Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ରାସ୍ତାକଡ ଦୋକାନୀଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କଲା ବିଏମ୍‌ସି: ୨ଟି ଲେଖାଏଁ ଡଷ୍ଟବିନ୍ ନ ରଖିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

24/12/2020 at 10:36 PM

ଭୁବନେଶ୍ବର୨୪/୧୨: ବିଏମ୍‌ସି ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି। ରାସ୍ତାକଡ ବ୍ୟବସାୟୀ ତଥା ଅନ୍ୟ ବ୍ୟବସାୟ ପ୍ରତିଷ୍ଠାନଙ୍କୁ ଉଦେଶ୍ୟ ଏହି ନିର୍ଦ୍ଦେଶନାମା ଜାରି ହୋଇଛି। ଭୁବନେଶ୍ବର ମହାନଗର ନିଗମ କର୍ତ୍ତୁପକ୍ଷଙ୍କ ତରଫରୁ ବାରମ୍ବାର ସଚେତନ କରିବା ପରେ ବି ଅଧତ୍କାଂଶ ବ୍ୟବସାୟୀ ଦୁଇଟି ଲେଖାଏଁ ଡଷ୍ଟବିନ୍ ବ୍ୟବହାର କରୁ ନାହାନ୍ତି।ଏପରି କି ନିଜ ବ୍ୟବସାୟ କାରବାର ଶେଷ ହେବା ପରେ ବର୍ଜ୍ୟବସ୍ତୁକୁ ରାସ୍ତାରେ ତଥା ଏଣେ ତଣେ ପକାଇ ଅଳିଆ କରୁଛନ୍ତି।

ଏହା ନାଗରିକଙ୍କୁ ପରିମଳ ସେବା ଯୋଗାଇବାରେ ଏବଂ ସହରର ସ୍ବଚ୍ଛତା ଆଣିବାରେ ବାଧକ ସାଜିଛି। କେତେକ ସ୍ଥାନରେ ଉଲ୍ଲଙ୍ଘନକାରୀଙ୍କର ଉଚ୍ଛେଦ କରାଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସଂପୃକ୍ତ ବ୍ୟବସାୟୀମାନେ ଦୁଇଟି ଡଷ୍ଟବିନ୍ ରଖୁ ନାହାନ୍ତି।ଏପରି ଆଚରଣରେ ସୁଧାର ନ ଆଣିଲେ ୨୮ ଡିସେମ୍ବର ୨୦୨୦ରୁ ସଂପୃକ୍ତ ବ୍ୟବସାୟୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।

ଆର୍ଥତ୍କ ଜୋରିମାନା ସାଙ୍ଗକୁ ନିୟମ ଉଲ୍ଲଙ୍ଘନ ଜନିତ ଅନ୍ୟାନ୍ୟ ପଦକ୍ଷେପ ନିଆଯିବ। ଦୋକାନ ଉଚ୍ଛେଦ କରାଯିବ ଏବଂ  ଦୋକାନକୁ ସିଲ୍ କରାଯିବ।ଏଣୁ ସମସ୍ତ ରାସ୍ତାକଡ ବ୍ୟବସାୟୀ ତଥା ଅନ୍ୟ ବ୍ୟବସାୟୀମାନେ ଦୁଇଟି ଲେଖାଁଏ  ଡଷ୍ଟବିନ ରଖିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି।

   Related Posts