତ ନାଗରିକ ପୁଜା ପରେ ଭଷାଣି ଲାଗି ଆସୁଛନ୍ତି ଏଠାକୁ  କିନ୍ତୁ ପୋଖରି ନୁହେଁ ବରଂ ଯିଏ ଯେଝା ବାଟରେ ନଦି ଭିତରେ ପକାଇ ଚାଲିଛନ୍ତି ମୁର୍ତି ଓ ସମସ୍ତ ପୁଜା ସାମଗ୍ରି ।ଏପରିକି ଫଟୋ ସେଶନ ମଧ୍ୟ କରାଯାଉଛି । ଏପରିକି ଏମାନଙ୍କ ମଧ୍ୟରୁ ଅଧିକାଂଶ ବେସ ଶିକ୍ଷିତ ଦେଖାଯାଉଥିଲେ ମଦ୍ୟ ପରିବେଷ ପ୍ରଦୁଷଣ ପ୍ରତି ଏମାନଙ୍କର କିଛି କର୍ତବ୍ୟ ଥିଲା ପରି ମନେହୁଏନାହିଁ । କହିଲେ ମଧ୍ୟ ଶୁଣିବାକୁ ନାରାଜ । ତେବେ ଏନେଇ ପଚାରିବାରେ ପାଟି ବନ୍ଦ । କିଛି ବ୍ୟକ୍ତି ହଁ -- ଜଳ ପ୍ରଦୁଷିତ ହେଉଛି ବୋଲି ବଡ କଷ୍ଟରେ ନିଜ ଭୁଲ ମାନୁଛନ୍ତି । କିନ୍ତୁ କଥା ଆଉ କାମ ସଂପୁର୍ଣ ଅଲଗା  ।

{"id":153604}

ସେପଟେ ଧର୍ମକୁ ଆଖିଠାର ଭଳି ବିଏମସି ନେଇଛି ପଦକ୍ଷେପ । ପୋଖରି ହୋଇଛି ସତକିନ୍ତୁ  ନା କେହି କର୍ମଚାରି ନା ରହିଛି କୌଣସି ସଚେତନତା ପୋଷ୍ଟର ।ଏପରକି କିଏ ମଦ ପିଇ ପାଣିଭିତରେ ଉତ୍ପାତ କରୁଥିବା ଦୃଶ୍ୟ ମଦ୍ୟ ଦେଖିବାକୁ ମିଳିଛି । ତେବେ ଯୋଗକୁ ଅଗ୍ନିସମ ବିଭାଗ ପକ୍ଷରୁ ଜଗିରହିଥିବା ଅଧିକାରି ଯବରଦସ୍ତ ତାଙ୍କୁ ବାହାର କରୁଥିବାର  ଦେଖିବାକୁ ମିଳିଛି । ତେବେ  ହଜାର ହଜାର ମୁର୍ତି ଲାଗି କୁଆଖାଇରେ ଗୋଟିଏ ଓ ଦୟା କୁଳରେ ଗୋଟିଏ ଅସ୍ଥାୟି ପୋଖରି । ସେହିଭଳି ମାତ୍ର ଦୁଇ ଦିନରେ ଏହି ପୋଖରି ର ପାଣି ଏଭଳି ଅପରି​‌ଷ୍କାର କହିଲେ ନସରେ ।ଏଥିସହ ଯେଉଁଭଳି ଏଠାରେ ବିସର୍ଜନ କରାଯାଉଛି ଏହା ଧର୍ମିୟ ଭାବନାକୁ ଆଘାତ ପହଂଚାଉଥିବାରୁ ଏଠାରେ ମୁର୍ତି ବିସର୍ଜନ ଲାଗି ନାକ ଟେକୁଛନ୍ତି କିଛି ଲୋକେ । କଥା ବି ସତ ଗୋଟିଏ ଦିନରେ ଏହା ମଧ୍ୟ ରେ ଯେଭଳି ଅଳିଆ ରେ ଭରିଲାଣି ମୁର୍ତି ବିସର୍ଜନ ଲାଗି ମଧ୍ୟଆଉ ପାଣି ନଥିବ ଗୋଟେଦିନ ପରେ  । ତେଣୁ ଏଭଳି ଆୟୋଜନକୁ ଦୋଷ ଦେଉଛନ୍ତି ଲୋକେ ।ସେପଟେ କିନ୍ତୁ ବିଏମସି ଅଧିକାରି ମାନିବାକୁ ନାରାଜ ।

{"id":153605}

ସରିଲା ଗଣେଶ ପୁଜା ।ପୁଜାକୁ ନେଇ ଯେତିକି ଉତ୍ସାହ ମୁର୍ତି ବିସର୍ଜନକୁ ନେଇ ଆହୁରି ଅଧିକ ।ତେଣିକି  ପରିବେଶ ଯାଉ ଚୁଲିକି ।କାମ ସାରି ପଳାଇଗଲେ କଥା ଶେଷ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.