ବ୍ରିଟେନ ଫେରନ୍ତାଙ୍କ ସ୍ୱାବ ପରୀକ୍ଷା ପାଇଁ ପୁନେ ପଠାଯାଇଛି, ରିପୋର୍ଟ ଆସିବା ପରେ ନୂଆ ଷ୍ଟ୍ରେନ୍ କି ନାହିଁ ସ୍ପଷ୍ଟ ହେବ- ବିଏମ୍‌ସି କମିଶନର

Published By : Prameya-News7 Bureau | December 24, 2020 IST

ଭୁବନେଶ୍ୱର ୨୪।୧୨:  ବ୍ରିଟେନରେ ନୂଆ କରୋନା ଷ୍ଟ୍ରେନ୍ ଦେଖାଦେବା ପରେ ଏହାକୁ ନେଇ ଭାରତ ସମେତ ସାରା ବିଶ୍ବରେ ଚିନ୍ତା ବଢ଼ିଯାଇଛି। ସେପଟେ ଭୁବନେଶ୍ବରକୁ ଜଣେ ବ୍ରିଟେନ୍ ଫେରନ୍ତାଙ୍କୁ ନେଇ ବିଏମସି ସ୍ପଷ୍ଟ କରିଛି। ଗତ ୧୮ ତାରିଖରେ ବ୍ରିଟେନ ରୁ ଆସିଥିବା ଯୁବକ କୋଭିଡ୍ ସଂକ୍ରମିତ ହୋଇଥିଲେ। ତାଙ୍କର କଣ୍ଟାକ୍ଟ ଟ୍ରେସିଂ ସରିଥିବା କହିଛନ୍ତି ବିଏମସି କମିଶନର। ତାଙ୍କ ପରିବାରର ୩ ଜଣ ସଦସ୍ୟଙ୍କ ସ୍ୱାବ ରିପୋର୍ଟ ସଂଗ୍ରହ କରାଯାଇଛି।

ସେପଟେ ବ୍ରିଟେନ ଫେରନ୍ତା ଯୁବକ ହସ୍ପିଟାଲରେ ଚିକିତ୍ସା ହେଉଥିବାବେଳେ ତାଙ୍କ ସ୍ୱାବ ପୁନେ ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ଆସିବା ପରେ ଜଣାଯିବ ଯେ, ଏହା କୋଭିଡର ନୂଆ ଷ୍ଟ୍ରେନ କି ନାହିଁ। ବର୍ତ୍ତମାନ ସ୍ଥିତିରେ ଭୟ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ବିଏମସି କମିଶନର କହିଛନ୍ତି। ଯାହା ଗାଇଡ୍ ଲାଇନ ଅଛି ତାକୁ ପାଳନ କରନ୍ତୁ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.