ଆମେରିକା ରାଷ୍ଟ୍ରପତି ନିର୍ବାଚନ ରଣାଙ୍ଗନରୁ ଓହରିଲେ Bloomberg

Published By : Prameya-News7 Bureau | March 05, 2020 IST

ୱାଂସିଟନ: ନିର୍ବାଚନ ପ୍ରଚାର ଲାଗି ଗତ ୩ ମାସରେ ୩ ହଜାର କୋଟି ଟଙ୍କା ଖର୍ଚ୍ଚ କରିବା ପରେ ନ୍ୟୁୟର୍କର ପୂର୍ବତନ ମେୟର ତଥା ଧନକୁବେର ମାଇକେଲ ବ୍ଲମବର୍ଗ ରାଷ୍ଟ୍ରପତି ନିର୍ବାଚନରୁ ଓହରି ଯାଇଥିବାର ଘୋଷଣା କରିଛନ୍ତି। ତେବେ ପର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ପ୍ରତ୍ୟାସୀଙ୍କ ସୂଚୀର ଆଗରେ ଚାଲୁଥିବା ଜୋ ବିଡେନଙ୍କୁ ସମର୍ଥନ କରିବେ ବୋଲି ଘୋଷଣା କରିଛନ୍ତି। ବ୍ଲୁମବର୍ଗଙ୍କ ଏହି ଘୋଷଣା ପରେ ଏବେ ଡେମୋକ୍ରାଟିକ ପାର୍ଟିରେ ବିଚାରଗତ ବିଭେଦ ଦେଖାଦେଇଛି।

{"id":233110,"sizeSlug":"large"}

ବ୍ଲୁମବର୍ଗ ଗତ ନଭେମ୍ବରରେ ତାଙ୍କ ଲାଗି ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟାର୍ଗେଟ୍ କରି ସେ ମୈଦାନକୁ ଓହ୍ଲାଇଥିଲେ। ପ୍ରଚାର ଲାଗି ସେ ନିଜ ପକେଟରୁ ୪୦୦ ମିଲିୟନ ଡଲାର ବ୍ୟୟ କରିବା ପରେ ବି ତାଙ୍କ ପ୍ରତି ସମର୍ଥନ ନଥିବା ଜାଣିବା ପରେ ନିର୍ବାଚନରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ନିର୍ବାଚନରେ ଟ୍ରମ୍ପଙ୍କ ମୁକାବିଲା କରୁଥିବା ପ୍ରାର୍ଥୀଙ୍କ ପକ୍ଷ ମଜଭୁତ କରିବା ଏବେ ତାଙ୍କର ମୂଳ ଉଦ୍ଦେଶ୍ୟ ବୋଲି କହିଛନ୍ତି। ସେହିପରି ସେ ଦେଶ ସମ୍ପର୍କିକ ପ୍ରସଙ୍ଗ ଓ ଲୋକଙ୍କ ହୀତ ଲାଗି କାମ କରିବେ ବୋଲି କହିଛନ୍ତି।

{"id":233111,"sizeSlug":"large"}

୭୭ ବର୍ଷ ବୟସ୍କ ବ୍ଲୁମବର୍ଗ ନଭେମ୍ବରରୁ ଟିଭି, ରେଡିଓ ଏବଂ ଡିଜିଟାଲ ମିଡିଆରେ ତାଙ୍କର ପ୍ରଚାର ଚଳାଇଥିଲେ। କେବଳ ପ୍ରଚାର କାର୍ଯ୍ୟକ୍ରମ ଲାଗି ୪୦୦ ମିଲିୟନ ଡଲାରରୁ ବି ଅଧିକ ଖର୍ଚ୍ଚ କରିଦେଇଛନ୍ତି। ହେଲେ ଏଥିରୁ ସେ ଯେପରି ସଫଳତାର ଆଶା କରୁଥିଲେ ସେପରି କିଛି ହୋଇନଥିଲା।  ତେବେ ବ୍ଲୁମ ବର୍ଗଙ୍କ ପରେ  ମୈଦାନରେ ବିଡେନ, ସିନେଟର ବେର୍ଣ୍ଣେଇ ସାଣ୍ଡର୍ସ ଓ ସିନେଟର ଏଲିଜାବେଥ ୱାରେନ ଆଦି ଅଛନ୍ତି। ବ୍ଲୁମବର୍ଗଙ୍କର ଆମେରିକାରେ ନ୍ୟୁଜ୍ ଓ ଫାଇନାନସିଆଲ ଇନଫର୍ମେସନର ବିଶାଳ ବ୍ୟବସାୟ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.