ହଟିବେ ନାହିଁ ପିସିସି ସଭାପତି – ହେଲେ ପଛଘୁଞ୍ଚା ଦେଉ ନାହାନ୍ତି ଅସନ୍ତୁଷ୍ଟ ଗୋଷ୍ଠୀ , ଏବେ ଏମିତି ହୋଇଛି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି

Published By : Prameya-News7 Bureau | November 16, 2019 IST

ଭୁବନେଶ୍ୱର ୧୬।୧୧ - ପିସିସି ସଭାପତି ହଟିବେ ନାହିଁ । ପ୍ରଭାରୀ  ଜିତେନ୍ଦ୍ର ସିଂ ଏହା କହିବା ପରେ ବି ଅସନ୍ତୁଷ୍ଟ ଗୋଷ୍ଠୀ ପଛଘୁଞ୍ଚା ଦେଇ ନାହାନ୍ତି । ବରଂ ରଣନୀତି ଭିତ୍ତିରେ ପିସିସିର ନବକଳେବର ଦାବିକୁ ଜୋରଦାର କରିବାରେ ଲାଗିଛନ୍ତି । ଏହି ଅସନ୍ତୋଷକୁ ସୋନିଆଙ୍କ ନିକଟରେ ପହଞ୍ଚାଇବାକୁ ୧୮ରୁ ଆରମ୍ଭ ହେବ ଦିଲ୍ଲୀ ଚଲୋ ଅଭିଯାନ।

{"id":185186,"sizeSlug":"large"}

ଦିଲ୍ଲୀରେ ନିରଞ୍ଜନ, ଆଉ ଭୁବନେଶ୍ବରରେ ନିରଞ୍ଜନଙ୍କୁ ହଟାଇବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ । କଂଗ୍ରେସର ଅସନ୍ତୁଷ୍ଟ ଗୋଷ୍ଠୀ ପିସିସିର ନବକଳେବର ଦାବିରେ ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କୁ ଭେଟିବେ । ତେବେ ଏହି ନିରଞ୍ଜନ ହଟାଓ ଗ୍ରୁପ୍ ଭିନ୍ନ ଭିନ୍ନ ଗ୍ରୁପରେ ବିଭକ୍ତ ହୋଇ ୧୦ ଜନପଥ ଯିବେ ବୋଲି ଜଣାପଡ଼ିଛି । ଅର୍ଥାତ୍ ଅସନ୍ତୋଷ ବେଶ୍ ତୀବ୍ର ଅଛି, ତାହା ବାରମ୍ବାର ସୋନିଆଙ୍କ କାନରେ ପକାଯିବ । ଯାହା ସୂଚନା ମିଳିଛି, ୧୮ ତାରିଖ ଅପରାହ୍ନରେ ଦିଲ୍ଲୀ ଯିବେ ସଂଧ୍ୟା ମହାପାତ୍ର, ସନତ୍ ଦାସ, ବିଶ୍ବଜିତ ଦାସ, ଅଶୋକ ସାମଲ, ନିକୁଞ୍ଜ ପଶାୟତ ପ୍ରମୁଖ ।

{"id":185188,"sizeSlug":"large"}

  ଏହାର ୨ ଦିନ ପରେ ଆଉ ଏକ ଟିମ୍ ଯିବ ପୂର୍ବତନ ମନ୍ତ୍ରୀ ମତଲୁବ ଅଲ୍ଲୀଙ୍କ ନେତୃତ୍ବରେ । ଏହି ଟିମରେ ଅସନ୍ତୁଷ୍ଟ ଥିବା ପୂର୍ବତନ ବିଧାୟକ ଓ ସାଂସଦମାନେ ସାମିଲ ହେବେ । ଏହା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ କାହ୍ନୁ ଲେଙ୍କା ଦିଲ୍ଲୀ ଯାଇ ନିରଞ୍ଜନ ହଟାଓ ଅଭିଯାନକୁ ବଳ ଦେବେ । ନିରଞ୍ଜନଙ୍କ ଲାଗି ଓଡ଼ିଶାରେ କଂଗ୍ରେସ କେମିତି ନିଷ୍କ୍ରିୟ ହୋଇଛି ତାହାର ଗୋଟିଏ ପରେ ଗୋଟିଏ ତଥ୍ୟ ରଖାଯିବ ।

{"id":185189,"sizeSlug":"large"}

ମ୍ୟୁନିସିପାଲିଟି ନିର୍ବାଚନ ପୂର୍ବରୁ ପିସିସିର ନବକଳେବର ଲାଗି ସୋନିଆଙ୍କୁ ଅନୁରୋଧ କରାଯିବ । ଏଥର ଜଣେ ଯୁବ ନେତାଙ୍କୁ ଦାୟିତ୍ବ ଦେବାକୁ ଦାବି କରିବ ଏହି ଟିମ୍ । ଲବି ନିଶ୍ଚିତ ରୂପେ ବିଧାୟକ ମହମ୍ମଦ ମୋକିମ୍ଙ୍କ ପାଇଁ ରହିବ ବୋଲି କଂଗ୍ରେସ ରାଜନୀତିରେ ଚର୍ଚ୍ଚା ।…

{"id":185190,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.