ଝିମିଟି ଖେଳରୁ ମହାଭାରତ, ଚାଟ୍ ଦୋକାନରେ ଗ୍ରାହକଙ୍କୁ ବସାଇବା ନେଇ ରକ୍ତାକ୍ତ ସଂଘର୍ଷ, ଦେଖନ୍ତୁ ଭାଇରାଲ ଭିଡିଓ...

Published By : Prameya-News7 Bureau | February 22, 2021 IST

ବାଗପତ ୨୨।୦୨: ଝିମିଟି ଖେଳରୁ ମହାଭାରତ। ଉତ୍ତର ପ୍ରଦେଶର ବାଗପତ ଜିଲ୍ଲାର ବଡୋତ ଟାଉନରେ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ। ସଂଘର୍ଷର କାରଣ ଦୋକାନରେ ଗ୍ରାହକଙ୍କୁ ବସାଇବା ନେଇ। ବିବାଦ ପ୍ରଥମେ ଚାଟ୍‌ ଦୋକାନରେ ଗ୍ରାହକଙ୍କୁ ବସାଇବା ନେଇ ଆରମ୍ଭ ହୋଇଥିଲା, ଯାହା ପରବର୍ତ୍ତୀ ସମୟରେ ମହାସଂଗ୍ରାମର ରୂପ ନେଇଥିଲା।

ସୂଚନା ଅନୁଯାୟୀ ବଡୋତ କୋତବାଲି ଅଞ୍ଚଳର ମୁଖ୍ୟ ବଜାରରେ ଦୁଇ ଚାଟ୍‌ ଦୋକାନ ପରସ୍ପର ନିକଟରେ ରହିଛି। ସୋମବାର ଗ୍ରାହକ ବସାଇବା ନେଇ ଦୁଇ ଦୋକାନୀଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଦେଖୁ ଦେଖୁ ଦୁଇ ପକ୍ଷର ଲୋକେ ଲାଠି ବାଡି ଧରି ମୁହାଁମୁହିଁ ହୋଇଥିଲେ। ବିଚ୍ ବଜାରରେ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ମାରପିଟ୍‌ ସହ ତୁମୁଳକାଣ୍ଡ ଦେଖିବାକୁ ମିଳିଥିଲା।

wp:html /wp:html

ପ୍ରାୟ ୫ ମିନିଟ୍ ଧରି ଉଭୟ ପକ୍ଷ ମଧ୍ୟରେ ପ୍ରବଳ ମାରପିଟ୍ ହୋଇଥିଲା। ଉଭୟ ଗୋଷ୍ଠୀର ଲୋକେ ପରସ୍ପରକୁ ନିର୍ମମ ଭାବେ ପିଟି ଚାଲିଥିଲେ। ଏହାକୁ ନେଇ  ବଜାରରେ ଆତଙ୍କ ଖେଳି ଯାଇଥିଲା। ସୂଚନା ମିଳିବା ମାତ୍ରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି। ବର୍ତ୍ତମାନ ଉଭୟ ପକ୍ଷର ଅଭିଯୋଗ ଆଧାରରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତି କରୁଛି।

ଘଟଣାର ଭିଡିଓ ସାମାଜିକ ଗଣାମଧ୍ୟମରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଟ୍ଵିଟ୍‌ରରେ ଏହି ରକ୍ତାକ୍ତ ସଂଘର୍ଷକୁ ନେଇ ଅନେକ ପ୍ରତିକ୍ରିୟା ଦେଖିବାକୁ ମିଳିଛି। କେହି କେହି ଯୋଗୀ ସରକାରଙ୍କୁ କାଠଗଡାରେ ଛିଡା କରାଇଛନ୍ତି। କଂଗ୍ରେସ ନେତା ଅନୁଜ ଶୁକ୍ଳା ଭିଡିଓ ସେୟାର କରି ଲେଖିଛନ୍ତି ଆଇନ ବ୍ୟବସ୍ଥା ମୁକ୍ତ ଆତ୍ମ ନିର୍ଭର ଉତ୍ତର ପ୍ରଦେଶ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.