ମୁକେଶ ଅମ୍ବାନୀଙ୍କ ମୋଟ ସମ୍ପତ୍ତି ୩୧ହଜାର ୫୯୫ କୋଟି ଟଙ୍କାକୁ ବୃଦ୍ଧି, ବିଶ୍ୱର ଧନିକଙ୍କ ସୂଚୀରେ ଉଠିଲେ ଆଉ ୩ ପାହାଚ ଉପରକୁ

Published By : Prameya-News7 Bureau | August 14, 2019 IST

ଭାରତୀୟ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ମୋଟ ସମ୍ପତ୍ତିର ପରିମାଣ (ନେଟୱର୍ଥ) ୪.୪୫ ବିଲିୟନ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ୩୧ହଜାର ୫୯୫ କୋଟି ଟଙ୍କାରେ ପହଞ୍ଚିଛି। ବିଶ୍ୱର ଧନିକଙ୍କ ନେଟୱର୍ଥ ଅପଡେଟ କରୁଥିବା ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସରୁ ଏହି ସୂଚନା ମିଳିଛି। ବ୍ଲୁମବର୍ଗ ପ୍ରତିଦିନ ବିଶ୍ୱର ୫ଶହ ଧନିକଙ୍କ ନେଟୱର୍ଥ ଅପଡେଟ କରିଥାଏ। ଏଥିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ସେୟାର ମୂଲ୍ୟ ବୃଦ୍ଧି ଯୋଗୁ କମ୍ପାନୀର ଅଧ୍ୟକ୍ଷ ତଥା ପ୍ରବନ୍ଧ ନିର୍ଦ୍ଦେଶକ ମୁକେଶ ଅମ୍ବାନୀଙ୍କୁ ଏହି ଲାଭ ମିଳିଛି।  ଫଳରେ ବିଶ୍ୱର ଧନିକଙ୍କ ସୂଚୀରେ ସେ ଆଉ ୩ ପାହାଚ ଉପରକୁ ଉଠିଛନ୍ତି।

{"id":144432}

ଗତ ସୋମବାର ମୁକେଶ ରିଲାଏନ୍ସର ଏଜିଏମକୁ ସମ୍ବୋଧିତ କରିଥିଲେ। ଯାହାର ପ୍ରଭାବ ମଙ୍ଗଳବାର ବଜାରରେ ଦେଖା ଦେଇଥିଲା। ଫଳରେ କମ୍ପାନୀର ସେୟାର ମୂଲ୍ୟ ବୃଦ୍ଧି ସାଙ୍ଗକୁ ନେଟୱର୍ଥ ମଧ୍ୟ ବଢିଛି। ଗତ ସୋମବାର ପର୍ଯ୍ୟନ୍ତ ମୁକେଶ ଅମ୍ବାନୀ ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସର ଅଷ୍ଟାଦଶ ସ୍ଥାନରେ ଥିଲେ। ତେବେ କମ୍ପାନୀର ଏହି ଅଭିବୃଦ୍ଧି ସହ ତାଙ୍କ ସ୍ଥାନ ଏବେ ସୂଚୀର ପଞ୍ଚଦଶ ସ୍ଥାନରେ ପହଞ୍ଚିଛି। ଏହି ସୂଚୀର ପ୍ରଥମ ଶହେ ଜଣଙ୍କ ମଧ୍ୟରେ ମୁକେଶ ଅମ୍ବାନୀଙ୍କ ସହ ମାତ୍ର ୪ ଜଣ ଭାରତୀୟ ଅଛନ୍ତି। ଅମ୍ବାନୀ ପଞ୍ଚଦଶ ସ୍ଥାନରେ ପହଞ୍ଚିଥିବା ବେଳେ ୱିପ୍ରୋର ସଂସ୍ଥାପକ ଅଜିମ ପ୍ରେମଜୀ ୧.୪୨ଲକ୍ଷ କୋଟି ଟଙ୍କାର ନେଟୱର୍ଥ ସହ ସୂଚୀର ୪୯ତମ ସ୍ଥାନରେ ରହିଛନ୍ତି।

{"id":144433}

ଅଜିମ ପ୍ରେମଜୀଙ୍କ ପରେ ୧.୦୬ ଲକ୍ଷ କୋଟି ଟଙ୍କାର ନେଟୱର୍ଥ ସହ ଏଚସିଏଲର ଶିବ ନାଦର ପ୍ରଥମ ଶହେ ଜଣ ଧନିକଙ୍କ ମଧ୍ୟରେ ୮୧ତମ ସ୍ଥାନରେ ରହିଛନ୍ତି। ସେହିପରି ୯୫ ହଜାର ୧୪୦ କୋଟି ଟଙ୍କାର ନେଟୱର୍ଥ ସହ କୋଟାକ ମହିନ୍ଦ୍ରା ବ୍ୟାଙ୍କର ଉଦୟ କୋଟାକ୍ ୯୮ ତମ ସ୍ଥାନରେ ଅଛନ୍ତି। ତେବେ ଆମାଜନର ସଂସ୍ଥାପକ ତଥା ସିଇଓ ଜେଫ ବେଜୋସ୍ ବିଶ୍ୱର ୧ ନମ୍ବର ଧନିକ ସ୍ଥାନରେ ପହଞ୍ଚିଛନ୍ତି। ତାଙ୍କର ମୋଟ ନେଟୱର୍ଥ ୮.୦୯ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛିଯ ଯାହାକି ମୁକେଶ ଅମ୍ବାନୀଙ୍କ ନେଟୱର୍ଥର ୨ଗୁଣାରୁ ବି ଅଧିକ। ସେହିପରି ମାଇକ୍ରୋସଫ୍ଟର ସଂସ୍ଥାପକ ବିଲ ଗେଟସ ଏହି ସୂଚୀର ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି। ତାଙ୍କର ନେଟୱର୍ଥ ୭.୫୨ ଲକ୍ଷ କୋଟି ଟଙ୍କା ଥିବା ବ୍ଲୁମବର୍ଗରୁ ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.