ଆରମ୍ଭ ହୋଇଛି ୧୦ଦିନିଆ ଏନଫୋର୍ସମେଣ୍ଟ ଡ୍ରାଇଭ୍, ୨ ଦିନରେ ହସ୍ପିଟାଲରେ ବଢାଯିବ ବେଡ୍ ସଂଖ୍ୟା : BMC କମିଶନର

Published By : Prameya-News7 Bureau | April 07, 2021 IST

ଭୁବନେଶ୍ବର ୭।୪: କରୋନା ସଂକ୍ରମଣକୁ ନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧରୀ । ବିଏମସି ତରଫରୁ କରୋନା ପାଇଁ ଅନେକଗୁଡିଏ ପଦକ୍ଷେପ ନିଆଯାଉଛି । ହଷ୍ଟେଲ, ସ୍କୁଲ, ମଲ୍ ରେ ପ୍ରତିଦିନ ଏନଫୋର୍ସମେଣ୍ଟ ଜାରି ରହିଛି । ଆଜିଠାରୁ ୧୦ ଦିନିଆ ଏନଫୋର୍ସମେଣ୍ଟ ଡ୍ରାଇଭ୍ ଆରମ୍ଭ ହୋଇଛି । ପୂର୍ବରୁ ବିଏମସି ଏକାକୀ ଏନଫୋର୍ସମେଣ୍ଟ କରୁଥିଲା ଆଉ ଏବେ କମିଶନରେଟ୍ ପୋଲିସ ସହ ମିଶି କରିବ । ବିଏମସି ଅଞ୍ଚଳରେ ପ୍ରତିଦିନ ୧୦ହଜାର ଲୋକଙ୍କୁ ଟିକା ଦିଆଯାଉଛି । ଯେଉଁ ସ୍ଥାନରେ କରୋନା ପଜିଟିଭ୍ ବାହାରୁଛନ୍ତି ସେ ସ୍ଥାନକୁ ସାନିଟାଇଜ୍ କରାଯାଉଛି ।

ବିଏମସି ଅଞ୍ଚଳ ପାଇଁ କୋଭାକ୍ସିନ ଯଥେଷ୍ଟ ପରିମାଣରେ ମହଜୁଦ ରହିଛି । ଭୁବନେଶ୍ବର ରେଳ ଷ୍ଟେସନରେ କମ୍ ସହଯୋଗ ମିଳୁଛି । ରେଲୱେ ଷ୍ଟେସନ ମାଷ୍ଟର ଏବଂ ଅନ୍ୟମାନଙ୍କ ସହ ଆଲୋଚନା ଜାରି ରହିଛି । ଗତ ୭ ଦିନରେ ବିଭିନ୍ନ ସ୍ଥାନରେ ରେଡ୍ କରାଯାଇଛି ଏବଂ ଫାଇନ୍ ମଧ୍ୟ ଆଦାୟ ହୋଇଛି । ଆଉ ୨ ଦିନ ମଧ୍ୟରେ ହସ୍ପିଟାଲରେ ବେଡ୍ ସଂଖ୍ୟା ବଢାଯିବ । ସେନେଇ ନିଷ୍ପତ୍ତି ହୋଇଛି ବୋଲି ବିଏମସି କମିଶନର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.