ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଯୁବ ବିଜେଡିର ରକ୍ତଦାନ ଶିବିର ଅନୁଷ୍ଠିତ, ରୋଗୀଙ୍କୁ ଫଳ ବଣ୍ଟନ

Published By : Prameya-News7 Bureau | October 16, 2021 IST

ନୀଳଗିରି, ୧୬/୧୦: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଆଜି ଯୁବ ବିଜେଡି ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଅଛି। ବାଲେଶ୍ବର ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ତାପସ ପରିଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନୀଳଗିରି ଉପଖଣ୍ଡ ଡାକ୍ତରଖାନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୀଳଗିରି ବିଜୁ ଯୁବ ଜନତା ଦଳ ତରଫରୁ ଏନଏସି ବିଜୁ ଯୁବ ଜନତା ଦଳ କାର୍ଯ୍ୟକାରୀ ସଭାପତି ଦୀପକ ଦାସ ଏବଂ ନିଲଗିରି ଯୁବ ବିଜେଡି ସଭାପତି ଧିରେନ୍ଦ୍ର ଲେଙ୍କା ପ୍ରମୁଖ ନେତୃତ୍ୱ ନେଇଥିଲେ।

{"id":528243,"sizeSlug":"full","linkDestination":"none"}

ରକ୍ତଦାନ ଶିବିରରେ ମୋଟ ୩୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ସେହିପରି ରୋଗୀ ମାନଙ୍କୁ ଫଳ ବଣ୍ଟନ ମଧ୍ୟ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେଡି ନେତା ସନ୍ତୋଷ ଖଟୁଆ, ଗତିକୃଷ୍ଣ ନନ୍ଦ, ଶୁଭେନ୍ଦୁ ଶେଖର ଜେନା, ରବୀନ୍ଦ୍ର ପରିଡା, ଅମରେନ୍ଦ୍ର ପଟ୍ଟନାୟକ, ରବିନ୍ଦ୍ର ନାୟକ, ମହେନ୍ଦ୍ର ବେହେରା, ଶିଶିର ରାଉତ, ଲୋକନାଥ ଦଳେଇ, କମଳା ପରିଡା, ରଜନୀ ମହାନ୍ତି, ପ୍ରଦୀପ ଦାସ, କପିଳ ସାମଲ, କରୁଣା ସ୍ୱାଇଁ, ବିଜୟ ପ୍ରଧାନ, ଶରତ ଦାସ, ମନୋରଂଜନ ଦାସ ବାବୁ, ମାନସ ପରିଡା, କୁଲୁ ମହାନ୍ତି, ମଦନ ନାଥ, ବାଦଲ ପଣ୍ଡା, ଧର୍ମେନ୍ଦ୍ର ସେଠି, ଗିରିଶ ସେଠୀ, ପ୍ରବୀଣ ବାରିକ, ଉଦିତ ଆଚାର୍ଯ୍ୟ, ସଂଜୟ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.