ମାନିଲେନି ନିୟମ, ଆମ୍ବ ବଜାର ବନ୍ଦ କଲେ ମହାନଗର ନିଗମ

Published By : Prameya-News7 Bureau | May 11, 2020 IST

ବ୍ରହ୍ମପୁର ୧୧।୦୫:  ବ୍ରହ୍ମପୁର ଅନ୍ଧପସରା ରାସ୍ତାରେ ଥିବା ଆମ୍ବ ବଜାରକୁ ବନ୍ଦ କରିଛି ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷ । କୋଭିଡ୍ ୧୯ ଗାଇଡଲାଇ ଉଲଂଘନ କରିଥିବା ଅଭିଯୋଗ ମିଳିବା ପରେ ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷ ଏପରି ପଦକ୍ଷେପ ନେଇଛି । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

{"id":268021,"sizeSlug":"large"}

ସୂଚନାଯୋଗ୍ୟ ଯେ. ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାର ଲାଗିଛି । ଗଞ୍ଜାମରେ ମଧ୍ୟ ସ୍ଥିତି ସଙ୍ଗୀନ ରହିଛି । ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ସୁରଟ ଫରେନ୍ତା । ଜିଲ୍ଲାରେ ପୂର୍ବରୁ ଆଗୁଆ ପଦକ୍ଷେପ ରଖି ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିଲା । ତେବେ ବନ୍ଦ ହୋଇଥିବା ଆମ୍ବ ବଜାର ଖୋଲିବା ପାଇଁ କିଛି ନିୟମ ରଖିଥିଲା ବ୍ରହ୍ମପୁର ମହାନଗର ନିଗମ । କିନ୍ତୁ ମହାନିଗର ନିଗମ ପକ୍ଷରୁ ଜାରି ହୋଇଥିବା କଟକଣାକୁ ଉଲ୍ଲଂଘନ କରିଥିବା ଅଭିଯୋଗରେ ଆମ୍ବ ବଜାର ବନ୍ଦ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.