Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିମାନରେ ଆସିଲେ ବି ୧୪ ଦିନିଆ କ୍ବାରେଣ୍ଟାଇନ୍‌ ଜରୁରୀ
  • ||
  • ଆରଟିପିସିଆର ନେଗେଟିଭ୍‌ ରିପୋର୍ଟ ଦେଖାଇଲେ ରାଜ୍ୟକୁ ମିଳିବ ଏଣ୍ଟ୍ରି
  • ||
  • ପଶ୍ଚିମବଙ୍ଗ ସୀମାକୁ ଲାଗିଥିବା ସମସ୍ତ ସୀମା ସିଲ୍‌ ହେବ
  • ||
  • ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଗୁରୁତ୍ବପୂର୍ଣ୍ଣ ସୂଚନା
  • ||
  • ପଶ୍ଚିମବଙ୍ଗରୁ ଆସିଲେ ୧୪ ଦିନିଆ କ୍ବାରେଣ୍ଟାଇନ୍‌ ବାଧ୍ୟତାମୂଳକ
  • ||
  • ଭୁବନେଶ୍ବରରେ ରିଙ୍ଗ୍‌ ରୋଡ୍ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ, ରାଜ୍ୟ ସରକାର ବହନ କରିବେ ୬୦୦ କୋଟି ଟଙ୍କା
  • ||
  • ଭୁବନେଶ୍ବର : BMCରେ ବଢିଲା ରାପିଡ୍ ରେସପନ୍ସ ଟିମ୍ ସଂଖ୍ୟା, ୬୭ଟି ୱାର୍ଡ ପାଇଁ ୩୯ଟିମ୍
  • ||
  • ଭୁବନେଶ୍ବର : ପ୍ରଧାନମନ୍ତ୍ରୀଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ, ଦେଶରେ ଅକ୍ସିଜେନ୍ ଆବଶ୍ୟକତାକୁ ପୂରଣ ପାଇଁ ସହଯୋଗ କରିବ ଓଡିଶା
  • ||
  • କେନ୍ଦୁଝର : ଶୌଚ ସାରି ଫେରିବା ବେଳେ ବଜ୍ରପାତ, ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ରାଉରକେଲା : ବ୍ରାହ୍ମଣୀ ବ୍ରିଜ୍‌ରୁ ନଦୀକୁ ଡେଇଁଲେ ମହିଳା, ଗୁରୁତର ଅବସ୍ଥାରେ ଉଦ୍ଧାର
  • ||

ସାଲିଆ ସାହି ବସ୍ତି ହେବ ଉଚ୍ଛେଦ ! ଘୋଷଣା କଲା ବିଏମସି

4/11/2019 at 11:18 AM

ଭୁବନେଶ୍ବର ୪/୧୧: ସାଲିଆ ସାହି ବସ୍ତି ଉଛେଦ ପାଇଁ ଅଣ୍ଟା ଭିଡିଛି ଭୁବନେଶ୍ବର ମ୍ୟୁନିସିପାଲିଟି କର୍ପୋରେସନ । ଏପଟେ ଏହାକୁ ବିରୋଧ କରିବା ଲାଗି ଏକାଠି ହୋଇଛନ୍ତି ହଜାର ହଜାର ବସ୍ତି ବାସିନ୍ଦା । ବିଦ୍ୟୁତ ସରବରାହ କାଟିବା ବେଳେ ଉତ୍ତେଜନା ପ୍ରକାଶ ପାଇଛି । ବିଦ୍ୟୁତ କର୍ମଚାରୀଙ୍କୁ ପ୍ରତିବାଦ କରିବା ସହ ସିଡି ଭାଙ୍ଗି ଦେଇଛନ୍ତି ଉତ୍ତ୍ୟକ୍ତ ଲୋକେ । ଉଚ୍ଛେଦକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଶତାଧିକ ବସ୍ତି ବାସିନ୍ଦା ।

ତେବେ ସାଲିଆ ସାହି ଭିତର ଦେଇ ତିନୋଟି ପ୍ରଶସ୍ତ ରାସ୍ତା ମୁଖ୍ୟ ରାସ୍ତାକୁ ଯୋଡିବ । ଗୋଟିଏ ଦୁଇଶହ ଫୁଟ୍ ର ରାସ୍ତା ନୟାପଲ୍ଲୀ ରୋଡ୍ ରୁ ବାହାରି ନାଲକୋ ଛକରେ ବାହାରିବ । ଅନ୍ୟ ଦୁଇଟି ଶହେ ଫୁଟିଆ ରୋଡ୍ ମଧ୍ୟ ବସ୍ତି ଭିତରେ ଯିବା ଯୋଜନା ରହିଛି । ତେଣୁ ସାଲିଆ ସାହିରେ ଜବରଦଖଲ ଉଚ୍ଛେଦ ନେଇ ଦୁଇ ଦିନ ତଳେ ବିଏମସି ପକ୍ଷରୁ ମାଇକ ଯୋଗେ ଘୋଷଣା ବି କରାଯାଇଥିଲା ।

ଏପଟେ ସାଲିଆ ସାହି ବସ୍ତି ବାସିନ୍ଦା କହିଛନ୍ତି ମରିବୁ ପଛେ ଜାଗା ଛାଡ଼ିବୁ ନାହିଁ । ଉଚ୍ଛେଦ କଲେ ଗୋଟିଏ ପରିବାରକୁ ୬ଶହ ବର୍ଗଫୁଟ୍ ଜାଗା ଯେଗାଇଦେବାକୁ ଦାବି ରଖିଛନ୍ତି ବସ୍ତି ବାସିନ୍ଦା । ସମ୍ପୂର୍ଣ ସାଲିଆ ସାହି ଜଙ୍ଗଲ ଜମି ଉପରେ ଗଢି ଉଠିଛି । ତେଣୁ ବିଏମସି ଉଚ୍ଛେଦ କରିବା ନେଇ ଜିଦ୍ ରେ ଅଟଳ ରହିଛି । 

   Related Posts