Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଉଛି ବ୍ଲୁ ରାଇସ୍: କ’ଣ ଏହାର ନୀଳ ରଙ୍ଗର ରହସ୍ୟ ?

31/01/2021 at 5:34 PM

ଭୁବନେଶ୍ୱର ୩୧/୦୧ : ଖେଚେଡ଼ି, ପୁଲାଉ, ବିରିୟାନୀ ପାଇଁ ଆମ ଦେଶର ଏକ ବିଶେଷ ପରିଚୟ ରହିଛି। ବର୍ତ୍ତମାନ ଦେଶରେ ବ୍ଲୁ ରାଇସ ବହୁତ ପସନ୍ଦ କରାଯାଉଛି। ଦେଶରେ ବିଭିନ୍ନ ସ୍ଥାନରେ ଭିନ୍ନ ପ୍ରକାରେ ଲୋକେ ଭାତ ଖାଇଥାନ୍ତି। ଯେପରିକି ପଶ୍ଚିମବଙ୍ଗରେ ମାଛ ଭାତ ପ୍ରସିଦ୍ଧ। ଦକ୍ଷିଣ ଭାରତରେ ଭାତ, ସମ୍ବର, ଚାରୁର ଚଳନ ରହିଛି। ଚାଉଳ ଖିରି ବି ଲୋକେ ବହୁତ ପସନ୍ଦ କରନ୍ତି। ଦେଶର ବିଭିନ୍ନ ଭାଗରେ ବ୍ରାଉନ ରାଇସ ମଧ୍ୟ ବହୁତ ଲୋକପ୍ରିୟ।

କିଛି ଦିନ ହେଲା ସୋସିଆଲ ମିଡ଼ିଆରେ ବ୍ଲୁ ରାଇସ ରେସିପି ଖୁବ ଭାଇରାଲ ହେଉଛି। ତେବେ ଏହି ବ୍ଲୁ ରାଇସ କଣ ? ଏହା ଚାଉଳର କୌଣସି କିସମ ନୁହେଁ ବରଂ ଏକ ଡିସ। ଏହା ମାଲେସିୟା ଓ ଥାଇଲ୍ୟାଣ୍ଡରେ ବହୁତ ପ୍ରଚଳିତ। ଏସୀୟ ଦେଶରେ ଏହି ଡିସକୁ ନାସି କେରାବୁ କୁହାଯାଏ। ଏହି ନାସି କେରାବୁ ଭାରତରେ ବ୍ଲୁ ରାଇସ ଭାବେ ପରିଚିତ।

ଏହା ଏକ ମାଲେସିୟା ଡିସ। ନୀଳ ଭାତ ସହ ମାଛ, ଫ୍ରାଏଡ୍ ଚିକେନ୍, ଆଚାର ଓ ସାଲାଡ୍ ସହ ଖିଆଯାଇଥାଏ। କିଛି ସ୍ଥାନରେ ଏହି ଡିସ ପାଇଁ ଚାଉଳକୁ ହଳଦୀ ପକାଇ ରନ୍ଧା ଯାଇଥାଏ। ବ୍ଲୁ ରାଇସରେ ଭାତର ରଙ୍ଗ ନୀଳ ହେବାର କାରଣ ପ୍ରାକୃତିକ। ବ୍ଲୁ ରାଇସରେ ଚାଉଳକୁ ଅପରାଜିତା ଫୁଲ ପକାଇ ରନ୍ଧା ଯାଇଥାଏ। ଯାହାଫଳରେ ଫୁଲର ରଙ୍ଗ ଭାତରେ ମିଶି ଯାଇଥାଏ। ମୁମ୍ବାଇ ସମେତ କିଛି ମହାନଗରରେ ରେସ୍ତୋରାଁ ମେନ୍ୟୁରେ ବ୍ଲୁ ରାଇସ ସାମିଲ ଅଛି।

ଯେଉଁଭଳି ଅନେକ ବିଦେଶୀ ବ୍ୟଞ୍ଜନକୁ ଭାରତୀୟକରଣ କରାଯାଇଛି ସେହିଭଳି ବ୍ଲୁ ରାଇସକୁ ବି ଦେଶର ବ୍ୟଞ୍ଜନ ହିସାବରେ ପ୍ରୟୋଗ କରିବା ଆରମ୍ଭ ହେଇଛି। ଟାଇମ୍ସ ଅଫ ଇଣ୍ଡିଆ ଖବର ଅନୁଯାୟୀ ସେଫ ତରୁଣ ସିବ୍ବଲ ନିଜ ରେସ୍ତୋରାଁରେ ବ୍ଲୁ ରାଇସ ସହ ୟେଲୋ ଟୋଫୁ ସର୍ଭ କରୁଛନ୍ତି। ଆଉ କିଛି ସ୍ଥାନରେ ଭିନ୍ନ ଭିନ୍ନ କରି ସହ ବ୍ଲୁ ରାଇସ ସର୍ଭ କରାଯାଉଛି।

ବ୍ଲୁ ରାଇସ୍ ପାଇଁ ଜସ୍ମିନ ରାଇସ୍ ଉପଯୁକ୍ତ। ଏହା ଥାଇଲ୍ୟାଣ୍ଡର ଚାଉଳ। ଏହା ବହୁତ ଲମ୍ବା। ଏହାକୁ ସାଧା ଭାତ ଭଳି ରନ୍ଧା ଯାଇଥାଏ ଏହାପରେ ଏଥିରେ ଅପରାଜିତା ଫୁଲ ମିଶାଯାଇଥାଏ। ଭଲ ରଙ୍ଗ ପାଇଁ ଅନେକ ଫୁଲ ପକାଯାଇଥାଏ। ସେଫ୍ କହିଛନ୍ତି ଏସିଆନ୍ କରି ସହ ବ୍ଲୁ ରାଇସର ଅଧିକ ସ୍ୱାଦିଷ୍ଟ ଲାଗିଥାଏ।

ବ୍ଲୁ ରାଇସରେ ଭରପୁର ମାତ୍ରାରେ ଆଣ୍ଟିଅକ୍ସିଡେଣ୍ଟ ରହିଛି। ଏହା କ୍ୟାନ୍ସରରୁ ରକ୍ଷା କରିବା ସହ ଜ୍ବଳନରୁ ମୁକ୍ତି ଦେବାରେ ମଧ୍ୟ ସାହାଯ୍ୟ କରିଥାଏ। ଏହା ତ୍ୱଚା ପାଇଁ ମଧ୍ୟ ବହୁତ ଉପାଦେୟ।

   Related Posts