ମୁମ୍ବାଇ ପହଞ୍ଚିବା ପୂର୍ବରୁ ବିଏମ୍‌ସିର ଆକ୍ସନ୍: କଙ୍ଗନାଙ୍କ ଅଫିସ ବାହାରେ ଲଗାଇଲା ନୋଟିସ୍

Published By : Prameya-News7 Bureau | September 09, 2020 IST

ମୁମ୍ବାଇ ୦୯/୦୯ : ଅଭିନେତ୍ରୀ କଙ୍ଗନା ରଣାବାତ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଲାଗି ରହିଛି | କଙ୍ଗନା ମହାରାଷ୍ଟ୍ର ସରକାର ଓ ଶିବସେନା ନେତା ସଞ୍ଜୟ ରାଉତଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇ ମୁମ୍ବାଇ ଫେରିବାକୁ ଘୋଷଣା କରିଥିଲେ | ଇତି ମଧ୍ୟରେ ଵୃହନମୁମ୍ବାଇ ମହାନଗର ପାଳିକା (ବିଏମସି) ଆକ୍ସନ ମୋଡ଼କୁ ଆସିଛି | ପ୍ରାପ୍ତ ସୂଚନା ଅନୁଯାୟୀ, ବିଏମସି କଙ୍ଗନାଙ୍କ ମୁମ୍ବାଇ ସ୍ଥିତ ଅଫିସରେ ନୂଆ ନୋଟିସ ଲଗାଇଛି | କଙ୍ଗନାଙ୍କ ଅଫିସରେ ଅବୈଧ ନିର୍ମାଣ ଭାଙ୍ଗିବାକୁ ନୋଟିସରେ କୁହାଯାଇଛି | ଏହା ପୂର୍ବରୁ ୨୪ ଘଣ୍ଟାରେ ଜବାବ ଦେବାକୁ ନୋଟିସରେ କୁହାଯାଇଥିଲା | ନୂଆ ନୋଟିସ ଲଗାଇବା ସହ ବିଏମସି ଓ ମୁମ୍ବାଇ ପୋଲିସ କଙ୍ଗନାଙ୍କ ଅଫିସରେ ପହଞ୍ଚିଛି | 

wp:core-embed/twitter {"url":"https://twitter.com/KanganaTeam/status/1303556108146024448","type":"rich","providerNameSlug":"twitter","className":""}
https://twitter.com/KanganaTeam/status/1303556108146024448
/wp:core-embed/twitter

ମୁମ୍ବାଇ ଆସିବା ପୂର୍ବରୁ କଙ୍ଗନା ଟ୍ୱିଟ କରି କହିଥିଲେ ଯେ ସେ ଆସିବା ପୂର୍ବରୁ ମହାରାଷ୍ଟ୍ର ସରକାର ଓ ତାଙ୍କ ଗୁଣ୍ଡା ତାଙ୍କ ଅଫିସ ବାହାରେ ପହଞ୍ଚି ସାରିଛନ୍ତି ଏବଂ ତାକୁ ଭାଙ୍ଗିବାକୁ ପ୍ରସ୍ତୁତି କରୁଛନ୍ତି | କଙ୍ଗନା ବୁଧବାର ସେଯାକେ ନିଜ ଅଫିସ ବାହାରର ଫଟୋ ସେୟାର କରି ଟ୍ୱିଟ କରିଛନ୍ତି ଯେ, 'ମୁଁ ମହାରାଷ୍ଟ୍ରର ସମ୍ମାନ ପାଇଁ ରକ୍ତ ଦେବା ପାଇଁ ପ୍ରତିଶୃତି ଦେଉଛି | ଏହା କିଛି ନୁହେଁ, ଚାହିଁବ ଯଦି ସବୁ ଛଡେଇ ନେଇପାରିବ, କିନ୍ତୁ ମୋ ଭାବନା ଲଗାତାର ଉଚ୍ଚତର ହେବ |'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.