ଆକ୍ସନ ମୋଡ଼ରେ ବିଏମସି

Published By : Prameya-News7 Bureau | July 26, 2018 IST

ଲଗାଣ ବର୍ଷାରେ ରାଜଧାନୀ ଭାସିବା ପରେ ଚେତିଛି ବିଏମସି । ବିଏମସିକୁ ଚାରିଆଡୁ ସମାଲେ।ଚନା ପରେ ଆରମ୍ଭ ହେ।ଇଛି କାର୍ଯ୍ୟାନୁଷ୍ଠାନ । ଜବରଦଖଲକାରୀ ଷ୍ଟାର ହେ।ଟେଲ, ମନ୍ଦିର, ବ୍ୟବସାୟ ପ୍ରତିଷ୍ଠାନକୁ ନେ।ଟିସ ଜାରି କରିଛି ବିଏମସି । ବର୍ଷା ଜଳ ନିଷ୍କାସନରେ ବାଧକ, ଯାତାୟାତ ପାଇଁ ଥିବା ରାସ୍ତାକୁ ଜବରଦଖଲ କରିଥିବାରୁ ଇସ୍କନ୍ ମନ୍ଦିର କର୍ତ୍ତୃପକ୍ଷଙ୍କୁ ବିଏମସି ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ କରିଛି ବିଏମସି । ବିଏମସିର ୟୁଜର୍ସ ଚାର୍ଜେସ୍ ରେଗୁଲେସନ୍ , ୨୦୧୫ର ଧାରା ୪ ଓ ୧୧ ଅନୁଯାୟୀ ଓ ଆଡମିନିଷ୍ଟ୍ରେଟିଭ୍ ଚାର୍ଜେସ୍ ନିୟମ ଅନୁଯାୟୀ ଏସବୁ ଦୋକାନ ଯେବେଠୁ ନିର୍ମାଣ ହୋଇଥିବ, ସେହି ଦିନଠାରୁ ଦୈନିକ ୫ ହଜାର ଟଙ୍କା ହିସାବରେ ଜରିମାନା ଆଦାୟ କରିଯିବାକୁ କଡା ନିର୍ଦେଶ ରହିଛି । ସେହିଭଳି ଜାତୀୟ ରାଜପଥ ଜମିକୁ ଜବରଦଖଲ କରିଥିବାରୁ ବିଏମସି ପକ୍ଷରୁ ଆର.କେ ମାର୍ବଲସ ନାମକ ଏକ ଦୋକାନର ସମସ୍ତ ସାମଗ୍ରୀ ସିଲ୍ କରାଯିବା ସହ ଉଚ୍ଛେଦ କରାଯାଇଛି । ସେପଟେ ଇସକନ ସମ୍ମୁଖରେ ବର୍ଷାଜଳ ଜମିବା ନେଇ ଯୁବ ଓଡିଶା ନାମକ ସଂଗଠନ ସହ ନୟାପଲ୍ଲୀ ଅଞ୍ଚଳରେ ଆମରଣ ଅନଶନ ଚଳାଇଛନ୍ତି ନୟାପଲ୍ଲୀବାସୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.