ଝାରସୁଗୁଡା: ଲୋକଙ୍କ ନିକଟରେ ସରକାରୀ ଯୋଜନା ପହଞ୍ଚାଇବାକୁ ଚାଲିଛି ବ୍ଲୁପ୍ରିଣ୍ଟ
24/01/2021 at 10:52 PM

ବ୍ରଜରାଜନଗର୨୪/୧: ସରକାରଙ୍କ ଯୋଜନା ଲୋକଙ୍କୁ ପହଞ୍ଚାଇବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କଲା ବିଜେଡି। ଏଥିସହ ଦଳକୁ ମଜବୁତ କରିବାକୁ ଆଜି ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ଲଖନପୁର ବ୍ଲକ ସ୍ତରୀୟ ସଦସ୍ୟ କର୍ମୀ ସମ୍ମିଳନୀ କାର୍ଯ୍ୟକ୍ରମ ଅବସରରେ ବ୍ରଜରାଜନଗର ବିଧାୟକ ତଥା ଝାରସୁଗୁଡ଼ା ଜିଲ୍ଲା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ କିଶୋର ମହାନ୍ତି , ରାଜ୍ୟ ବିଜୁ ଯୁବ ଜନତାର କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ବୈକୁଣ୍ଠ ନାଏକ, ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସୌଭାଗ୍ୟ ନାୟକ, ଝାରସୁଗୁଡ଼ା ବିଜୁ ଜନତା ଦଳର ଉପସଭାପତି ଶ୍ରୀଯୁକ୍ତ ବିଶ୍ୱନାଥ ନାୟକ, ଶ୍ରୀଯୁକ୍ତ ସଂଜିତ ପଧାନ , କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ ତ୍ରିନାଥ ଗୁଆଲ ଓ ସ୍ଥାନୀୟ ନେତୃବୃନ୍ଦ ଗଣ ଯୋଗ ଦେଇଥିଲେ l ଏହି ସମ୍ମିଳନୀରେ ଦଳକୁ କିପରି ମଜବୁତ କରାଯିବ ତାହା ସହିତ ପ୍ରତ୍ୟେକ ପଞ୍ଚାୟତ ଉନ୍ନତି ମୂଳକ କାର୍ଯ୍ୟ କରାଯିବ ଏବଂ ହେଉ ଉନ୍ନତି ମୂଳକ କାର୍ଯ୍ୟ ଚାଲିଛି ତାହା ଶୀଘ୍ର କରିବା ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଛି l