ବୁଲୁ ମେମୋରିଆଲ ଟ୍ରଷ୍ଟ ଆନୁକୂଲ୍ୟରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ, ୧୦୭ ୟୁନିଟ ରକ୍ତ ସଂଗୃହିତ

Published By : Prameya-News7 Bureau | October 14, 2021 IST

ଚଣ୍ଡିଖୋଲ, ୧୪/୧୦: ବଡ଼ଚଣା ବ୍ଲକ ଅନ୍ତର୍ଗତ ଖରମଙ୍ଗି-କୋଲ୍ହାସିଂହ ଗ୍ରାମରେ ସେଣ୍ଟ୍ରାଲ ରେଡ କ୍ରସ ବ୍ଲଡ଼ ବ୍ୟାଙ୍କ ପକ୍ଷରୁ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ବୁଲୁ ମେମୋରିଆଲ ଟ୍ରଷ୍ଟ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ମେଗା ରକ୍ତଦାନ ଶିବିରରେ ୧୦୭ ୟୁନିଟ ରକ୍ତ ସଂଗୃହିତ ହୋଇଛି । ଲୋକପ୍ରିୟ ନେତା ତଥା ବିଧାୟକ ସୁର ରାଉତରାୟ ଏହି ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ ।

{"id":527159,"sizeSlug":"large","linkDestination":"none"}

ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହିତ ରକ୍ତଦାନ ଦ୍ୱାରା ଅନ୍ୟ ମାନଙ୍କ ଜୀବନ ବଞ୍ଚେ ତା ସହିତ ବହୁ ଉପକାର ମିଳେ ବୋଲି କହିଥିଲେ । ପବିତ୍ର ଦଶହରାରେ ଏଭଳି ମହାନ କାର୍ଯ୍ୟ କରୁଥିବାରୁ ବୁଲୁ ମେମୋରିଆଲ ଟ୍ରଷ୍ଟର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହା ସହିତ ରକ୍ତଦାତାମାନଙ୍କୁ ବୃକ୍ଷ ଦେଇ ସମ୍ବର୍ଦ୍ଧିତ କରିଥିଲେ ବିଧାୟକ ସୁର ରାଉତରାୟ ।

{"id":527157,"sizeSlug":"large","linkDestination":"none"}

ବୁଲୁ ମେମୋରିଆଲ ଟ୍ରଷ୍ଟର ସଭାପତି ଜଗନ୍ନାଥ ସାହୁ, କାର୍ଯ୍ୟକାରୀ ସଭାପତି ଦୁଷ୍ମନ୍ତ କୁମାର ସାହୁ, ସମ୍ପାଦକ ଅଜିତ କୁମାର ସାହୁ, ସହ ସମ୍ପାଦକ ସନ୍ତୋଷ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟର ସଦସ୍ୟ ଜଗନ୍ନାଥ ପୃଷ୍ଟି, ରୋଶନ କୁମାର ସାହୁ, ସିପୁକାନ୍ତ ପୃଷ୍ଟି, ଆଭାସ ମହାନ୍ତି, କେଦାରନାଥ ସିଂହ, ସୁଧୀର ମହାରଣା, ରାଜେଶ ଜେନା, ଦୀପକ କୁମାର ସାହୁ, ହିମାଂଶୁ ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.