ଜିରୋ ନାଇଟ୍ ସେଲିବ୍ରେସନ୍‌ରେ ହୋ-ହଲ୍ଲା ମନା, ଏକାଠି ହେବେନି ଅଧିକ : BMC ଜାରିକଲା ସ୍ବତନ୍ତ୍ର ନିର୍ଦ୍ଦେଶନାମା

Published By : Prameya-News7 Bureau | December 28, 2020 IST

ଭୁବନେଶ୍ବର ୨୮।୧୨: ଚଳିତ ବର୍ଷ ରାଜଧାନୀରେ ଜିରୋ ନାଇଟ୍ ସେଲିବ୍ରେସନ୍ ମନା । ଏନେଇ ନିର୍ଦ୍ଦେଶନାମା ଜାରିକଲା ଭୁବନେଶ୍ବର ମ୍ୟୁନିସିପାଲ କର୍ପୋରେସନ୍ । କୋଭିଡ୍ କଟକଣା ଯୋଗୁଁ ଏଥର ଡିସେମ୍ବର ୩୧ରେ କୌଣସି ହୋଟେଲ, କ୍ଲବ୍, କଲ୍ୟାଣ ମଣ୍ଡପରେ ସେଲିବ୍ରେସନ ହୋଇପାରିବନି । ବିଏମସିର ଯେକୌଣସି ସ୍ଥାନରେ ଲୋକ ସମାଗମ ମନା । କୋଭିଡ୍ କଟକଣା ଯୋଗୁଁ ଘରେ ରହି ସେଲିବ୍ରେସନ୍ କରିବାକୁ ପରାମର୍ଶ ଦିଆଯାଇଛି ।

ପୂର୍ବରୁ କମିଶନରେଟ୍ ପୋଲିସ ପକ୍ଷରୁ ରାଜଧାନୀରେ ଜିରୋ ନାଇଟ୍ ସେଲିବ୍ରେସନ୍ କୁ ଦୃଷ୍ଟିରେ ରଖି ସିକ୍ୟୁରିଟି ବ୍ୟବସ୍ଥା କଡାକଡି କରାଯିବ ବୋଲି ସୂଚନା ଦିଆଯାଇଥିଲା । ରାଜଧାନୀରେ ନିୟୋଜିତ ହେବେ କମିଶନରେଟ୍ ପୋଲିସର ୧୨ଟି ସ୍ପେଶାଲ ଟିମ୍ । ହୋଟେଲ କିମ୍ବା ପବରେ ଭିଡ଼ ଜମାଇଲେ ଗଣିବାକୁ ପଡ଼ିବ ମୋଟା ଅଙ୍କର ତଣ୍ଡ । ଏହା ବ୍ୟତୀତ ବ୍ଲକିଂ ଓ ଚେକିଂକୁ ମଧ୍ୟ ବ୍ୟାପକ କରାଯିବ । ଛକ ଛକରେ ଚେକିଂ ସାଙ୍ଗକୁ ହେବ ବ୍ଲକିଂ । ମଦୁଆଙ୍କୁ ଧରିବ ବ୍ରେଥ୍ ଆନାଲାଇଜର ।

ବ୍ରିଟେନରେ କୋଭିଡର ଦ୍ବିତୀୟ ସଂକ୍ରମଣ ଦେଖାଯିବା ପରେ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜଧାନୀର ବିଭିନ୍ନ ପର୍ଯ୍ୟଟନସ୍ଥଳ, ପାର୍କ, ମାର୍କେଟ, ମଲ୍, ହୋଟେଲରେ ଜନଗହଳି ବଢ଼ିଛି । ଯାହାକୁ ନେଇ କମିଶନରେଟ୍ ପୋଲିସର ଚିନ୍ତା ବଢ଼ିଛି । ନୂଆବର୍ଷ ପାଳନ ପାଇଁ ଜିରୋ ନାଇଟକୁ ସରକାର ଅନୁମତି ଦେଇନାହାଁନ୍ତି । ଅନ୍ୟପଟେ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ପ୍ରସ୍ତୁତ ରହିଛି କମିଶନରେଟ୍ ପୋଲିସ । ସହର ଉପକଣ୍ଠରେ ଯେଭଳି ଭୋଜିଭାତ ଓ ପିକନିକ୍ ନହୁଏ ସେ ଉପରେ ନଜର ରଖାଯିବ । ନିୟମ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କମିଶନରେଟ୍ ପୋଲିସ ପକ୍ଷରୁ ୧୨ଟି ସ୍କ୍ବାଡ୍ ଗଠନ କରାଯାଇଥିବା ଡିସିପି କହିଥିଲେ ।

{"id":383812,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.