Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଖୁବଶୀଘ୍ର ଟ୍ରେସ୍‌ ହେବେ ବ୍ରିଟେନ୍‌ ଫେରନ୍ତା-ବିଏମ୍‌ସି ଅଧିକାରୀ

29/12/2020 at 2:29 PM

ଭୁବନେଶ୍ୱର ୨୯।୧୨ : ଭୁବନେଶ୍ବରରେ ଅନେକ ବ୍ରିଟେନ ଫେରାନ୍ତଙ୍କ ପତ୍ତାମିଳୁନି । ଯାହା ବିଏମ୍‌ସିର ଚିନ୍ତା ବଢାଇ ଦେଇଛି । ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଏମ୍‌ସି ଅଧିକାରୀ ।

ବିଏମ୍‌ସି ଅଧିକାରୀ ଦେଇଥିବା ତଥ୍ୟ ଅନୁସାରେ, ବର୍ତ୍ତମାନ ସୁଦ୍ଧା ବ୍ରିଟେନ୍‌ରୁ ଫେରିଥିବା କିଛି ଲୋକଙ୍କ ପତ୍ତା ମିଳୁନାହିଁ । ସେମାନେ ଦେଇଥିବା ତଥ୍ୟ ଆଧାର ଖୋଜୁଛି ବିଏମ୍‌ସି । ଫେରନ୍ତା ଲୋକ ଦେଇଥିବା ଠିକଣାକୁ ବିଏମ୍‌ସି କର୍ମଚାରୀ ଯାଇ ଖୋଜୁଛନ୍ତି । ଖୁବ୍‌ କମ ଦିନ ମଧ୍ୟରେ ସେମାନଙ୍କୁ ଟ୍ରେସ୍‌ କରାଯିବ ।

କିଛି ବ୍ରିଟେନ୍‌ ଫେରନ୍ତାଙ୍କ ମୋବାଇଲ୍ ନମ୍ବର ଭୁଲ ଥିବାରୁ ସେମାନଙ୍କୁ ଖୋଜିବା କଷ୍ଟ ହେଉଛି ।  ୬୨ ଜଣ ବ୍ରିଟେନ୍ ଫେରନ୍ତାଙ୍କ ଠିକଣା ମିଳୁନାହିଁ । ଭୁଲ୍ ମୋବାଇଲ୍ ନମ୍ବର ଓ ଠିକଣା ଥିବାରୁ ଚିହ୍ନଟ ହୋଇପାରୁନାହାନ୍ତି । ନଭେମ୍ବର ୩୦ ତାରିଖରୁ ଓଡିଶାକୁ ବ୍ରିଟେନ୍ ରୁ ଫେରିଛନ୍ତି ୧୮୧ ଜଣ । ସେମାନଙ୍କ ମଧ୍ୟରୁ ୧୧୯ ଜଣଙ୍କର ପତ୍ତା ମିଳିଛି । ଏପର୍ଯ୍ୟନ୍ତ ୬ ବ୍ରିଟେନ୍ ଫେରନ୍ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିସାରିଛି । ସେପଟେ ଭାରତରେ କରୋନା ଭାଇରସର ନୂଆ ଷ୍ଟ୍ରେନ୍ ମୋଟ୍ ୬ଟି ମାମଲା ମିଳିଛି । ମଙ୍ଗଳବାର ସରକାରଙ୍କ ତରଫରୁ ଏନେଇ ସୂଚନା ଦିଆଯାଇଛି । ଏହାମଧ୍ୟରୁ ତିନୋଟି ବେଙ୍ଗାଲୁରୁ, ୨ଟି ହାଇଦ୍ରାବାଦ ଓ ଗୋଟିଏ ପୁଣେ ଲ୍ୟାବର ସାମ୍ପଲରେ ମିଳିଛି ।

   Related Posts