ରାଜଧାନୀରେ ବେଆଇନ୍ କଲ୍ୟାଣ ମଣ୍ଡପରେ ପଡ଼ିଲା ତାଲା: ପ୍ରଥମ ଦିନରେ ସିଲ୍ ହେଲା ୭ ମଣ୍ଡପ

Published By : Prameya-News7 Bureau | February 03, 2020 IST

ଭୁବନେଶ୍ବର୩/୨: ରାଜଧାନୀରେ ବିଏମସିର ବେଆଇନ୍ କଲ୍ୟାଣ ମଣ୍ଡପ ସିଲ୍ ଅଭିଯାନ। ପ୍ରଥମ ଦିନରେ ସିଲ୍ ହେଲା ୭ ମଣ୍ଡପ । ବିନା ବିଲଡିଂ ପ୍ଲାନ୍ ଆପ୍ରୁଭାଲରେ କୋଠା ନିର୍ମାଣ, ବିନା ଟ୍ରେଡ୍ ଲାଇସେନ୍ସରେ ବ୍ୟବସାୟ କରୁଥିବା ହୋଲଡିଂ ଟ୍ୟାକ୍ସ ଫାଙ୍କୁଥିବା, ପାର୍କିଂ ସୁବିଧା ନଥିବା ୯୪ଟି କଲ୍ୟାଣ ମଣ୍ଡପକୁ ନୋଟିସ କରିଥିଲା ବିଏମସି । ତେବେ ବିଏମସିର ଏଭଳି ଆକ୍ସନକୁ ଦେଖି ଚିନ୍ତାରେ ପଡ଼ିଛନ୍ତି ବାହାଘର ପାଇଁ ମଣ୍ଡପ ବୁକ୍ କରିଥିବା ଲୋକେ ।

{"id":219754,"sizeSlug":"large"}

ରାଜଧାନୀରେ ବେଆଇନ୍ କଲ୍ୟାଣ ମଣ୍ଡପରେ ପଡ଼ିଲା ତାଲା । ସହିଦ ନଗରରେ ପାଲାଡିୟମ କୋଟେୟାର୍ଡ଼, ପଟିଆରେ ଋଷି ରିସୋର୍ଟ, ବରମୁଣ୍ଡାରେ ହୋଟେଲ୍ ଚନ୍ଦନ ବିବାହ ମଣ୍ଡପ, ଖଣ୍ଡଗିରି କୋଳଥିଆରେ ଥିବା ଶ୍ରୀସାଇ ଗାର୍ଡ଼େନ୍ ମଣ୍ଡପ, ଜନତା ମଇଦାନ ପାଖରେ ଥିବା ନୀଳକଣ୍ଠ ଲାଇବ୍ରେରୀ ସାଇନ୍ସ ମଣ୍ଡପ, ଗଜପତି ନଗର ଜେ.ବି.ମଣ୍ଡପ ଭଳି ୭ଟି ବେଆଇନ୍ କଲ୍ୟାଣ ମଣ୍ଡପକୁ ସିଲ୍ କରିଛି ବିଏମସି । ବିନା ବିଲଡିଂ ପ୍ଲାନ୍ ଆପ୍ରୁଭାଲରେ କୋଠା ନିର୍ମାଣ, ବିନା ଟ୍ରେଡ୍ ଲାଇସେନ୍ସରେ ବ୍ୟବସାୟ କରୁଥିବା, ହୋଲଡିଂ ଟ୍ୟାକ୍ସ ଫାଙ୍କୁଥିବା, ପାର୍କିଂ ସୁବିଧା ନଥିବା ୯୪ଟି କଲ୍ୟାଣ ମଣ୍ଡପକୁ ନୋଟିସ କରିଥିଲା ବିଏମସି । ମାସେ ଭିତରେ ଭିତ୍ତିଭୂମି ସଜାଡ଼ିବାକୁ ଦିଆଯାଇଥିଲା ମହଲତ । ଜାନୁଆରୀ ୩୧କଣ୍ଟ ପୂରିବା ପରେ ମଣ୍ଡପ ସିଲ୍ ଅଭିଯାନ ଆରମ୍ଭ କରିଛି ବିଏମସି ।

{"id":219755,"sizeSlug":"large"}

ବାହାଘର ବ୍ରତଘର ସିଜିନ୍ ଆସିଲେ ରାଜଧାନୀରେ ଛତୁଫୁଟିବା ଭଳି କଲ୍ୟାଣ ମଣ୍ଡପ ଖୋଲିଯାଉଛି । ବେଆଇନ୍ ମଣ୍ଡପ କରି ଲକ୍ଷ ଲକ୍ଷ ଟଙ୍କା ମୁନାଫା କମାଉଛନ୍ତି ମଣ୍ଡପ ମାଲିକ । ହେଲେ ସମସ୍ୟାର ସାମ୍ନା କରୁଛନ୍ତି ସାଧାରଣ ଲୋକେ ।  ମଣ୍ଡପଗୁଡ଼ିକ ସାମ୍ନାରେ ବେଆଇନ୍ ପାର୍କିଂ ଯୋଗୁଁ ଟ୍ରାଫିକ୍ ଜାମ୍ ହେଉଛି । ରାସ୍ତାରେ ଯିବାଆସିବା କରୁଥିବା ଲୋକେ ନାକେଦମ୍ ହେଉଛନ୍ତି ।

{"id":219756,"sizeSlug":"large"}

ପୁଣି ଓ୍ବେଷ୍ଟ ମ୍ୟାନେଜମେଣ୍ଟ ନିୟମ ମାନୁନଥିବାରୁ ପ୍ରଦୂଷଣ ମଧ୍ୟ ବଢ଼ୁଛି । ଏଭଳି ସ୍ଥିତିରେ ଏବେ ଯେତେବେଳେ ବିଏମସି ଆକ୍ସନକୁ ଆସିଛି ସେତେବେଳେ ଏହାକୁ ବିରୋଧ କରିଛନ୍ତି କିଛି ମଣ୍ଡପ ମାଲିକ । ସେହିଭଳି ଆଗକୁ ବାହାଘର ବ୍ରତଘର ପାଇଁ ମଣ୍ଡପ ବୁକ୍ କରିଥିବା ଲୋକଙ୍କ ଟେନ୍‌ସନ ବଢ଼ିଯାଇଛି । ପର୍ଯ୍ୟାୟକ୍ରମେ ବେଆଇନ୍ ମଣ୍ଡପଗୁଡ଼ିକୁ ସିଲ୍ କରିବାକୁ ଯୋଜନା କରିଛି ବିଏମସି । ତେବେ ଯେଉଁ କଲ୍ୟାଣ ମଣ୍ଡପଗୁଡ଼ିକ ଡେଡ୍‌ଲାଇନ୍ ପୂର୍ବରୁ ସେମାନଙ୍କ ପକ୍ଷ ରଖିଛନ୍ତି, ସେମାନଙ୍କ କାଗଜପତ୍ର ଯାଂଚ କରୁଛି ବିଏମସି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.