Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ସହରରେ ୭୫ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ, ପ୍ରଥମ ପର୍ଯ୍ୟାୟରେ ସର୍ଟ ଓ ମିଡିୟମ୍ ଟର୍ମ ସମାଧାନ ଉପରେ ଗୁରୁତ୍ବ : BMC କମିଶନର

22/09/2021 at 6:05 PM

ଭୁବନେଶ୍ବର ୨୨।୯: ସହରରେ ୭୫ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ ହୋଇଛି ।  ମୁଖ୍ୟତଃ ଯେଉଁ ସ୍ଥାନରେ ଅଧିକ ଜଳବନ୍ଦୀ ହୁଏ ଓ ଡ୍ରେନେଜ ସମସ୍ୟା ଉପୁଜେ ତାକୁ ଚିହ୍ନଟ କରି ତାର ରିଭ୍ୟୁ କରାଯାଉଛି ବୋଲି ବିଏମସି କମିଶନର ସଞ୍ଜୟ କୁମାର ସିଂ କହିଛନ୍ତି । କେଉଁ କାରଣ ଯୋଗୁଁ ଜଳବନ୍ଦୀ ହେଉଛି ଓ ତାର ସମାଧାନ ଉପରେ ଗୁରୁତ୍ବ ଦିଆଯାଉଛି । ପ୍ରଥମ ପର୍ଯ୍ୟାୟରେ ସଟ୍ ଓ ମିଡିୟମ ଟର୍ମ ସମାଧାନ କିପରି କରାଯାଇ ପାଣି ନିଷ୍କାସନ କ୍ଷମତାକୁ ବଢ଼ାଯିବ ତାର ଉପରେ ଫୋକସ୍ କରାଯାଉଛି ବୋଲି ବିଏମସି କମିଶନର କହିଛନ୍ତି । ଏହାସହ ନୂଆ ଡ୍ରେନ୍ ତିଆରି କରିବା, ଜମି ଅଧିଗ୍ରହଣ, ଜବର ଦଖଲ ଉଚ୍ଛେଦ ଭଳି ଅନେକ ଗୁଡିଏ କାମ ଆରମ୍ଭ କରିବୁ । ସେଥିପାଇଁ ଏକ ବ୍ୟୟ ଅଟକଳ ବା ଏଷ୍ଟିମେଟ୍ କରିବାକୁ କୁହାଯାଇଛି ।

ଏହା ବ୍ୟତୀତ ନ୍ୟାଚୁରାଲ ଡ୍ରେନ୍ ଗୁଡିକରେ ଜଳ ନିଷ୍କାସନ କ୍ଷମତା ଅଧିକ କିଭକି ହେବ ତା ପାଇଁ ଲଙ୍ଗ ଟର୍ମରେ ଯୋଜନା କରୁଛୁ । ସୁପ୍ରିମକୋର୍ଟ, ଗ୍ରୀନ୍ ଟ୍ରିବ୍ୟୁନାଲ, ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ଼ ଏବଂ ରାଜ୍ୟ ପ୍ରଦୂଷଣ ବୋର୍ଡ଼ର କିଛି ନିୟମ ତାକୁ ଆଧାର କରି କାମ ଆରମ୍ଭ କରାଯିବ । ବର୍ତ୍ତମାନ ୨୬ରୁ ଯେଉଁ ବର୍ଷା ହେବାକୁ ଯାଉଛି ସେଥିପାଇଁ ସହରରେ ବିଭିନ୍ନ ସ୍ଥାନରେ ୩୫ଟି ମୋଟର ପମ୍ପ୍ ଲାଗିଛି ଜଳ ନିଷ୍କାସନ ପାଇଁ । ନାଚୁରାଲ ଡ୍ରେନକୁ ଘୋଡାଇବାର ନିୟମ ନାହିଁ ଏଣୁ ମୁକୁଳା ଡ୍ରେନରେ ପାଣି କିପରି ନ ଜମିବ କୌଣସି ଅସୁବିଧା ନ ହେବ ସେଥିପାଇଁ ଅଧିକ ଧ୍ୟାନ ଦିଆଯାଉଛି ବୋଲି ବିଏମସି କମିଶନର କହିଛନ୍ତି ।

   Related Posts