Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଘୂର୍ଣ୍ଣିବାତ୍ୟା ‘ନିସର୍ଗ’ ଲ୍ୟାଣ୍ଡଫଲ: ଲୋକଙ୍କୁ କ’ଣ କରିବା ଓ ନ କରିବା ଉଚିତ ସତର୍କ କଲେ ବିଏମସି

3/06/2020 at 1:56 PM

ମୁମ୍ବାଇ ୩।୬: ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବାତ୍ୟା ‘ନିସର୍ଗ’ର ଲ୍ୟାଣ୍ଡ ଫଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଅପରାହ୍ନ ୪ଟା ସୁଧା ସାମୁଦ୍ରିକ ବାତ୍ୟା ଭୂ-ଭାଗକୁ ପ୍ରବେଶ କରିବ। ଏଣୁ ଉପକୂଳରେ ପବନର ବେଗ ବଢିବାରେ ଲାଗିଛି। ବାତ୍ୟା ଭୂ-ଭାଗକୁ ପ୍ରବେଶ କରିବା ବେଳକୁ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ବେଗ ଧରିବ। ଏଣୁ ଉପୁଜିବାକୁ ଥିବା ପରିସ୍ଥିତିରେ ଲୋକଙ୍କୁ କଣ କରିବା ଓ ନ କରିବା ଉଚିତ ସେ ନେଇ ବୃହନ୍ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ(ବିଏମସି) ସତର୍କତା ଜାରି କରିଛନ୍ତି।

ବାତ୍ୟା ମହାରାଷ୍ଟ୍ରର ହରିହରେଶ୍ୱର ଓ ଡାମନ ମଧ୍ୟବର୍ତ୍ତି ଆଲିବାଗଠାରୁ ୪୦ କିଲୋମିଟର ଓ ମୁମ୍ବାଇ ଠାରୁ ୯୫ କିଲୋମିଟର ଦୂରରେ ଭୂ-ଭାଗକୁ ପ୍ରବେଶ କରିଛି। ଏହି ପ୍ରକ୍ରିୟା ପ୍ରାୟ ୬ ଘଣ୍ଟା ଧରି ଚାଲିବ। ଭୂଭାଗକୁ ପ୍ରବେଶ କରିବା ପରେ ଝଡବାତ୍ୟାର ପ୍ରଭାବ କ୍ରମଶଃ ବଢିବାରେ ଲାଗିବ । ଆଗାମୀ ୨ରୁ ୩ଘଣ୍ଟାରେ ଝଡ ବାତ୍ୟ ଠାଣେ ଓ ମୁମ୍ବାଇ ଦେଇ ପ୍ରବାହିତ ହେବ। ଏହି ସମୟରେ ଘଣ୍ଟା ପ୍ରତି ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବହିବ। ଏଣୁ ଲୋକଙ୍କୁ ଦୁର୍ବଳ ଓ ପୂରୁଣା କୋଠ ନିକଟରୁ ଦୂରେଇ ରହିବାକୁ ବିଏମସି ସତର୍କ କରାଇ ଦେଇଛନ୍ତି।  

ସେହିପରି ଘରେ ଆବଶ୍ୟକତା ନଥିଲେ ବିଦ୍ୟୁତ ସ୍ୱିଚ୍ ଓ ଗ୍ୟାସ୍‌ ଆଦି ବନ୍ଦ କରିିଦିନ୍ତୁ। ସାଙ୍ଗରେ ଚାର୍ଜ ଟର୍ଚ, ରେଡିଓ, ମୋବାଇଲ ପାୱାର ବ୍ୟାଙ୍କ ଆଦି ରଖନ୍ତୁ। ଯଦି ଆପଣଙ୍କର କାର ଅଛି ତେବେ ଚକକୁ ଖୁଣ୍ଟି ପୋତି ବାନ୍ଧି ଦିଅନ୍ତୁ। ଯେପରି ପବନରେ ଗଡି ନଯାଏ କି ଓଲଟି ନପଡେ। ଝଡବାତ୍ୟା ସମୟରେ ନିତ୍ୟାନ୍ତ ଆବଶ୍ୟକତା ନଥିଲେ ଘରୁ ପଦାକୁ ବାହାରନ୍ତୁ ବହ ନାହିଁ କି ଗାଡି ଚାଳନା କରନ୍ତୁ ନାହିଁ। ଘରେ ବୟସ୍କ ଓ ଶିଶୁଥିଲେ ସେମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖନ୍ତୁ।

   Related Posts