ଗୋଲାପରେ ଲାଖି ରହିଛି ଦୁର୍ଲଭ ନୀଳ ରଙ୍ଗର ସାପ, ଭିଡିଓ ଭାଇରାଲ୍

Published By : Prameya-News7 Bureau | September 20, 2020 IST

ନୂଆଦିଲ୍ଲୀ ୨୦/୦୯ : ସୋସିଆଲ ମିଡ଼ିଆରେ ଏକ ଦୁର୍ଲଭ ନୀଳ ରଙ୍ଗ ସାପର ଫଟୋ ଭାଇରାଲ ହେଉଛି । ସାପଟି ଏକ ନାଲି ଗୋଲାପ ଉପରେ ଗୁଡେଇ ହୋଇ ରହିଛି । ସାପଟି ଗୋଲାପ ଫୁଲରେ ଲାଖି ରହିଛି । ଇଣ୍ଡିଆନ ଫରେଷ୍ଟ ଅଫିସର ସୁଶାନ୍ତ ନନ୍ଦା ନିଜ ଟ୍ୱିଟର ଆକାଉଣ୍ଟରେ ଏହି ଭିଡିଓ ସେୟାର କରିଛନ୍ତି । କ୍ୟାପସନରେ ସେ ଲେଖିଛନ୍ତି, 'ବହୁତ ସୁନ୍ଦର କିନ୍ତୁ ଏହା ସେହିଭଳି ପ୍ରାଣୀ ନୁହେଁ ଯାହା ସହ ଆପଣ ଖେଳି ପାରିବେ ।'

wp:core-embed/twitter {"url":"https://twitter.com/susantananda3/status/1306939675421024257","type":"rich","providerNameSlug":"twitter","className":""}
https://twitter.com/susantananda3/status/1306939675421024257
/wp:core-embed/twitter

ଭିଡିଓରେ ଦେଖିବାକୁ ମିଳିଛି ସାପଟି ଗୋଲାପରେ ପୁରା ଲାଖି ରହିଛି । ଫୁଲକୁ ବୁଲେଇଲା ପରେ ମଧ୍ୟ ସାପ ଏପଟସେପଟ ହେଉନାହିଁ । କିଛି ସୋସିଆଲ ମିଡ଼ିଆ ୟୁଜର୍ସ ଏହାକୁ ସୁନ୍ଦର ଓ ଆକର୍ଷଣୀୟ କହିଥିବା ବେଳେ ଆଉ କିଛି ଏହାକୁ ଭୟଙ୍କର ବୋଲି କହିଛନ୍ତି । ଆଉ କିଛି ଲୋକ ଏବେ ବି ବିଶ୍ୱାସ କରିପାରୁନାହାନ୍ତି ଯେ ବାସ୍ତବରେ ଏହା ଏକ ସାପ । ଏହି ଭିଡିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରଲ ହେଇଚି । ଏହାକୁ ନେଇ ଲୋକେ ନାନା ପ୍ରତିକ୍ରିୟା ରଖୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.