ସତ୍ୟନଗରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା, ବିଭିନ୍ନ ରାସ୍ତା ସିଲ୍ କଲା ବିଏମ୍‌ସି

Published By : Prameya-News7 Bureau | April 08, 2020 IST

ଭୁବନେଶ୍ୱର ୦୮।୦୪:  ଭୁବନେଶ୍ୱରର ସତ୍ୟନଗରକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ନିକଟରେ ଜଣେ କରେନା ପଜିଟିଭ୍ ଚିହ୍ନଟ ପରେ ସତ୍ୟନଗରର କିଛି ଅଞ୍ଚଳକୁ ସିଲ୍ କରାଯାଇଛି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସତ୍ୟନଗରର କିଛି ଅଞ୍ଚଳକୁ ସିଲ୍‌ କରାଯାଇଛି । ସେହିପରି ସତ୍ୟନଗର ଅଞ୍ଚଳର ବିଗ ବଜାରର ଉତ୍ତର ପାର୍ଶ୍ବ ମଧ୍ୟରେ କିଛି ଅଞ୍ଚଳକୁ  ସିଲ୍‌ କରାଯାଇଛି । ସତ୍ୟନଗର ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା ହେବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘର ଘର ବୁଲି ଟ୍ରେସିଂ ଆରମ୍ଭ କରାଯାଇଛି । ଏଥିସହିତ ଏହି ଅଞ୍ଚଳରେ ଯିବା ଆସିବା ରୋକ ଲଗାଯିବ ସହ ଘରୁ ନବାହାରିବାକୂ ନିର୍ଦ୍ଦେଶ ଦିଆଯାଇଛି । କଣ୍ଟେନମେଣ୍ଟ ଜୋନ୍‌ରେ  ବିମଏ୍‌ସି ଦ୍ବାରା ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ

wp:core-embed/twitter {"url":"https://twitter.com/bmcbbsr/status/1247733555125350400","type":"rich","providerNameSlug":"twitter","className":""}
https://twitter.com/bmcbbsr/status/1247733555125350400
/wp:core-embed/twitter

  ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଅଞ୍ଚଳ ସିଲ୍‌ କରାଯାଇଛି -

୧-ସତ୍ୟନଗର ଛକରୁ କାଳୀ ମନ୍ଦିର

୨-କାଳୀ ମନ୍ଦିର ଛକରୁ ପତଞ୍ଜଳି ଷ୍ଟୋର

୩-ପତଞ୍ଜଳି ଷ୍ଟୋରରୁ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଅଫିସର୍ସ କ୍ବାର୍ଟର

୪-ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଅଫିସର୍ସ କ୍ବାର୍ଟରରୁ ସତ୍ୟନଗର ଛକ

୫-ସତ୍ୟନଗର ଅଞ୍ଚଳରୁ ବିଗ ବଜାରର ଦକ୍ଷିଣ ପାର୍ଶ୍ବ ମଧ୍ୟରେ PWD ଡିଭିଜନ୍-୩ ଅଫିସ ଏବଂ କ୍ବାର୍ଟର କମ୍ପ୍ଲେକ୍ସ ସିଲ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.