ଆଜି ଭୁବନେଶ୍ବର ମହାନଗର ନିଗମ କମିଶନରଙ୍କ ବୈଠକ

Published By : Prameya-News7 Bureau | February 13, 2019 IST

ଭୁବନେଶ୍ବର ୧୩|୨: ଆଜି ଭୁବନେଶ୍ବର ମହାନଗର ନିଗମ କମିଶନରଙ୍କ ବୈଠକ । ଗତକାଲି ନୂଆ କମିଶନର ଭାବେ ସମର୍ଥ ବର୍ମା ଦାୟିତ୍ବ ନେବା ପରେ ଆଜି ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ବୈଠକ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ।

ଏଥିରେ ଅତିରିକ୍ତ କମିସନର, ମୁଖ୍ୟ ବିତ୍ତ ଅଧିକାରୀ, ସମସ୍ତ ଡେପୁଟି କମିସନର, ସିଟି ଇଞ୍ଜିନିୟରଙ୍କ ସମେତ ସମସ୍ତ ଇଞ୍ଜିନିୟର, ପ୍ଲାନିଂ ଅଧିକାରୀଙ୍କ ସମେତ ସମସ୍ତ ବରିଷ୍ଠ ଅଧିକାରୀ ବୈଠକରେ ଯୋଗଦେବାକୁ କୁହାଯାଇଛି। ଏବେ କର୍ପୋରେଟର ନାହାନ୍ତି କି ମେୟର ନାହାନ୍ତି। ନୂଆ ବିଏମ୍ ସି କମିସନରଙ୍କ ଉପରେ ପ୍ରତ୍ୟେକ୍ଷ ରାଜନୈତିକ ଚାପ ନାହିଁ। ହେଲେ ଆସନ୍ତା କିଛି ମାସ କମିସନରଙ୍କ ପାଇଁ ପୂରା ଚ୍ୟା ଲେଞ୍ଜିଂ ହେବାକୁ ଯାଉଛି।

ରାଜଧାନୀରେ ଏବେ ପୁଳାପୁଳା ସମସ୍ୟା ମୁଣ୍ଡ ଟେକିଥିବାବେଳେ ଏହାର ସମାଧାନ ହୋଇ ନପାରିଲେ କମିସନର ଅପଦସ୍ତ ହେବା ଥୟ। ତେଣୁ କମିସନର କିପରି, କେଉଁଭଳି ଢଙ୍ଗରେ ରାଜଧାନୀବାସୀଙ୍କ ମୌଳିକ ସମସ୍ୟାର ସମାଧାନ କରୁଛନ୍ତି ତାହା ଦେଖିବାକୁ ଅପେକ୍ଷା।

ଅପରପକ୍ଷେ ବିଏମ୍ ସି ଗତ ଆର୍ଥିକ ବର୍ଷରେ ୧୩୫କୋଟି ରାଜସ୍ବ ଆଦାୟ କରିଥିବାବେଳେ ଚଳିତବର୍ଷ ୧୫୦କୋଟି ରାଜସ୍ବ ଆଦାୟ କରିବାକୁ ଲକ୍ଷ୍ୟ ରଖିଛି। ତେଣୁ ଏହି ଟାର୍ଗେଟ୍ ପୂରଣ ପାଇଁ କମିସନର କ’ଣ ପଦକ୍ଷେପ ନେଉଛନ୍ତି ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.