ଡାକ୍ତର ଏବଂ ନର୍ସ ଗଲେ କୁଆଡେ ? ସୁରକ୍ଷାକର୍ମୀ ମାପୁଛନ୍ତି ରୋଗୀଙ୍କ ରକ୍ତଚାପ, ଦେଖନ୍ତୁ ଭିଡିଓ...

Published By : Prameya-News7 Bureau | October 11, 2021 IST

ବରଗଡ଼ ୧୧।୧୦: ବରଗଡ଼ ପୁରୁଣା ମୁଖ୍ୟ ଚିକିତ୍ସାଳୟକୁ ଅର୍ବାନ ସିଏଚସି ଘୋଷଣା ହୋଇଛି । ଇତିମଧ୍ୟରେ ଘୋଷଣାକୁ ଦେଢ଼ବର୍ଷ ପୁରିଗଲାଣି ହେଲେ  ଭିତ୍ତିଭୂମିରେ ଏଯାଏଁ କୌଣସି ସୁଧାର ଆସିନି । ଏହି ଡାକ୍ତରଖାନା ଉପରେ ଜିଲ୍ଲାର ଲକ୍ଷାଧିକ ରୋଗୀ ନିର୍ଭର କରୁଥିବା ବେଳେ ଆବଶ୍ୟକ ଅନୁଯାୟୀ ନା ଯଥେଷ୍ଟ ଡାକ୍ତର ଅଛନ୍ତି ନା ନର୍ସ ଅଛନ୍ତି । ଯାହାକୁ ନେଇ ବାରମ୍ବାର ଜିଲା ପ୍ରଶାସନକୁ ସ୍ଥାନୀୟ ଜନସାଧାରଣ ଦାବି ଜଣେଇଆସୁଥିଲେ ବି କୌଣସି ସମାଧାନ ହୋଇପାରିନାହିଁ । ଦେଖନ୍ତୁ ଏ ଭିଡିଓକୁ....

wp:html /wp:html

ରୋଗୀଙ୍କୁ ନାହିଁ ନଥିବା ଅସୁବିଧା ଭୋଗିବାକୁ ପଡୁଛି । ଏ ଦୃଶ୍ୟ ହେଉଛି ବରଗଡ଼ ଜିଲା ପୁରୁଣା ମୁଖ୍ୟ ଚିକିତ୍ସାଳୟର ଦୃଶ୍ୟ । ଜଣେ ସୁରକ୍ଷାକର୍ମୀ ମାପୁଛନ୍ତି ରୋଗୀଙ୍କ ରକ୍ତଚାପ । ତେବେ ପ୍ରଶ୍ନ ଉଠୁଛି କେଉଁ କାରଣ ପାଇଁ ସୁରକ୍ଷା କର୍ମୀ ତାଙ୍କ ଦାୟିତ୍ୱ ପରିବର୍ତେ ଡାକ୍ତର ଏବଂ ନର୍ସଙ୍କ କାମ କରିବାକୁ ପଡୁଛି? ।ଦାୟିତ୍ୱରେ ଥିବା ଡାକ୍ତର ଗଲେ କୁଆଡେ ?  ଯଦି ରୋଗୀଙ୍କର କୌଣସି ଅଘଟଣ ଘଟିଥାନ୍ତା । ତେବେ ଏଥିପାଇଁ ଦାୟୀ କିଏ ହୋଇଥାନ୍ତା ? ତେବେ ଏହି ଦୃଶ୍ୟ ହିଁ ବୟାନ କରୁଛି ବରଗଡ଼ ଜିଲ୍ଲାରେ ରୋଗୀ ସେବାର ବିପର୍ଯ୍ୟସ୍ତ ଅବସ୍ଥା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.