Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ରକ୍ତ ଅଭାବ ପୂରଣ ପାଇଁ ରକ୍ତଦାନ ଶିବିର ଆୟୋଜନ, ଡାକ୍ତରୀ ଉପକରଣ ଦାନ କଲେ ସମାଜସେବୀ

18/05/2021 at 8:21 PM

ଆନନ୍ଦପୁର ୧୮।୦୫: ଆନନ୍ଦପୁର ଉପଖଣ୍ଡ ଶାଳପଡା ଠାରେ କିଛି ସମାଜସେବୀ ଯୁବକ ମିଳିତ ହୋଇ ଏକ ମିନି ରକ୍ତଦାନ ଶିବିର ଆୟୋଜନ କରିଛନ୍ତି। ଏହି ଶିବିରର ପରିଚାଳନାରେ ସହଯୋଗ କରିଛି କେନ୍ଦୁଝର ଜିଲ୍ଲା ଓଡିଶା ମୋ ପରିବାର। ଶିବିରରେ ବୁଧବାର ୫୦ ୟୁନିଟ୍ ରକ୍ତ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି। ଲକଡାଉନ୍ ଯୋଗୁଁ ଆନନ୍ଦପୁର ରକ୍ତ ଭଣ୍ଡାରରେ ରକ୍ତ ଅଭାବଜନିତ ସମସ୍ୟା ଖବରପାଇ ସଂପୃକ୍ତ ଯୁବକ ମାନେ ଏହି ରକ୍ତଦାନ ଶିବିର ଆୟୋଜନ କରିଥିବା କହିଛନ୍ତି।

ଅନ୍ୟପଟେ  କରୋନା ମାହାମାରୀ ସମୟରେ ଆନନ୍ଦପୁର ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ସେହି ପରିମାଣରେ ଆବଶ୍ୟକୀୟ ଡାକ୍ତରୀ ଉପକରଣ ଅଭାବ ରହିଛି। ବିଶେଷ କରି ବିଭିନ୍ନ ଓ୍ଵାର୍ଡରେ ରୋଗୀଙ୍କ ପାଇଁ ରକ୍ତଚାପ ମପା ଉପକରଣ ଓ ଅକ୍ସିମିଟର କମ୍ ଥିବାରୁ ରୋଗୀଙ୍କ ଚିକିତ୍ସାରେ ବାଧା ହେଉଛି। ଏହି ଖବର ପାଇ  ଆଜି ସ୍ଥାନୀୟ ଅଞ୍ଚଳର ଜଣେ ସମାଜସେବୀ ସମସ୍ୟାକୁ ହୃଦୟଙ୍ଗମ କରି ଉଭୟ ଉପକରଣ ଦାନ କରିଛନ୍ତି। ସମାଜସେବୀ ଜଣକ ହେଉଛନ୍ତି ଦେବପ୍ରିୟ ପାତ୍ର। ସେ ଆଜି ଡାକ୍ତରଖାରେ ପହଁଞ୍ଚି ୧୦ଟି ରକ୍ତଚାପ ମପା ଯନ୍ତ୍ର ଓ ୧୦ଟି ଅକ୍ସିମିଟର ଡାକ୍ତରଖାନା ଅଧିକ୍ଷକଙ୍କୁ ପ୍ରଦାନ କରିଛନ୍ତି। ଏହିସବୁ ଉପରଣ ରୋଗୀଙ୍କ ପାଇଁ ବିଶେଷ ସହାୟକ ହେବ ବୋଲି କହିଛନ୍ତି ଡାକ୍ତରଖାନା ଅଧିକ୍ଷକ କହିଛନ୍ତି।

   Related Posts