ସୋଆ ଏସପିଏସ୍-ସିବିଟି ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

Published By : Prameya-News7 Bureau | March 09, 2019 IST

ଭୁବନେଶ୍ବର ୯|୩ : ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍ସ ଏବଂ ସେଂଟର ଫର ବାୟୋଟେକ୍ନୋଲଜିର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଶନିବାର ଦିନ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ବାର୍ଷିକ ଉତ୍ସବ “ଆମିଟି ୨୦୧୯”ଅବସରରେ ସୋଆ କ୍ୟାମ୍ପସ୍-୨ ଠାରେ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ।

ସୋଆ ଏନ୍ଏସ୍ଏସ୍-ଏସପିଏସ୍ ୟୁନିଟ୍ ଏବଂ କ୍ୟାପିଟାଲ୍ ହସ୍ପିଟାଲର ବ୍ଲଡ୍ ବ୍ୟାଙ୍କର ମିଳିତ ସହଯୋଗରେ ଏହି ରକ୍ତଦାନ ଶିବିର କରାଯାଇଥିଲା । ଏହି ଶିବିରକୁ ଏସପିଏସ୍ ଡିନ୍ ପ୍ରଫେସର ସୁଦାମ ଚନ୍ଦ୍ର ସି, ପ୍ରଫେସର ଦେବଜ୍ୟୋତି ଦାସ, ପ୍ରଫେସର ପ୍ରତାପ କୁମାର ସାହୁ ପ୍ରମୁଖ ଉଦଘାଟନ କରିଥିଲେ ।

ସୋଆ କ୍ୟାମ୍ପସ୍-୨ ଏବଂ ୪ର ଛାତ୍ରଛାତ୍ରୀମାନେ ଏହି ଶିବିରରେ ଯୋଗଦେଇ ରକ୍ତଦାନ କରିଥିଲେ । ୧୫୮ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଆସୋସିଏଟ୍ ପ୍ରଫେସର ତଥା ଏନ୍ଏସ୍ଏସ୍-ଏସପିଏସ୍ ୟୁନିଟର ପ୍ରୋଗ୍ରାମ ଅଫିସର ଡ. ଶୋଭନ୍ ପଟ୍ଟନାୟକ ଏହି ଶିବିରକୁ ପରିଚାଳନା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.