ବ୍ଳଡ୍ ଗ୍ରୃପ୍ ଅନୁସାରେ ଫିଟ୍ ରହିବା ପାଇଁ କ’ଣ କ’ଣ ଖାଇବେ : ଜାଣନ୍ତୁ
22/11/2018 at 12:55 PM

ଭୁବନେଶ୍ବର ୨୨/୧୧: ଆମେ ଯେବେ ଖାଦ୍ୟ ଖାଇଥାଉ ଆମ ରକ୍ତରେ ଏକ ଖାସ୍ ଧରଣର ବିପାଚନ ପ୍ରତିକ୍ରିୟା ହୋଇଥାଏ। ଏହା ଆମେ ଖାଇଥିବା ଖାଦ୍ୟରେ ଥିବା ପ୍ରୋଟିନ୍ ଏବଂ ବିଭିନ୍ନ ବ୍ଳଡ୍ ଗ୍ରୃପରେ ଥିବା ଆଣ୍ଟିଜେନ୍ ମଧ୍ୟରେ ପରସ୍ପର ପ୍ରତିକ୍ରିୟା ହେବାରୁ ହୋଇଥାଏ।
ପ୍ରତି ବ୍ଲଡ୍ ଗ୍ରୃପର ନିଜର ଏକ ଆଣ୍ଟିଜେନ୍ ପ୍ରସ୍ତୁତ ହୋଇଥାଏ। ଖରାପ ଖାଦ୍ୟ ଖାଇବା ଦ୍ବାରା ଆଣ୍ଟିଜେନରେ ବଡ଼ ଧରଣର ପ୍ରତିକ୍ରିୟା ହୋଇଥାଏ ଏବଂ ଯଦି ଆମେ ଆମ ବ୍ଲଡ୍ ଗ୍ରୃପ୍ ହିସାବରେ ଖାଦ୍ୟ ନିର୍ଦ୍ଧାରଣ କରିବା ତାହା ଅତ୍ୟନ୍ତ ଲାଭଦାୟକ ହେବ। ଏହି ଖାଦ୍ୟ ଆମକୁ ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରିବ। ଆପଣ ଜାଣିଛନ୍ତି କି ଯଦି ଆପଣ ବ୍ଲଡ୍ ଗ୍ରୃପ୍ ହିସାବରେ ଖାଦ୍ୟ ଖାଇବେ ତେବେ ଆପଣ ଜୀବନ ସାରା ରୋଗମୁକ୍ତ ରହିବେ।
ଏକ ଅନୁସନ୍ଧାନ ଅନୁସାରେ ସବୁ ପ୍ରକାର ଖାଦ୍ୟରେ ଲାକ୍ଟିନସ୍ ନାମକ ପ୍ରୋଟିନ୍ ରହିଥାଏ। ଅଲଗା ଅଲଗା ବ୍ଲଡ୍ ଗ୍ରୃପର ଲୋକଙ୍କ ରକ୍ତ ଲାକ୍ଟିନ୍ ପ୍ରୋଟିନ୍ ପ୍ରତି ଅଲଗା ଧରଣର ପ୍ରଭାବ ପକାଇଥାଏ। ଯାହା ଦ୍ବାରା ସିଧା ପ୍ରଭାବ ଆମ ସ୍ବାସ୍ଥ୍ୟ ଉପରେ ପଡ଼ିଥାଏ। ପ୍ରତ୍ୟେକ ବ୍ୟକ୍ତିର ପାଚନ କ୍ରିୟା ଏବଂ ରୋଗ ପ୍ରତିରୋଧକ କ୍ଷମତା ତା’ର ବ୍ଲଡ୍ ଗ୍ରୃପ୍ ଉପରେ ନିର୍ଭର କରିଥାଏ।
ଲାକ୍ଟିନ୍ ଲାଗିକି ରହିବା ଭଳି ପ୍ରୋଟିନ୍ ହୋଇଥାଏ। ଯେଉଁ ଲାକ୍ଟିନ୍ ଗୁଡ଼ିକ ବ୍ଲଡ୍ ଟାଇପ୍ ସହ ମେଳ ଖାଆନ୍ତି ନାହିଁ ସେଗୁଡ଼ିକ ଶରୀରର କୋଷଗୁଡ଼ିକ ପ୍ରତି କ୍ଷତି ପହଞ୍ଚାଇଥାଏ। ଖାଦ୍ୟରୁ ଆସୁଥିବା ଲାକ୍ଟିନ୍ ହାନିକାରକ ହୋଇନଥାଏ କିନ୍ତୁ ଅଳ୍ପ ପ୍ରଭାବ ପକାଇଥାଏ। ଯଦି ଏହି ଲାକ୍ଟିନ୍ ବ୍ଲଡ୍ ଗ୍ରୃପ୍ ସହ ମେଳ ଖାଉନାହିଁ ତେବେ ଶରୀରରେ ପୀଡ଼ା ଏବଂ ଫୁଲା ସମସ୍ୟା ସୃଷ୍ଟି ହୋଇପାରେ।
O ବ୍ଲଡ୍ ଗ୍ରୃପ୍ ଥିବା ବ୍ୟକ୍ତିଙ୍କର ଏକଜିମା,ଆଲର୍ଜି ଏବଂ ଜ୍ବର ଆଦି ରୋଗ ଅଧକତର ହେବାର ସମ୍ଭାବନା ଥାଏ। B ବ୍ଲଡ୍ ଗ୍ରୃପ୍ ଥିବା ବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଏ। AB ବ୍ଲଡ୍ ଗ୍ରୃପ୍ ଥିବା ବ୍ୟକ୍ତିଙ୍କୁ ଖୁବ୍ କମ୍ ରୋଗ ହୋଇଥାଏ। କିନ୍ତୁ କ୍ବଚିତ୍ ଏହି ଗ୍ରୃପର ବ୍ୟକ୍ତିଙ୍କୁ କ୍ୟାନସର, ଆନିମିଆ ଏବଂ ହୃଦ ରୋଗ ହେବାର ସମ୍ଭାବନା ଥାଏ।
A ବ୍ଲଡ୍ ଗ୍ରୃପ୍: A ବ୍ଲଡ୍ ଗ୍ରୃପ୍ ଥିବା ବ୍ୟକ୍ତିମାନଙ୍କର ରୋଗ ପ୍ରତିରୋଧକ କ୍ଷମତା ଅଧିକ ସମ୍ବେଦନଶୀଳ ହୋଇଥାଏ ଏଥିପାଇଁ କାର୍ବୋହାଇଡ୍ରେଟ୍ ଥିବା ଏବଂ କମ୍ ଚର୍ବି ବିଶିଷ୍ଟ ଖାଦ୍ୟ ଖାଇବା ଉଚିତ୍। ସେମାନେ ପ୍ରଚୁର ପରିମାଣରେ ଚାଉଳ,ସୋରିଷ,ପାସ୍ତା,କଖାରୁ,ବାଦାମ,କିସମିସ୍,ଗହମ,ସୋୟା, ଆଖରୋଟ,ଛତୁ,ଅଦା ଏବଂ ଗ୍ରୀନ ଟି ଆଦି ଖାଇବାର ଆବଶ୍ୟକତା ରହିଛି। ଓଜନ କମାଇବା ପାଇଁ ମାଂସ,କ୍ଷୀରରୁ ପ୍ରସ୍ତୁତ ଖାଦ୍ୟ ଏବଂ ଗହମକୁ ଆଦୈା ଖାଆନ୍ତୁ ନାହିଁ।
B ବ୍ଲଡ୍ ଗ୍ରୃପ୍: B ବ୍ଲଡ୍ ଗ୍ରୃପ୍ ଥିବା ବ୍ୟକ୍ତି ବିଭିନ୍ନ ପ୍ରକାରର ଖାଦ୍ୟ ଖାଇପାରିବେ। ଏଥିରେ ସବୁ ପ୍ରକାରର ମାଂସ,ତରକାରୀ ଏବଂ ପରିବା ରହିଛି। କିନ୍ତୁ ଯେଉଁ ଭୋଜନ ଗ୍ରହଣ କରିବେ ଏହାର ମାତ୍ରା ସୀମିତ ହୋଇଥିବା ଆବଶ୍ୟକ। ଯଦି ଦିନରେ ମାଂସ ଖାଇଛନ୍ତି ତେବେ ରାତିରେ ପନିପରିବା ଖାଆନ୍ତୁ। ପ୍ୟାକେଟରେ ଥିବା ଖାଦ୍ୟ ପଦାର୍ଥ, କୋବି,ମକା,ବାଦାମ,ମସୁର ଏବଂ ରାଶିକୁ ନଜରଅନ୍ଦାଜ କରନ୍ତୁ।
AB ବ୍ଲଡ୍ ଗ୍ରୃପ୍: ଏହି ବ୍ଲଡ୍ ଗ୍ରୃପ୍ର ବ୍ୟକ୍ତିମାନଙ୍କ ପାଇଁ ମାଛ-ମାଂସ,ତରକାରୀ,କାର୍ବୋହାଇଡ୍ରେଟସ୍,କ୍ଷୀର,ଦହି,କ୍ଷୀରରୁ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଏବଂ ପନିପରିବା ଆଦି ଉପଯୁକ୍ତ ହୋଇଥାଏ। ଏମାନେ ଅଧିକ ପରିମାଣରେ ପୁଷ୍ଟିସାର ଜାତୀୟ ଖାଦ୍ୟ ଖାଇବା ଉଚିତ୍। ଏହି ପ୍ରକାର ଖାଦ୍ୟ ଖାଇବା ଦ୍ବାରା ସେମାନେ ଅଧିକ ସୁସ୍ଥ ରହିପାରିବେ।
O ବ୍ଲଡ୍ ଗ୍ରୃପ୍: O ବ୍ଲଡ୍ ଗ୍ରୃପ୍ ଥିବା ବ୍ୟକ୍ତିଙ୍କୁ ପ୍ରୋଟିନ୍ ଅଧିକ ଥିବା ଖାଦ୍ୟ ଯେପରିକି ମାଂସ,ମାଛ,ଅଣ୍ଡା ଆଦି ପ୍ରଚୁର ପରିମାଣରେ ଖାଇବା ଆବଶ୍ୟକ। ନିଜ ଖାଦ୍ୟରେ ପରିବା ଏବଂ ବିନ୍ ସହ ବାଦାମର ମାତ୍ରାକୁ ସନ୍ତୁଳିତ ରଖନ୍ତୁ।