Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୮୭୧ ମୃତ
  • ||
  • ବଜେଟ ପୂର୍ବରୁ ହେବନି ହାଲୁଆ ଉତ୍ସବ, ଏଥର ମୋବାଇଲ ଆପ୍ଲିକେସନରେ ମିଳିବ ସବୁ ତଥ୍ୟ
  • ||
  • ନୟାଗଡ : ଧାନବସ୍ତା ଚୋରି ପଡିଲା ମହଙ୍ଗା, ୨ ଯୁବକଙ୍କୁ ଗାଁ ଦାଣ୍ଡରେ ବାନ୍ଧିଦେଲେ ଲୋକେ
  • ||
  • ଭଦ୍ରକ : ଭିନ୍ନକ୍ଷମ ସାର୍ଟିଫିକେଟ୍‌ର ପୁନଃ ଯାଞ୍ଚ ପାଇଁ ଦାବି କଲା ଓଡିଶା ଭିନ୍ନକ୍ଷମ ମଞ୍ଚ
  • ||
  • ଘଟଗାଁ : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୮୪୨ କୋଭିଡ୍ ପଜିଟିଭ୍, ୧୨୪୧୦୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଭୁବନେଶ୍ବର ଓ ବ୍ରହ୍ମପୁର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ, କଟକ ପଦବୀ ଅଣସଂରକ୍ଷିତ
  • ||
  • ମୋରଡା : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ସ୍କର୍ପିଓ, ୪ ଗୁରୁତର ମେଡିକାଲରେ ଭର୍ତ୍ତି
  • ||
  • ଲମତାପୁଟ : ପୁଣି ଅପରେସନ୍ ଗ୍ରୀନ୍ କ୍ଲିନ୍ ଆରମ୍ଭ : ମାଓ ପ୍ରଭାବିତ ଅଞ୍ଚଳରେ ୮ଏକର ଗଞ୍ଜେଇ ଚାଷ ନଷ୍ଟ
  • ||

କେତେବେଳେ ବି ହ୍ୟାକ୍ ହୋଇପାରେ ଆପଣଙ୍କ ବ୍ଲୁଟୁଥ୍ ଡିଭାଇସ୍ : ଲିକ୍ ହୋଇପାରେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ

16/11/2019 at 4:24 PM

ନୂଆଦିଲ୍ଲୀ ୧୬/୧୧: ସ୍ମାର୍ଟଫୋନଠୁ ଆରମ୍ଭ କରି ସ୍ମାର୍ଟ ସ୍ପିକର ଏବଂ ସ୍ମାର୍ଟଓ୍ବାଚ୍ ପର୍ଯ୍ୟନ୍ତ ଆପଣଙ୍କୁ ବ୍ଲୁଟୁଥର ସପୋର୍ଟ ମିଳିଯିବ। ଏପରି ଅନେକ ଡିଭାଇସ୍ ରହିଛି ଯାହା ବ୍ଲୁଟୁଥ୍ ସପୋର୍ଟ ସହ କାମ କରୁଛି କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବ୍ଲୁଟୁଥ ଜରିଆରେ କଥାବାର୍ତ୍ତା କରିବା ଏବଂ ଡାଟା ସେୟାର କରିବା କୌଣସି ବିପଦଠୁ କମ୍ ନୁହେଁ। ବ୍ଲୁଟୁଥ୍ ଡିଭାଇସ୍ ହ୍ୟାକରଙ୍କ ଟାର୍ଗେଟରେ ରହିଛି ଏବଂ ଏହା ଜରିଆରେ ଆପଣଙ୍କ ବ୍ୟକ୍ତିଗତ ସୂଚନା ଚୋରି ହୋଇପାରେ।

ନିକଟରେ ଲଣ୍ଡନରେ ହୋଇଥିବା କମ୍ପ୍ୟୁଟର ଆଣ୍ଡ କମ୍ୟୁନିକସେନ ସିକ୍ୟୁରିଟିର କନଫରେନ୍ସରେ ଏକ ରିପୋର୍ଟ ଜାରି କରାଯାଇଛି। ଏଥିରେ ଦାବି କରାଯାଇଛି ଯେ ବ୍ଲୁଟୁଥ ଡିଭାଇସ ହ୍ୟାକ୍ ହେବାର ଆଶଙ୍କା ରହିଛି। ରିପୋର୍ଟ ମୁତାବକ ଲୋ ଏନର୍ଜି ବ୍ଲୁଟୁଥ ଡିଭାଇସ୍ ଡିଭାଇସରେ ହ୍ୟାକିଙ୍ଗର ଆଶଙ୍କା ଅଧିକ ରହିଛି। ଏହି କନଫରେନ୍ସ ନଭେମ୍ବର ୧୧ରୁ ୧୫ତାରିଖ ମଧ୍ୟରେ ଆୟୋଜନ କରାଯାଇଥିଲା।

ରିପୋର୍ଟରେ କୁହାଯାଇଛି ଯେ ବ୍ଲୁଟୁଥ ଡିଭାଇସକୁ ଯେତେବେଳେ ଅନ୍ୟ ବ୍ଲୁଟୁଥ ଡିଭାଇସ୍ ସହ ପେୟାର କରାଯାଇଥାଏ ସେହି ସମୟରେ ହ୍ୟାକିଙ୍ଗର ସବୁଠୁ ଅଧିକ ବିପଦ ଆଶଙ୍କା ରହିଥାଏ। ଅଧ୍ୟୟନ ମୁତାବକ ଫିଟନେସ୍ ଟ୍ରେକର,ସ୍ମାର୍ଟ ସ୍ପିକର,ସ୍ମାର୍ଟଓ୍ବାଚ୍ ହ୍ୟାକିଙ୍ଗ ପାଇଁ ଅତ୍ୟନ୍ତ ସହଜ ମାଧ୍ୟମ ଅଟେ।

ଯେତେବେଳେ ଆପଣ ନିଜ ଡିଭାଇସକୁ ଅନ୍ୟ କୌଣସି ବ୍ଲୁଟୁଥ ଡିଭାଇସ୍ କିମ୍ବା ଆପ୍ ସହ କନେକ୍ଟ କରିଥାଆନ୍ତି ସେତେବେଳେ ଦୁଇଟି ମଧ୍ୟରେ ଯେଉଁ କମ୍ୟୁନିକସେନ ହୋଇଥାଏ ଏହାକୁ ୟୁୟୁଆଇଡି ଅର୍ଥାତ୍ ୟୁନିଭର୍ସାଲି ୟୁନିକ୍ ଆଇଡେଣ୍ଟିଫାୟର କୁହାଯାଏ। ଏହି ଆଇଡେଣ୍ଟିଫାୟର ଆପଣଙ୍କ ଫୋନରେ ଥିବା ଆପକୁ ବ୍ଲୁଟୁଥ୍ ଡିଭାଇସକୁ କନେକ୍ଟ କରିଥାଏ,କିନ୍ତୁ ଏହି ଆଇଡେଣ୍ଟିଫାୟର ଆପଣଙ୍କ ଫୋନକୁ ହ୍ୟାକ୍ ମଧ୍ୟ କରିଥାଏ।



   Related Posts