Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ମଳ ପରିଚାଳନା କ୍ଷେତ୍ରରେ ବିଏମସିକୁ ଆଇଏସଓ ସାର୍ଟିଫିକେଟ୍: ବିଶ୍ବର ଦ୍ୱିତୀୟ ଓ ଦେଶର ପ୍ରଥମ ସହର ଭାବେ ଭୁବନେଶ୍ବରକୁ ମିଳିଛି ମାନ୍ୟତା

12/11/2020 at 6:50 PM

ଭୁବନେଶ୍ୱର ୧୨/୧୧ : ମଳ ପରିଚାଳନା କ୍ଷେତ୍ରରେ ଭୁବନେଶ୍ବର ମହାନଗର ନିଗମକୁ ମିଳିଛି ଆଇଏସଓ ସାର୍ଟିଫିକେଟ୍‌ । ବିଶ୍ବର ଦ୍ବିତୀୟ ଓ ଭାରତର ପ୍ରଥମ ସହର ଭାବେ ଭୁବନେଶ୍ବରକୁ ମିଳିଛି ଏହି ସାର୍ଟିଫିକେଟ୍‌। ରାଜଧାନୀବାସୀଙ୍କୁ ମଳ ପରିଚାଳନା କ୍ଷେତ୍ରରେ ଗୁଣାତ୍ମକ ସେବା ଯୋଗାଉଥିବା ବେଳେ କ୍ବାଲିଟି ମ୍ୟାନେଜମେଣ୍ଟ ସିଷ୍ଟମ ଟିମ୍‌ ଅଡିଟ୍‌ ପରେ ବିଏମସି ଆଇଏସଓ ସାର୍ଟିଫିକେଟ୍‌ ଦିଆଯାଇଛି। ରାଜ୍ୟର ପ୍ରଥମ ପୌରସଂସ୍ଥା ଭାବେ ମଳ ଉପଚାର ଓ ପରିଚାଳନା ନିୟମ-୨୦୧୮ ଆଣିଥିଲା ବିଏମସି।

ମଳ ପରିଚାଳନା କ୍ଷେତ୍ରରେ ବିଏମସିକୁ ମିଳିଛି ଆଇଏସଓ ସାର୍ଟିଫିକେଟ୍‌ । ବିଶ୍ବର ଦ୍ବିତୀୟ ଓ ଦେଶର ପ୍ରଥମ ସହର ଭାବେ ଭୁବନେଶ୍ବରକୁ ମିଳିଛି ଏହି ମାନ୍ୟତା ।  ରାଜଧାନୀବାସୀଙ୍କୁ ମଳ ପରିଚାଳନା କ୍ଷେତ୍ରରେ ଗୁଣାତ୍ମକ ସେବା ଯୋଗାଉଥିବାରୁ ବିଏମସିକୁ ଆଇଏସଓ ସାର୍ଟିଫିକେଟ୍‌ ମିଳିଛି । କ୍ବାଲିଟି ମ୍ୟାନେଜମେଣ୍ଟ ସିଷ୍ଟମ ଟିମ୍‌ ଅଡିଟ୍‌ ପରେ ବିଏମସିକୁ ଏହି ମାନ୍ୟତା ପ୍ରଦାନ କରାଯାଇଛି । ସେହିଭଳି ରାଜ୍ୟର ପ୍ରଥମ ପୌରସଂସ୍ଥା ଭାବେ ମଳ ଉପଚାର ଓ ପରିଚାଳନା ଅଧିନିୟମ-୨୦୧୮ ଆଣିଥିଲା ବିଏମସି । ଏହା ପରେ ଘରୋଇ ଗାଡ଼ିକୁ ପାଇଖାନା ମଳ ନିଷ୍କାସନ ପାଇଁ ନିୟୋଜିତ କରିଥିଲା ।

ବର୍ତମାନ ସୁଦ୍ଧା ୨୯ଟି ସେସପୁଲ ଗାଡ଼ି ନିୟୋଜିତ ହୋଇଥିବା ବେଳେ ସେଥିରେ ମାଗଣାରେ ଜିପିଏସ୍‌ ଲଗାଇଛି ବିଏମସି । ଏହା ଦ୍ବାରା ସେସପୁଲ ଗାଡ଼ି କେଉଁଠି ମଳ ନିଷ୍କାସନ କରୁଛି ତାହାକୁ ସହଜରେ ଟ୍ରାକ୍‌ କରାଯାଇପାରୁଛି । ଯେଉଁମାନେ ରାସ୍ତା କଡ଼ରେ ମଳ ନିଷ୍କାସନ କରୁଛନ୍ତି ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି । ବସ୍ତି ଅଂଚଳରେ ଟ୍ରିପ୍‌ ପିଚ୍ଛା ୪୯୨ ଏବଂ ଅନ୍ୟ ଲୋକଙ୍କ ଠାରୁ ୯୦୦ଟଙ୍କା ଆଦାୟ ହେଉଛି ।

ରାଜଧାନୀରେ ମଳ ପରିଚାଳନା ବ୍ୟବସ୍ଥାରେ ଅନେକ ସୁଧାର ଆସିଥିବାରୁ ବିଏମସିକୁ ମିଳିଛି ଆଇଏସଓ ସାର୍ଟିଫିକେଟ୍‌ । ସେହିଭଳି ୨୦୨୧ ସ୍ବଚ୍ଛ ସର୍ବେକ୍ଷଣରେ ଭଲ ର୍ୟାଙ୍କ ରଖିବାକୁ ଲକ୍ଷ୍ୟ ରଖିଛି ବିଏମସି ।

   Related Posts