ନର୍ସ ନିହାରିକା ମର୍ଡର ମିଷ୍ଟ୍ରି : ଡିଏନଏ ଟେଷ୍ଟ ପାଇଁ ନିହାରିକାଙ୍କ ବାପା ଏବଂ ମା’ଙ୍କର ରକ୍ତ ନମୂନା ସଂଗ୍ରହ

Published By : Prameya-News7 Bureau | September 20, 2019 IST

ଭୁବନେଶ୍ବର ୨୦।୯ : ନର୍ସ ନିହାରିକା ପାତ୍ର ହତ୍ୟା ଘଟଣାର ଗୁମର ଧିରେ ଧିରେ ଫିଟିବାକୁ ଲାଗିଛି । ଆଜି ନିହାରିକାଙ୍କ ପୁରୁଷ ବନ୍ଧୁ କିଶୋର ଆଞ୍ଚଲ ଜଗତସିଂହପୁର ଜିଲ୍ଲା ବିରିଡି ଥାନାରେ ଆତ୍ମସମର୍ପଣ କରିଛନ୍ତି । ଏକ ଆଜ୍ଞାତ ସ୍ଥାନରେ ପୋଲିସ ତାଙ୍କୁ ରଖି ପଚରାଉଚରା କରୁଥିବାବେଳେ ଡିଏନଏ ଟେଷ୍ଟ ପାଇଁ ନିହାରିକାଙ୍କ ବାପା ଏବଂ ମାଙ୍କର ରକ୍ତ ନମୂନା ସଂଗ୍ରେହ କରାଯାଇଛି । ଭୁବନେଶ୍ବର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ନିହାରିକାଙ୍କ ବାପା ଏବଂ ମାଙ୍କର ରକ୍ତ ନମୂନା ସଂଗ୍ରହ କରାଯାଇଥିବା ବେଳେ ରସୁଲଗଡ ଫୋରେନସିକ୍ ଲାବରେଟୋରୀକୁ ପରୀକ୍ଷା ପାଇଁ ପଠାଯିବ ।

{"id":160152}

ଗତ ୧୭ ତାରିଖ ଦିନ ସକାଳେ ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅନ୍ତର୍ଗତ ବିଲୁଆଖାଇ ନଦୀ ପଠାରୁ ଅଖାରେ ବନ୍ଧା ହୋଇ ରହିଥିବା ନିହାରିକାଙ୍କ ଶବ ପୋଲିସ ଉଦ୍ଧାର କରିଥିଲା । ନିହାରିକାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ଅନ୍ତର୍ଗତ ଭିଙ୍ଗାରପୁରରେ । ସେ ଗତ ୪ ବର୍ଷ ହେଲା କଟକ କଲ୍ୟାଣୀ ନଗରରେ ଥିବା ଏମ ଏମ ମେଡିକେୟାର ନର୍ସିଂହୋମ୍ ରେ ନର୍ସ ଭାବେ କାମ କରୁଥିଲେ । ଗତ ୮ ତାରିଖ ଦିନ ୪ଟା ବେଳେ ସେ ତାଙ୍କ ପୁରୁଷ ବନ୍ଧୁ କିଶୋର ଆଞ୍ଚଲ ଓରଫ ରାଜା ସହ ନର୍ସିଂ ହୋମ୍ ରୁ କେଉଁଆଡେ ଯାଇ ଆଉ ଫେରିନଥିଲେ ।

{"id":160074}

କିଶୋର ଆଞ୍ଚଲଙ୍କ ଘର ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅନ୍ତର୍ଗତ ହାଜିପୁରରେ । ସେ କିଛି କାମ ଧନ୍ଦା କରୁନଥିଲା । ଦୀର୍ଘ ଦିନ ହେବ ନିହାରିକା ପାତ୍ରଙ୍କ ସହ ତାର ପ୍ରେମ ସଂପର୍କ ଥିଲା । ନିହାରିକା ୮ତାରିଖରେ ନିଖୋଜ ହେବା ପରେ ଏମ ଏମ ମେଡିକେୟାର ଏବଂ ନିହାରିକାଙ୍କ ପରିବାର ପକ୍ଷରୁ କଟକ ମଧୁପାଟଣା ଥାନାରେ ପୃଥକ ପୃଥକ ଏତଲା ଦିଆଯାଇଥିଲା । ତେବେ ମଧୁପାଟଣା ଥାନା ଘଟଣାକୁ ହାଲକା ଭାବରେ ନେଇଥିଲା । ଏପରିକି କିଶୋର ଆଞ୍ଚଲ ହିଁ ନିହାରିକାଙ୍କୁ ଅପହରଣ କରିନେଇଛି ବୋଲି ପରିବାର ଲୋକ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଗୁରୁତ୍ବ ଦେଇନଥିଲା ।

{"id":160153}

୧୭ ତାରିଖ ଦିନ ବିଲୁଆ ଖାଇ ନଦୀ ପଠାରୁ ଶବ ମିଳିବା ପରେ ନିହାରିକାଙ୍କ ପରିବାରଲୋକ ସେଠାରେ ପହଞ୍ଚି ଶବ ଚିହ୍ନଟ କରିଥିଲେ । ତାଙ୍କ ଝିଅକୁ କିଶୋର ଆଞ୍ଚଲ ହିଁ ହତ୍ୟା କରିଛି ବୋଲି  ପୁଣି ବିରିଡି ପୋଲିସ ନିକଟରେ ଅଭିଯୋଗ କରିଥିଲେ । ତେବେ ସେତେବେଳକୁ କିଶୋର ଆଞ୍ଚଲ ଫେରାର ହୋଇସାରିଥିଲା । ପୋଲିସ କିଶୋର ଆଞ୍ଚଲର ବାପା, ସାନ ଭାଇ ଏବଂ ଅନ୍ୟ ୫ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିଲା ।

{"id":160109}

ଆସନ୍ତା ଡିସେମ୍ବର ମାସରେ ନିହାରିକା ଓ କିଶୋରଙ୍କ ବିବାହ କରିବା ଲାଗି କିଶୋରଙ୍କ ପରିବାର ନିଷ୍ପତ୍ତି ନେଇଥିଲେ ବୋଲି କିଶୋରର ମା ଗଣମାଧ୍ୟମକୁ ସୂଚନା ଦେଇଥିଲେ । ପରସ୍ପର ଭଲ ପାଉଥିବାରୁ କିଶୋର ହତ୍ୟା ଭଳି ଜଘନ୍ୟ କାଣ୍ଡ ଘଟାଇ ନଥିବ ବୋଲି କିଶୋରର ମା କହିଥିଲେ । ତେବେ କେଉଁ ପରିସ୍ଥିତିରେ ନିହାରିକାଙ୍କ ହତ୍ୟା ହେଲା ତାର ଏବେ ପର୍ଦ୍ଦାଫାଶ ହେବ ବୋଲି ଆଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.