ବସ୍‌ଷ୍ଟପ୍‌ରେ ଅଚାନକ ଚାଲିଲା ଅଶ୍ଳୀଳ ଫିଲ୍ମ, ଏହାକୁ ଭାଇରାଲ କରିଦେଲେ ଯାତ୍ରୀ

Published By : Prameya-News7 Bureau | November 22, 2019 IST

ଭୋପାଳ୨୨/୧୧: ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ବସ୍‌ଷ୍ଟପ୍‌ରେ ଲାଗିଥିବା ଫେୟାର କଲେକ୍ସନ ମେସିନ୍‌ରେ ଅଶ୍ଳୀଳ ଫିଲ୍ମ ଚାଲିବାବାରୁ ଉପସ୍ଥିତ ଯାତ୍ରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଉପସ୍ଥିତ ଜଣେ ଯାତ୍ରୀ ଏହି ଭିଡିଓ ରେକର୍ଡିଂ କରି ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ ଅନ୍ୟ ଯାତ୍ରୀଙ୍କୁ ଦ୍ବାରା ରେକର୍ଡିଂ ହୋଇଥିବା ଭିଡିଓ ଏବେ ଭାଇରାଲ ହେଉଛି। ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ହୋଶାଙ୍ଗାବାଦ ରୋଡ଼ସ୍ଥିତ ବସ୍‌ଷ୍ଟପ୍‌ରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି।

{"id":188301,"sizeSlug":"large"}

ସୋସିଆଲ ମିଡିଆରେ ବସ୍‌ଷ୍ଟପ୍‌ର ଚାଲିଥିବା ଅଶ୍ଳୀଳ ଭିଡିଓ ଭାଇରାଲ ହେବା ଘଟଣାରେ ଭୋପାଲ ଲିଙ୍କ୍‌ ଲିମିଟେଡ୍‌ ବିରୋଧରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି। ଯେଉଁ ବସ୍‌ଷ୍ଟପ୍‌ ନିକଟରେ ବ୍ଲୁ ଫିଲ୍ମ ଚାଲିଥିଲା ଆଖପାଖ ଅଞ୍ଚଳରେ ବହୁ କଲେଜ ଛାତ୍ରଛାତ୍ରୀ ମଧ୍ୟ ଉପସ୍ଥିତ ଥିଲେ।

{"id":188302,"sizeSlug":"large"}

ଏହି ଘଟଣାରେ ଭୋପାଲର ମେୟର ଆଲୋକ ଶର୍ମାଙ୍କ କହିଛନ୍ତି ଯେ ଏହା ଏକ ସାଙ୍ଘାତିକ ମାମଲା। ତେଣୁ ନିଗମ ଅଧିକାରୀଙ୍କ ସହ ଅଲୋଚନା କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.