ମୁମ୍ବାଇ ଗଣେଶ ଉତ୍ସବ ଲାଗି ଜାରି ହେଲା ଗାଇଡଲାଇନ, ହେବନି ‘ବପ୍ପା’ଙ୍କ ଆଗମନୀ କି ଉଦଯାପନୀ ଶୋଭାଯାତ୍ରା

Published By : Prameya-News7 Bureau | September 07, 2021 IST

ମୁମ୍ବାଇ ୭।୯:  ଆର୍ଥିକ ମହାନଗର ମୁମ୍ବାଇ ଏବେ ଗଣେଶ ଉତ୍ସବ ଲାଗି ମୁଖରିତ ହେଉଛି।  ତେବେ କୋରନା ଭାଇରସ ମହାମାରୀଜନିତ ପରିସ୍ଥିତି ଲାଗି ବୃହନ୍ମୁମ୍ବାଇ ମହାନଗର ନିଗମ (ବିଏମସି) ମଙ୍ଗଳବାର ଉତ୍ସବ ନିମନ୍ତେ ଗାଇଡଲାଇନ ଜାରି କରିଛନ୍ତି। ଏଥିରେ ଘରୋଇ ପୂଜା ହେଉ କି ସାମୂହିକ ପେଣ୍ଡାଲ ନିମନ୍ତେ ‘ବପ୍ପା’ଙ୍କ ଆଗମନୀ ଓ ଉଦଯାପନରେ କୌଣସି ପ୍ରକାର ଶୋଭାଯାତ୍ରାକୁ ବାରଣ କରାଯାଇଛି।

ମୁମ୍ବାଇ ମହାନଗରରେ ଗଣେଶ ଉତ୍ସବ ପାଳନ କାଳରେ ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦିଆଯାଇଛି। ଏଣୁ ପୂଜା ନିମନ୍ତେ ଘରକୁ ହେଉ ଅଥବା ଅନୁଷ୍ଠାନକୁ କିମ୍ବା ସାର୍ବଜନିକ ପେଣ୍ଡାଲକୁ ବପ୍ପାଙ୍କ ମୂର୍ତ୍ତି ଆଗମନ କାଳରେ ପୂର୍ବବର୍ଷମାନଙ୍କରେ ହୋଇ ଆସୁଥିବା ସ୍ୱାଗତ ସମାରୋହ ପାଳନ ନ କରିବାକୁ ବିଏମସି ଜନତାଙ୍କୁ ନିବେଦନ କରିଛନ୍ତି।

{"id":507889,"sizeSlug":"full","linkDestination":"none"}

ସେହିପରି କେବଳ ସେହିମାନେ ବଜାରକୁ ଗଣେଶ ମୂର୍ତ୍ତି ଆଣିବାକୁ ଯିବେ ଯେଉଁମାନେ ୧୫ ଦିନ ପୂର୍ବରୁ କରୋନା ଭାକ୍ସିନର ଦ୍ୱିତୀୟ ଡୋଜ ନେଇ ସାରିଥିବେ ବୋଲି ସ୍ପଷ୍ଟ ଭାବେ ସୂଚିତ କରାଯାଇଛି। ସେହିପରି ଘରୋଇ ପୂଜା ନିମନ୍ତେ ବପ୍ପାଙ୍କ ମୂର୍ତ୍ତି ଯେପରି ୨ ଫୁଟ ଉଚ୍ଚତାରୁ ଅଧିକ ନ ହୁଏ ସେଥି ପାଇଁ ମଧ୍ୟ କଡ଼ା କଟକଣା ଜାରି ହୋଇଛି।

ସେହିପରି ସାର୍ବଜନିକ ଗଣେଶ ଉତ୍ସବ ନିମନ୍ତେ ମୂର୍ତ୍ତି ଆଣିବାକୁ ଯେପରି ୧୦ ଜଣରୁ ଅଧିକ ଲୋକେ ଏକତ୍ର ନ ହୁଅନ୍ତି ସେଥି ଲାଗି କଡ଼ା କଟକଣା ଜାରି ହୋଇଛି। ଯେଉଁମାନେ ମୂର୍ତ୍ତି ପାଇଁ ଯିବେ ସେମାନେ ୧୫ ଦିନ ପୂର୍ବରୁ କୋଭିଡର ଦ୍ୱିତୀୟ ଡୋଜ ନେଇଥିବା ଜରୁରି। ସେହିପରି ସମସ୍ତେ ପରସ୍ପର ଦୂରତା ଅବଲମ୍ବନ ସାଙ୍ଗକୁ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଚଳିତବର୍ଷ ମୁମ୍ବାଇରେ ସାର୍ବଜନିକ ଗଣେଶ ଉତ୍ସବ ନିମନ୍ତେ ମୂର୍ତ୍ତିର ଉଚ୍ଚତା ଯେପରି ୪ ଫୁଟରୁ ଅଧିକ ନ ହୁଏ ସେଥିଲାଗି କଡ଼ା ନିର୍ଦ୍ଦେଶ ରହିଛି।

{"id":507890,"sizeSlug":"full","linkDestination":"none"}

ଗଣେଶ ବିସର୍ଜନ
ମୁମ୍ବାଇରେ ଗଣେଶ ଉତ୍ସବ ବିସର୍ଜନ ସବୁଠାରୁ ଚିନ୍ତାର କାରଣ। ଏଣୁ ଚଳିତବର୍ଷ ଘରେ ପୂଜା କରୁଥିବା ଲୋକେ ଫଟୋ ଅଥବା ଛାୟା ଚିତ୍ରରେ କିମ୍ବା ସ୍ଥାୟୀ ମୂର୍ତ୍ତିରେ ପୂଜା କରନ୍ତୁ ବୋଲି ବିଏମସି ଲୋକଙ୍କୁ ନିବେଦନ କରିଛନ୍ତି। ଏଥିପାଇଁ ଲୋକେ ମାର୍ବଲ ଅଥବା ପଥରର ମୂର୍ତ୍ତି କିଣି ଘରେ ବର୍ଷତମାମ ପୂଜା କରିପାରିବେ। ମୂର୍ତ୍ତିକୁ ବିସର୍ଜନ କରିବାକୁ ପଡିବନି କି ଏଥିପାଇଁ ମୂର୍ତ୍ତି ସହ କାହାକୁ ଜନଗହଳିରେ ଯିବାକୁ ପଡିବ ନାହିଁ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଯଦି ପୂଜା ବିସର୍ଜନ କରିବାର ଅଛି ତେବେ ଘରେ ପାଣି କୁଣ୍ଡ ଅଥବା ପାଣି ବାଲ୍ଟିରେ ବପ୍ପାଙ୍କ ବିସର୍ଜନ ଲାଗି ଲୋକଙ୍କୁ ପରାମର୍ଶ ଦିଆଯାଇଛି।

{"id":507891,"width":838,"height":471,"sizeSlug":"full","linkDestination":"none"}

ସେହିପରି ସାର୍ବଜନିକ ପେଣ୍ଡାଲ ପୂଜାରେ ମୂର୍ତ୍ତି ବିସର୍ଜନ କାଳରେ କୌଣସି ପ୍ରକାର ପ୍ରୋଶେସନ କି ରାଲି  ଆୟୋଜନ ନେଇ କଡ଼ା କଟକଣା ରହିଛି। ସହଜରେ ଯେପରି ବିସର୍ଜନ ଉତ୍ସବ ଶେଷ ହୋଇପାରିବ ସେଥିପାଇଁ ୪ ଫୁଟରୁ ଅଧିକ ଉଚ୍ଚର ମୂର୍ତ୍ତି ନ କରିବାକୁ ପରାମର୍ଶ ମଧ୍ୟ ଦିଆଯାଇଛି। ଏ ନେଇ ନିଜେ ବିଏମସି ନିଜ ଆଡୁ ସହାୟତା ଯୋଗାଇ ଦେବାକୁ ପ୍ରସ୍ତାବ ମଧ୍ୟ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.