Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ସମ ହସ୍ପିଟାଲରେ ରୋଗୀଙ୍କ ଶରୀରରେ ରକ୍ତ ଅର୍ନ୍ତକ୍ଷେପଣର ନୂଆ ପଦ୍ଧତି ଆରମ୍ଭ

1/02/2019 at 1:53 PM

ଭୁବନେଶ୍ୱର ୧/୨ : ବଡ ଧରଣର ଅସ୍ତ୍ରୋପଚାର ଏବଂ ଅତ୍ୟଧିକ ରକ୍ତସ୍ରାବ ସମୟରେ ରୋଗୀର ସ୍ୱାସ୍ଥ୍ୟବସ୍ଥାକୁ ଠିକ୍ ଭାବେ ନିୟନ୍ତ୍ରିତ କରିବା ସହ ଡାକ୍ତର ଏବଂ ସର୍ଜନ୍ମାନଙ୍କୁ ଏ ଦିଗରେ ସାହାଯ୍ୟ କରିବା ପାଇଁ ଏକ ନୂଆ ପଦ୍ଧତି ଉପଲବ୍ଧ ହୋଇଛି । ଓଡ଼ିଶାରେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲରେ ଏହି ପ୍ରକ୍ରୀୟା ଆରମ୍ଭ ହେବାକୁ ଯାଉଛି ।


ଅପରେସନ୍ ଏବଂ ଅନ୍ୟ ଜରୁରୀକାଳୀନ ସମୟରେ ସବୁଠାରୁ ବଡ଼ ସମସ୍ୟା ହେଉଛି ରୋଗୀର ଶରୀରରେ ରକ୍ତ ଦେବା ଏବଂ ଏହି ସମୟରେ ବିଭିନ୍ନ ସଂକ୍ରମଣ ଏବଂ ଅନ୍ୟ ଦିଗରୁ ବିପଦ ମଧ୍ୟ ରହିଛି ବୋଲି ସମ୍ ହସ୍ପିଟାଲରେ ବୁଧବାର ଅନୁଷ୍ଠିତ ଏକ କର୍ମଶାଳାରେ ବକ୍ତାମାନେ ମତ ରଖିଛନ୍ତି ।


ଅନେକ ସମୟରେ ରୋଗୀର ଶରୀରରେ ଅତ୍ୟଧିକ ମାତ୍ରାରେ ରକ୍ତ ଦେବା ଏବଂ ଠିକ୍ ଭାବେ ରକ୍ତ ନ ଦେବା କାରଣରୁ ଅନେକ ବିପଦ ରହିଥାଏ । ଏପରିକି ରୋଗୀର ମୃତ୍ୟୁ ମଧ୍ୟ ହୋଇଥାଏ । ବର୍ତମାନ “ରୋଟେମ୍” (ରୋଟେସ୍ନାଲ୍ ଥ୍ରୋମ୍ବୋଇଲାଷ୍ଟୋ ମେଟ୍ରି) ଭଳି ଏକ ଯନ୍ତ୍ରର ଉଦ୍ଭାବନ ହୋଇଛି ଯାହାକି ଡାକ୍ତର ଏବଂ ସର୍ଜନମାନଙ୍କୁ ଅପରେସନ୍ ସମୟରେ ସାହାଯ୍ୟ କରିପାରିବ । ଏହା ସାହାଯ୍ୟରେ ରୋଗୀର ଶରୀରକୁ କେତେ ରକ୍ତ ଦେବାର ଆବଶ୍ୟକତା ରହିଛି, କିଭଳି ରକ୍ତ ଅର୍ନ୍ତକ୍ଷେପଣ କରାଯାଇପାରିବ ଏବଂ ଠିକ୍ ଭାବେ ଏହାକୁ କିଭଳି ପରିଚାଳିତ କରାଯାଇପାରିବ ସେ ନେଇ ଉଭୟ ଡାକ୍ତର, ସର୍ଜନ ଏବଂ ରୋଗୀ ଉପକୃତ ହୋଇପାରିବେ ବୋଲି ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ମେଡିକାଲ୍ ସୁପରିଟେଣ୍ଡେଂଟ ଡାକ୍ତର ପୁଷ୍ପରାଜ ସାମନ୍ତସିଂହାର କହିଛନ୍ତି । ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଅଂଗ ପ୍ରତ୍ୟାରୋପଣର ଯୋଜନା ରହିଥିବା ଡାକ୍ତର ସାମନ୍ତସିଂହାର କହିଛନ୍ତି ।


“ରୋଟେମ୍ ଇନ୍ ଟ୍ରାନ୍ସଫ୍ୟୁଜନ୍ ମ୍ୟାନେଜ୍ମେଂଟ ଆଣ୍ଡ ଅର୍ଗାନ୍ ଟ୍ରାନ୍ସପ୍ଲାନ୍ଟେସନ୍” ଶୀର୍ଷକ କର୍ମଶାଳାରେ ବିଶିଷ୍ଟ ନ୍ୟୁରୋସର୍ଜନ ପ୍ରଫେସର ଅଶୋକ ମହାପାତ୍ର, ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଡିନ୍ ପ୍ରଫେସର ଗଙ୍ଗାଧର ସାହୁ, ହାଇଦ୍ରାବାଦ ସ୍ଥିତ ଯଶୋଦା ହସ୍ପିଟାଲର ଲିଭର ଟ୍ରାନ୍ସପ୍ଲାଂଟ ବିଶେଷଜ୍ଞ ତଥା ହେପାଟୋବିଲିଆରୀ କନ୍ସଲ୍ଟାଂଟ ଡାକ୍ତର ମ୍ୟାଗ୍ନସ ଜୟରାଜ ମନ୍ସର୍ଡ, ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଗ୍ୟାଷ୍ଟ୍ରୋଏନ୍ଟେରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ମନୋଜ କୁମାର ସାହୁ, ଆଇଏଲ୍-ୱେର୍ଫେନର କ୍ଲିନିକାଲ୍ ହେଡ୍ ଡାକ୍ତର ଅଜୟ ଗାନ୍ଧୀ ଏବଂ ସମ୍ ହସ୍ପିଟାଲ୍ର ଲାବ୍ ହେମାଟୋଲୋଜି ମୁଖ୍ୟ ଡାକ୍ତର ରାଜେଶ କୁମାର ଭୋଳ ପ୍ରମୁଖ ଉପସ୍ଥିତ ଥିଲେ ।


ଏହି ନୂତନ ଟେକ୍ନୋଲୋଜି ଦ୍ୱାରା ରକ୍ତ ଦେବା କ୍ଷେତ୍ରରେ ଉପୁଜୁଥିବା ସମସ୍ୟା କମ୍ ହେବ । ଏହି ନୂଆ ଟେକ୍ନୋଲୋଜି ସାହାଯ୍ୟରେ ରୋଗୀଙ୍କ ଚିକିତ୍ସା ସମୟରେ ଶରୀରରେ କିଭଳି ଭାବେ ରକ୍ତ ଅର୍ନ୍ତକ୍ଷେପ କରାଯିବ, ରୋଗୀମାନେ ଏହାଦ୍ୱାରା କିଭଳି ଉପକୃତ ହେବେ ଏବଂ କିଭଳି ଜୀବନ ରକ୍ଷା କରାଯାଇପାରିବ ସେ ଦିଗରେ ଡାକ୍ତର ଏବଂ ସର୍ଜନମାନଙ୍କୁ ଅଧିକ ସଚେତନ କରାଇବା ନେଇ ସମ୍ ହସ୍ପିଟାଲ୍ ପକ୍ଷରୁ ଚେଷ୍ଟା ଆରମ୍ଭ କରାଯାଇଛି ।


ଅନୁଷ୍ଠିତ କର୍ମଶାଳାରେ ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍, କ୍ରିଟିକାଲ୍ କେୟାର, ଅବ୍ଷ୍ଟେଟ୍ରିକ୍ସ ଆଣ୍ଡ ଗାଇନାକୋଲୋଜି, ମେଡିସିନ୍, ପେଡିଆଟ୍ରିକ୍ସ, କାର୍ଡିଓଥୋରାକିକ୍ ଆଣ୍ଡ୍ ଭାସ୍କୁଲାର ସର୍ଜରୀ, କ୍ଳିନିକାଲ୍ ହେମାଟୋଲୋଜି, ଆନାସ୍ଥେସିଓଲୋଜି ଏବଂ ପାଥୋଲୋଜି ବିଭାଗ ୧୦୦ ଜଣ ଡାକ୍ତର ଯୋଗ ଦେଇଥିଲେ । କର୍ମଶାଳାରେ ରୋଗୀର ଶରୀରରେ ରକ୍ତ ପରିଚାଳନାର କରିବାର ପଦ୍ଧତି ଏବଂ ଅଂଗ ପ୍ରତ୍ୟାରୋପଣ ସମୟରେ ଆସୁଥିବା ସମସ୍ୟା ସମ୍ପର୍କରେ ବକ୍ତାମାନେ ଗୁରୁତ୍ୱାରୋପ କରିଥିଲେ ।

   Related Posts