Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

କଙ୍ଗନାଙ୍କ ଅଫିସରେ ଚାଲିଲା ବିଏମସିର ବୁଲଡୋଜର: କଙ୍ଗନା କହିଲେ, ‘ଏହି ରାମ ମନ୍ଦିର ପୁଣି ତିଆରି ହେବ’

9/09/2020 at 11:32 AM

ମୁମ୍ବାଇ ୦୯/୦୯ : କଙ୍ଗନା ମୁମ୍ବାଇରେ ପହଞ୍ଚିବା ପୂର୍ବରୁ ବିଏମସି ତାଙ୍କ ଅଫିସରେ ନୋଟିସ ଲଗାଇଥିଲା | ବିଏମସି କର୍ମଚାରୀ ତାଙ୍କ ଅଫିସରେ ପହଞ୍ଚିଥିଲେ | କଙ୍ଗନାଙ୍କ ଅଫିସରେ ଅବୈଧ ନିର୍ମାଣ ନେଇ ବିଏମସି ନୋଟିସ ଜାରି କରିଥିଲା | କଙ୍ଗନା ଟ୍ୱିଟ କରି କହିଛନ୍ତି ଯେ, ତାଙ୍କ ଶତ୍ରୁ ପୁଣିଥରେ ପ୍ରମାଣ କରିଛନ୍ତି ସେ କଣ | ସେଥିପାଇଁ ସେ ମୁମ୍ବାଇକୁ ପିଓକେ ସହ ତୁଳନା କରିଥିଲେ ବୋଲି କହିଛନ୍ତି |

କଙ୍ଗନା ନିଜ ଅଫିସକୁ ରାମ ମନ୍ଦିର ବୋଲି ଦର୍ଶାଇ କହିଛନ୍ତି ଯେ, ତାଙ୍କ ଅଫିସ ତାଙ୍କ ପାଇଁ କେବଳ ଏକ କୋଠା ନଥିଲା ବରଂ ମନ୍ଦିର ଥିଲା | ଆଜି ସେହି ମନ୍ଦିରକୁ ବାବର ଆସିଛି | ଇତିହାସ ପୁଣି ନିଜକୁ ଦୋହରାଇଛି | ରାମ ମନ୍ଦିର ପୁଣି ଭଂଗାଯିବ | କିନ୍ତୁ ଏହି ରାମ ମନ୍ଦିର ପୁଣି ତିଆରି ହେବ ବୋଲି ସେ କହିଛନ୍ତି | ଆଉ ଏକ ଟ୍ୱିଟରେ ସେ ବିଏମସି ତାଙ୍କ ଅଫିସ ଭଙ୍ଗାରୁଜା କରୁଥିବା ଫଟୋ ସେୟାର କରିଛନ୍ତି | ଫଟୋ ସେୟାର କରି କ୍ୟାପସନରେ ପାକିସ୍ତାନ ଲେଖିଛନ୍ତି |

ଆଉ ଏକ ଟ୍ୱିଟରେ କଙ୍ଗନା କହିଛନ୍ତି,’ମୁଁ କେବେ ଭୁଲ ନଥିଲି | ମୋ ଶତ୍ରୁ ବାରମ୍ବାର ଏହା ପ୍ରମାଣିତ କରିଛନ୍ତି |’

   Related Posts