ଆସୁଛି କୋଭିସିଲ୍ଡ : ଭୁବନେଶ୍ୱରରେ ୫ଟି ହସ୍ପିଟାଲରେ ଟିକା ବ୍ୟବସ୍ଥା, ୨୧ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଭାକ୍ସିନ୍
12/01/2021 at 11:19 AM

ଭୁବନେଶ୍ୱର ୧୨।୦୧: ଆଜି ଓଡିଶା ଆସୁଛି କରୋନା ଟିକା । ପୁଣେରୁ ସ୍ୱତନ୍ତ୍ର ବିମାନ ଯୋଗେ ଅପରାହ୍ନ ୪ଟା ପରେ ପହଞ୍ଚିବ ଟିକା । ଭୁବନେଶ୍ୱରରେ କେତେ ଲୋକ ଓ କେଉଁ ସ୍ଥାନରେ ଟୀକା ଦିଆଯିବ ସେନେଇ ସୂଚନା ଦେଇଛନ୍ତି ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୂରୀ । ଏବେ ଭୁବନେଶ୍ୱରରେ ମୋଟ ୨୧ ହଜାର ଲୋକଙ୍କୁ କରୋନା ଭାକସିନ୍ ଦିଆଯିବ । ଏଥିପାଇଁ ୫ଟି ସ୍ଥାନ ଚିହ୍ନଟ କରାଯାଇଛି ।
ବିଏମସି କମିଶନରଙ୍କ ମୁତାବକ, ଖୁବ ଶୀଘ୍ର ଲୋକଙ୍କୁ ଦିଆଯିବ ଟିକା । ଆଜି ଓଡିଶାକୁ ଆସୁଛି କରୋନା ଭ୍ୟାକସିନ୍ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରର ୨୧ ହଜାର ଡକ୍ଟର, ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କର୍ମଚାରୀମାନଙ୍କ ଲିଷ୍ଟ ରାଜ୍ୟ ସରକାରଙ୍କୁ ଦିଆଯାଇଛି । ତେବେ ଆଜି ସଂଧ୍ୟା ପର୍ଯ୍ୟାନ୍ତ ରେଜିଷ୍ଟ୍ରେସନ୍ ଓପନ୍ ରହିଛି । ସମୁଦାୟ ୨୭ଟି ସରକାରୀ ହସ୍ପିଟାଲ ଏବଂ ୧୮ ଟି ପ୍ରାଇଭେଟ୍ ହସ୍ପିଟାଲରେ ଭ୍ୟାକସିନେସନ୍ ସେଣ୍ଟର କରିବା ପାଇଁ ନିଷ୍ପତ୍ତି ହୋଇଛି । ଏଥିପାଇଁ ବିଏମ୍ସି ସମ୍ପୁର୍ଣ୍ଣ ପ୍ରସ୍ତୁତ ରହିଛି । ଆସନ୍ତା ୧୬ ତାରିଖରେ ଭୁବନେଶ୍ୱରର ୫ଟି ଲୋକେସନ୍ ରେ କୋଭିଡ୍ ୧୯ ଭ୍ୟାକସିନ୍ ଲଞ୍ଚ କରାଯାଉଛି । କ୍ୟାପିଟାଲ ହସ୍ପିଟାଲ, ୟୁନିଟ୍ ୪ ସରକାରୀ ହସ୍ପିଟାଲ, ବିଏମସି ହସ୍ପିଟାଲ, ସମ୍ ହସ୍ପିଟାଲ ଏବଂ କିମ୍ସ ହସ୍ପିଟାଲରେ ଲଞ୍ଚ କରାଯିବ ।