କରୋନା ଟିକାକରଣ : ବରିଷ୍ଠ ନାଗରିକଙ୍କ ତଥ୍ୟ ସଂଗ୍ରହ ଚାଲିଛି, ଖୁବଶୀଘ୍ର ଦିଆଯିବ ଭାକ୍ସିନ୍- ବିଏମ୍ସି କମିଶନର
25/02/2021 at 12:13 PM

ଭୁବନେଶ୍ୱର ୨୫।୦୨: ରାଜ୍ୟରେ କରୋନା ଟିକାକରଣ ଚାଲିଛି । ଆସନ୍ତା ମାସରୁ ବରିଷ୍ଠ ନାଗରିକଙ୍କୁ ଟିକା ଦିଆଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଏହିପରିପେକ୍ଷୀରେ ବରିଷ୍ଠ ନାଗରିକଙ୍କ ତଥ୍ୟ ସଂଗ୍ରହ ଚାଲିଛି ବୋଲି ବିଏମ୍ସି କମିଶନର ସୂଚନା ଦେଇଛନ୍ତି ।
ବିଏମ୍ସି କମିଶନର ଆହୁରୀ ମଧ୍ୟ କହିଛନ୍ତି ଯେ, ବରିଷ୍ଠ ନାଗରିକଙ୍କ ତଥ୍ୟ ସଂଗ୍ରହ ଚାଲିଛି । ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ପ୍ରସ୍ତୁତି ଚାଲିଛି । ସର୍ଭେ ଅନୁସାରେ ୨୦ରୁ ୨୫ହଜାର ବରିଷ୍ଠ ନାଗରିକ ଅଛନ୍ତି । ସେଥିଲାଗି ୩ଟି ଜୋନ୍ରେ ସେମାନଙ୍କ ତଥ୍ୟ ସଂଗ୍ରହ କରୁଛନ୍ତି । ଖୁବଶୀଘ୍ର ତଥ୍ୟ ସଂଗୃହିତ କରାଯିବ । ତେବେ ପୂର୍ବରୁ ଯେଉଁ ହସ୍ପିଟାଲରେ ଟିକା ଦିଆଯାଉଥିଲା , ସେହି ହସ୍ପିଟାଲରେ ଟିକା ଦିଆଯିବ । ଫାଇନାଲ ଡାଟା ଆସିଲେ ସୂଚନା ଦିଆଯିବ ବୋଲି ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ କରୋନା ୨ ଲହରୀ ନେଇ ଅନେକ ପ୍ରସ୍ତୁତି ହୋଇଛି । ଖାସ୍ କରି ବିମାନବନ୍ଦରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବାହାରୁ ଆସୁଥିବା ଲୋକଙ୍କ ସ୍କ୍ରିନିଂ କରାଯିବ । ଯଦି ସ୍କ୍ରିନିଂ ସମୟରେ ସେମାନଙ୍କ ଠାରେ କିଛି ଲକ୍ଷଣ ଦେଖାଦେଲେ, ସେମାନଙ୍କ କରୋନା ଟେଷ୍ଟ କରାଯିବ ବୋଲି ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି ।